ତଥାପି ସକ୍ଷମ : ଦୃଢ଼ ମନୋବଳ ବାଟ ଦେଖାଇଛି

ଦିବ୍ୟାଙ୍ଗ ହେଲେ ମଧ୍ୟ ଏମାନେ ଅନ୍ୟମାନଙ୍କଠାରୁ କମ୍‌ ନୁହନ୍ତି। ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇ ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇ ଚାଲିଛନ୍ତି । ଚଳିତ ମାସ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଅନ୍ୟପାଇଁ ପ୍ରେରଣା ସାଜିଥିବା କେତେଜଣ ଦିବ୍ୟାଙ୍ଗ ମହିଳାଙ୍କୁ ନେଇ ଉପସ୍ଥାପନା… 

ଦୃଢ଼ ମନୋବଳ ମୋତେ ବାଟ ଦେଖାଇଛି : ଅଙ୍ଗୁରବାଳା ରଥ
”ମୁଁ ଜନ୍ମ ନେବାର ମାତ୍ର ୧୦ ମାସ ହୋଇଥାଏ। ଭାଗ୍ୟର ବିଡ଼ମ୍ବନା। ହଠାତ୍‌ ମୋର ଡାହାଣ ହାତ ଏବଂ ବାମଗୋଡ଼ ପୋଲିଓଗ୍ରସ୍ତ ହେଲା। ତା’ପରେ ସତେ ଯେମିତି ଆମ ପରିବାର ଉପରେ ଆକାଶ ଛିଣ୍ଡି ପଡ଼ିଲା। ଏତେ ଛୋଟ ବେଳୁ ମୋ ଦାୟିତ୍ୱ ତୁଲାଇବାକୁ ମା’ବାପା ଆଦୌ ଅବହେଳା କରି ନ ଥିଲେ। ଯେତେବେଳେ ମୁଁ ସବୁକଥା ଜାଣିଲି ଏବଂ ମୋର ବୟସ ବଢ଼ିଗଲା ସେତେବେଳଠାରୁ ନିଜ କାମ ନିଜେ କରିବାକୁ ଚେଷ୍ଟାକଲି। ଏବେ ନିଜେ ରୋଜଗାର କରିପାରୁଛି। ପରିବାର ଦାୟିତ୍ୱ ନିଜେ ତୁଲାଉଛି“ ବୋଲି କହନ୍ତି ଯାଜପୁରରୋଡ୍‌ ଉମାପଦା ଗ୍ରାମର ଅଙ୍ଗୁରବାଳା ରଥ। ବାପା ଗୋଲଖ ବିହାରୀ ରଥ ଓ ମାଆ ସ୍ନେହଲତା ରଥଙ୍କର ବଡ଼ ଝିଅ ସେ। ପରିବାରରେ ୮ ଭାଇ ଭଉଣୀ। ସେତେବେଳେ ତାଙ୍କ ବାପା ପ୍ରାଇମେରି ଟିଚର ଥିଲେ। ଦରମା କମ୍‌ ପାଉଥିଲେ ବି ବାଧାବିଘ୍ନକୁ ସାମ୍‌ନା କରି ତାଙ୍କ ବାପା ପରିବାରଟିକୁ ଚଳାଇନେଉଥିଲେ। ଅଙ୍ଗୁରବାଳା ମାଟ୍ରିକ୍‌ ଆଉ ସି.ଟି. ପାସ୍‌ କଲା ପରେ ପ୍ରଥମେ ହଳଦୀଗଡ଼ିଆ ମଦନମୋହନ ନୋଡାଲ ସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ସେ ଏବେ ଚୂନଭାଟି ପ୍ରୋଜେକ୍ଟ ପ୍ରାଇମେରି ସ୍କୁଲରେ ସହକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି। ୧୫ ବର୍ଷର ଶିକ୍ଷକତା ଜୀବନର ସୁଖଦୁଃଖ ଭରା ସ୍ମୃତିକୁ ନିଜ ମନ ଭିତରେ ସାଇତି ରଖିଛନ୍ତି ଅଙ୍ଗୁରବାଳା। ଏହି ଶାରୀରିକ ଭିନ୍ନକ୍ଷମତା ତାଙ୍କ ପାଇଁ କେବେ ସମସ୍ୟା ହୋଇ ଠିଆହୋଇନାହିଁ। ଏପରି କି ନିଜ ନିତ୍ୟକର୍ମ ପାଇଁ ସେ କାହା ଉପରେ ନିର୍ଭର କରନ୍ତିନି। ମନରେ ଅଦମ୍ୟ ସାହସ। ଦୃଢ଼ ମନୋବଳ ତାଙ୍କୁ ଆଜି ଏତେ ବାଟ ଆଗେଇିନେଇଛି ବୋଲି କହନ୍ତି ସେ। କେବଳ ସେତିକି ନୁହେଁ, ଅବସର ସମୟରେ ସିଲେଇ କାମରେ ନିଜକୁ ନିୟୋଜିତ ରଖନ୍ତି ସେ। ସମୟ ସହ ତାଳଦେଇ ବୟସ ବଢ଼ୁଛି। ହେଲେ ଜଣେ କର୍ମଜୀବୀ ଭାବରେ ନିଜ ଜୀବନ ରଥକୁ ସେ ଖୁସିର ସହ ଆଗେଇନେଇ ଚାଲୁଛନ୍ତି।
ଆର୍ଥିକ ପରିସ୍ଥିତି ସୁଧାରି ପାରିଛି : ଚନ୍ଦ୍ରକାନ୍ତି ସାନ୍ଧ
ପରିବାରର ଆର୍ଥିକ ପରିସ୍ଥିତି ପ୍ରତି ମୁହୂର୍ତ୍ତରେ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା। ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିଲେ ସତ, କିନ୍ତୁ ପରିବାର ଉପରେ ବୋଝ ହୋଇ ରହିବାକୁ ସେ ଚାହିଁ ନ ଥିଲେ। ପିଲାଟି ବେଳୁ କିପରି ନିଜ ଗୋଡ଼ରେ ନିଜେ ଠିଆହେବେ ସେ ନେଇ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିସାରିଥିଲେ। ସେ ହେଲେ ବରଗଡ଼ ଜିଲା ସରସରା ପଞ୍ଚାୟତ ତେଲେନ୍‌ଟିକ୍ରା ଗ୍ରାମର ଚନ୍ଦ୍ରକାନ୍ତି ସାନ୍ଧ। ଘରେ ୨ ଭାଇ ଓ ୨ ଭଉଣୀ। ବରଗଡ଼ ଓମେନ୍ସ କଲେଜରୁ ବ୍ରେଲି ଅକ୍ଷରରେ ପାଠ ପଢ଼ି ସେ ଓଡ଼ିଆ ଅନର୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତା’ପରେ ମନରେ ଶିକ୍ଷକତାର ସ୍ବପ୍ନ ଉଙ୍କି ମାରିଥିଲା। ବଲାଙ୍ଗୀର ଏସ୍‌ଟି ସ୍କୁଲରୁ ସି.ଟି. ପାସ୍‌ କରିବା ପରେ ଆରମ୍ଭ ହୋଇଥିଲା ତାଙ୍କର ଶିକ୍ଷକତା ଜୀବନ। ବର୍ତ୍ତମାନ ସେ ସ୍ଥାନୀୟ ତେଲେନ୍‌ଟିକ୍ରା ପ୍ରାଇମେରି ସ୍କୁଲରେ ଶିକ୍ଷକତା କରୁଛନ୍ତି। ସାତବର୍ଷର ଶିକ୍ଷକତା ଜୀବନରେ ବାପା ଟେଙ୍ଗୁନୁ ସାନ୍ଧ ଓ ମାଆ ସାବିତ୍ରୀ ସାନ୍ଧଙ୍କ ସହଯୋଗ ବେଶ୍‌ ରହିଛି ବୋଲି କୁହନ୍ତି ସେ। ଘରଠାରୁ ୧ କି.ମି. ଦୂର ସ୍କୁଲରେ ପହଞ୍ଚିବାରେ ପିଲାମାନଙ୍କ ସହଯୋଗକୁ ପ୍ରଶଂସା କରନ୍ତି ଚନ୍ଦ୍ରକାନ୍ତି।
ପରିଶ୍ରମର ମୂଲ୍ୟ ମିଳିଛି : ସୁପ୍ରିୟା ପାତ୍ର
ସୁପ୍ରିୟା ପାତ୍ର। ଘର ପୁରୀ ଜିଲା ନିମାପଡ଼ା ବ୍ଲକ ଅଣ୍ଢିଆ ସାହିରେ। ବାପା ସ୍ବର୍ଗତ ସୁରେନ୍ଦ୍ରନାଥ ପାତ୍ର ଓ ମାଆ ଜ୍ୟୋତିବାଳା ପାତ୍ର। ପରିବାରରେ ୪ ଭଉଣୀ। ଜଣେ ଭଉଣୀଙ୍କୁ ଛାଡ଼ିଦେଲେ ବାପାମାଆଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଭିନ୍ନକ୍ଷମ। ଜନ୍ମରୁ ପାର୍ସିଆଲି ସାଇଟେଡ୍‌ ବ୍ଲାଇଣ୍ଡ ସୁପ୍ରିୟା ନିମାପଡ଼ା କଲେଜରୁ ଓଡ଼ିଆ ଅନର୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୨୦୦୨ରେ ଯାଜପୁର ଜିଲା ବରୀ ବ୍ଲକ ମାଟିଆପଡ଼ା ଗ୍ରାମର ସଞ୍ଜୀବ କୁମାର ଜେନାଙ୍କୁ ପ୍ରେମ ବିବାହ କଲେ। ପୁଣି ଏମିତି ସଂଯୋଗ ଯେ ସ୍ବାମୀ ସଞ୍ଜୀବ ମଧ୍ୟ ତାଙ୍କର ଦୁଇ ଆଖି ହରାଇ ସାରିଛନ୍ତି। ଏବେ କୋଣାର୍କସ୍ଥିତ ସୂର୍ଯ୍ୟମନ୍ଦିର ପାଖରେ ଉଭୟ ସ୍ବାମୀସ୍ତ୍ରୀ ଘରଭଡ଼ା ନେଇ ରହୁଛନ୍ତି। ଦୁହେଁ ପାଉଛନ୍ତି ଭିନ୍ନକ୍ଷମ ଭତ୍ତା। ସଞ୍ଜୀବ ପେସାରେ ଜଣେ ଆଷ୍ଟ୍ରୋଲୋଜର। ଆଉ ଏଥିପାଇଁ ସମସ୍ତ ଶ୍ରେୟ ସେ ଦିଅନ୍ତି ସୁପ୍ରିୟାଙ୍କୁ। ସୁପ୍ରିୟା ବହୁ କଷ୍ଟରେ ଜାତକ ପଢ଼ି ଶୁଣାନ୍ତି ସ୍ବାମୀଙ୍କୁ। ଆଉ ଏହାକୁ ଶୁଣି ଭବିଷ୍ୟବାଣୀ ଦିଅନ୍ତି ସଞ୍ଜୀବ। ବିବାହ ପରେ ଆର୍ଥିକ ପରିସ୍ଥିତିକୁ ସୁଧାରିବାକୁ ଉଭୟ ସ୍ବାମୀ-ସ୍ତ୍ରୀ ମିଶି ବ୍ୟବସାୟ କରିବା ପାଇଁ ଜ୍ୟୋତିଷଶାସ୍ତ୍ର ଲାଇନ୍‌କୁ ପେସା କରିବାକୁ ନିଷ୍ପତ୍ତି ନେଲେ। ଓଡ଼ିଶା ଏବଂ ଓଡ଼ିଶା ବାହାରର ଲୋକଙ୍କୁ ବି ଫୋନ୍‌ ଯୋଗେ ଭବିଷ୍ୟବାଣୀ ଦେଇ ଉଭୟ ବେଶ୍‌ କିଛି ରୋଜଗାର କରିପାରୁଛନ୍ତି। ପରିଶ୍ରମର ଉପଯୁକ୍ତ ମୂଲ୍ୟ ମିଳୁଛି ଆଉ ଏଥିପାଇଁ ସେମାନେ ଖୁବ୍‌ ଖୁସି ବୋଲି କୁହନ୍ତି ସୁପ୍ରିୟା।
ଦିବ୍ୟାଙ୍ଗ ବୋଲି  କେବେ ଭାବିନି : ଜ୍ୟୋତ୍ସ୍ନାରାଣୀ ନାୟକ
ଦିବ୍ୟାଙ୍ଗ ହେଲେ ମଧ୍ୟ ସେ କେବେ ହାର୍‌ ମାନିନାହାନ୍ତି। ପିଲାବେଳୁ ନିଜ ଗୋଡ଼ରେ କିପରି ନିଜେ ଛିଡ଼ାହେବେ ସେ ନେଇ ନିଜକୁ ପ୍ରସ୍ତୁତ କରିସାରିଥିଲେ। ଆଉ ତାଙ୍କର ଏହି ନିଶା ଆଜି ତାଙ୍କୁ ସ୍ବାବଲମ୍ବୀ କରାଇପାରିଛି। ଜନ୍ମରୁ ତାଙ୍କର ମେରୁଦଣ୍ଡ (ସ୍ପାଇନାଲ୍‌ କଡ୍‌)ରେ ସମସ୍ୟା ରହିଛି। କିନ୍ତୁ ନିଜକୁ କେବେ ଦିବ୍ୟାଙ୍ଗ ବୋଲି ଭାବନ୍ତିନି ସେ। ସେ ହେଲେ ଜଗତ୍‌ସିଂହପୁର ଜିଲା ଏରସମା ବ୍ଳକ୍‌ ଗୋଡ଼ା ଗ୍ରାମର ଜ୍ୟୋତ୍ସ୍ନାରାଣୀ ନାୟକ। ବାପା ଶତ୍ରୁଘ୍ନ ନାୟକ ଓ ମାଆ ସ୍ବର୍ଗତ ସଜନୀ ନାୟକ। ୪ ଭଉଣୀ ୨ ଭାଇରେ ତାଙ୍କ ପରିବାର। ବାପାମାଆଙ୍କର ସାନ ଝିଅ ସେ। ରେଭେନ୍‌ଶା କଲେଜରୁ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ ସାରି ବାଣୀବିହାରରେ ଲାଇବ୍ରେରି ଆଣ୍ଡ୍‌ ଇନ୍‌ଫର୍ମେଶନ ସାଇନ୍ସରେ ପିଜି କଲେ। ଏବେ ତିର୍ତ୍ତୋଲ ବ୍ଲକରେ ଏନ୍‌ଆର୍‌ଏଲ୍‌ଏମ୍‌ (ଜାତୀୟ ଗ୍ରାମୀଣ ଜୀବିକା ମିଶନ)ରେ କାର୍ଯ୍ୟରତ। ଏହା ପୂର୍ବରୁ ଓ୍ବାଲର୍‌ଡ ବ୍ୟାଙ୍କ୍‌ ପ୍ରୋଜେକ୍ଟରେ ୫ ବର୍ଷ ଧରି କାମ କରିଥିଲେ।
ନିଜ ଖର୍ଚ୍ଚ ନିଜେ ଉଠାଉଛି : ପ୍ରଣତି ସାହୁ
ଛୋଟ ବେଳୁ ତାଙ୍କର ନିଶା ଥିଲା ବଡ଼ ହେଲେ ଚାକିରି କରିବେ। ବର୍ତ୍ତମାନ ସମୟରେ ପ୍ରତିଟି ମହିଳା ଆତ୍ମନିର୍ଭରଶୀଳ ହେବା ଜରୁରୀ ବୋଲି କୁହନ୍ତି ସେ। ଜନ୍ମ ହେବାର ୩ ବର୍ଷ ପରେ ତାଙ୍କ ବାମ ଗୋଡ଼ ପୋଲିଓରେ ଆକ୍ରାନ୍ତ ହେଲା। କିନ୍ତୁ ଏଥିରେ ସେ ଭାଙ୍ଗି ପଡ଼ି ନ ଥିଲେ। ବରଂ ତାଙ୍କର ଲକ୍ଷ୍ୟପଥରେ ଆଗେଇ ଚାଲିଲେ। ସେ ହେଲେ କେନ୍ଦ୍ରାପଡ଼ା ଜିଲା ପାଟକୁରା ବ୍ଲକ ସିଂହାଳ ଭଗବାନପୁରର ପ୍ରଣତି ସାହୁ। ବାପା ସ୍ବର୍ଗତ ଶରତ ଚନ୍ଦ୍ର ସ୍ବାଇଁ ଓ ମାଆ ସ୍ବର୍ଗତ ଶାନ୍ତିଲତା ସ୍ବାଇଁ। ପରିବାରରେ ୨ ଭାଇ ଓ ୨ ଭଉଣୀ। ପ୍ରଣତି ପାଟକୁରାସ୍ଥିତ କୋରୁଅ ଓମେନ୍ସ କଲେଜରୁ ଯୁକ୍ତ ତିନି ପାସ୍‌ କଲେ। ପରେ ଏକ ଟ୍ରାଭେଲ୍‌ ଏଜେନ୍ସିରେ ୩ ବର୍ଷ କାମ କଲେ। ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ବାପୁଜୀନଗରରେ ଏକ ପ୍ରାଇଭେଟ୍‌ କମ୍ପାନୀରେ ସେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଛନ୍ତି। ଟ୍ରାଇ ହ୍ବିଲର ସ୍କୁଟିରେ ସେ ଅଫିସ୍‌କୁ ଯାଆନ୍ତି। ସମାଜସେବା କାର୍ଯ୍ୟରେ ବି ନିଜକୁ ନିୟୋଜିତ ରଖିଛନ୍ତି ପ୍ରଣତି। ଖରାଦିନେ ଜଳଛତ୍ରଠାରୁ ଆରମ୍ଭକରି ବର୍ଷାଦିନେ ସ୍କୁଲ୍‌, କଲେଜ ଓ ରାସ୍ତାକଡ଼ରେ ବୃକ୍ଷରୋପଣ କରିବା ସହ ଟ୍ରାଫିକ୍‌ ସଚେତନତା କାର୍ଯ୍ୟକ୍ରମରେ ବି ସେ ନିଜକୁ ଜଡ଼ିତ ରଖନ୍ତି। ୧୩ ବର୍ଷ ହେବ ଆତ୍ମନିର୍ଭରଶୀଳ ହୋଇ ନିଜ ଖର୍ଚ୍ଚ ନିଜେ ଉଠାଇ ପାରୁଥିବାରୁ ସେ ଖୁବ୍‌ ଖୁସି ବୋଲିି କୁହନ୍ତି ପ୍ରଣତି।

– ଦେବସ୍ମିତା ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri