ଅଚଳାବସ୍ଥାରେ ୧୯୩୯ ସ୍କୁଲର ଶୌଚାଳୟ

କଟକ ଅଫିସ,୪ା୪: ଯୋଜନା ପରେ ଯୋଜନା ହେଉଛି, ତଥାପି ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜଡ଼ା ହୋଇପାରୁନାହିଁ। ‘ମୋ ସ୍କୁଲ’ ପରି ଯୋଜନା ମାଧ୍ୟମରେ ପୂର୍ବତନ ଛାତ୍ରୀଛାତ୍ରଙ୍କୁ ସ୍କୁଲ ବିକାଶରେ ସାମିଲ କରାଗଲା। ସରକାର ବି ଅର୍ଥ ଯୋଗାଇଲେ। ତା’ପରେ ବି ବିଶେଷ ସଫଳତା ମିଳିପାରୁନାହିଁ। ଭିତ୍ତିଭୂମିର ଅଭାବ ପରିଲକ୍ଷିତ ହେଉଛି। କେଉଁଠି ସ୍ବଚ୍ଛ ପାନୀୟ ଜଳ ସୁବିଧା ହୋଇପାରିନି ତ ଆଉ କେଉଁଠାରେ ଛାତ୍ରୀଙ୍କ ଲାଗି ଶୌଚାଳୟ ଥାଇ ମଧ୍ୟ ଅଚାଳବସ୍ଥାରେ ପଡ଼ିଛି। ବର୍ଷକୁ ବର୍ଷ ସରକାରୀ ବିଦ୍ୟାଳୟଗୁଡ଼ିକର ସ୍ଥିତି ଖରାପ ହେଉଥିବାରୁ ଅଭିଭାବକ ଓ ଛାତ୍ରୀଛାତ୍ର ଘରୋଇ ବିଦ୍ୟାଳୟମୁହାଁ ହେଉଛନ୍ତି। କଟକ ଜିଲାର ୧୪ଟି ବ୍ଲକରେ ୧୨୨୮ ପ୍ରାଥମିକ, ୫୮୫ ଉଚ୍ଚ ପ୍ରାଥମିକ ଓ ୩୦୮ଟି ଉଚ୍ଚ ବିଦ୍ୟାଳୟ ରିହିଛି। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି, ହେଲେ ସେଥିରୁ ଅନେକ ଅଚାଳବସ୍ଥାରେ। ସରକାରୀ ରିପୋର୍ଟ ଅନୁଯାୟୀ, ଜିଲାର ୨୧୧୬ ସରକାରୀ ବିଦ୍ୟାଳୟରେ ୨,୧୬୮ଟି ଶୌଚାଳୟ ନିର୍ମାଣ କରାଯାଇଛି। ସେଥିରୁ ମାତ୍ର ୨୨୯ଟି ବ୍ୟବହାର ଉପଯୋଗୀ ଅଛି। ବାକି ୧,୯୩୯ ଶୌଚାଳୟ ଅଚଳ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଅବ୍ୟବହୃତ ଶୌଚାଳୟ ଅବସ୍ଥା ଶୋଚନୀୟ ଥିବା ଜଣାପଡିଛି। ଶୌଚାଳୟଗୁଡ଼ିକରେ ମୁଖ୍ୟ ସମସ୍ୟା ପାଲଟିଛି ଜଳ ଯୋଗାଣ। ମିଳିଥିବା ତଥ୍ୟ ଅନୁଯାୟୀ, ସାଲେପୁର ବ୍ଲକରେ ସର୍ବାଧିକ ୨୧୩ଟି ବିଦ୍ୟାଳୟ ରହିଛି। ତନ୍ମଦ୍‌ୟରୁ କେବଳ ୧୮ଟି ବିଦ୍ୟାଳୟର ଶୌଚାଳୟରେ ଜଳ ଯୋଗାଣ ସୁବିଧା ରହିଛି। ଆଠଗଡ଼ ବ୍ଲକର ୧୭୪ ବିଦ୍ୟାଳୟ ମଧ୍ୟରୁ ୩୨ଟି ଶୌଚାଳୟରେ ଜଳ ଯୋଗାଣ ଉପଲବ୍ଧ ଥିବା ବେଳେ ବଡମ୍ବା ବ୍ଲକର ୧୪୧ଟି ସ୍କୁଲ ମଧ୍ୟରୁ ୩୩ଟିର ଶୌଚାଳୟରେ ଜଳ ସଂଯୋଗ ହୋଇଛି। ସେହିଭଳି, କଟକ ସଦର ବ୍ଲକର ୧୭୬ଟି ବିଦ୍ୟାଳୟ ମଧ୍ୟରୁ କେବଳ ୮ଟି ବିଦ୍ୟାଳୟର ଶୌଚାଳୟରେ ଜଳ ସୁବିଧା ଥିବାବେଳେ ଡମପଡ଼ା ବ୍ଲକର ୯୮ଟି ବିଦ୍ୟାଳୟର ଶୌଚାଳୟରେ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ବିଦ୍ୟାଳୟଗୁଡ଼ିିକରେ ଶୌଚାଳୟ ବନ୍ଦ ହୋଇପଡ଼ିିଥିବାରୁ ଛାତ୍ରୀଛାତ୍ର ବାହାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନାଯୋଗ୍ୟ, ପ୍ରତ୍ୟେକ ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ହେବ ବୋଲି ସରକାର ଘୋଷଣା କରିଥିଲେ। ନିୟମିତ ଭାବେ ଶୌଚାଳୟ ସଫା କରାଯିବ। ସରକାରୀ ବିଦ୍ୟାଳୟରେ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ୁଥିବାରୁ ୨୦୧୮ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶୌଚାଳୟ ସଫାସୁତୁରା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଦିନକୁ ୨ଥର ଶୌଚାଳୟ ସଫା କରାଯିବ। ଦୈନିକ ସଫେଇ ପାଇଁ ସାବୁନ୍‌ ବ୍ରସ୍‌ ଓ ଅନ୍ୟାନ୍ୟ ଜିନିଷ କିଣା ବାବଦରେ ୨୦ଟଙ୍କା ଦିଆଯିବ। ଗୋଟିଏ ବିଦ୍ୟାଳୟରେ ବର୍ଷକୁ ୧୬,୧୭୦ ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଥିଲା। ତେବେ ସମ୍ପ୍ରତି ବିଦ୍ୟାଳୟଗୁଡ଼ିକର ସ୍ଥିତି ଦେଖି ଏହି ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri