ଅଚଳାବସ୍ଥାରେ ୧୯୩୯ ସ୍କୁଲର ଶୌଚାଳୟ

କଟକ ଅଫିସ,୪ା୪: ଯୋଜନା ପରେ ଯୋଜନା ହେଉଛି, ତଥାପି ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜଡ଼ା ହୋଇପାରୁନାହିଁ। ‘ମୋ ସ୍କୁଲ’ ପରି ଯୋଜନା ମାଧ୍ୟମରେ ପୂର୍ବତନ ଛାତ୍ରୀଛାତ୍ରଙ୍କୁ ସ୍କୁଲ ବିକାଶରେ ସାମିଲ କରାଗଲା। ସରକାର ବି ଅର୍ଥ ଯୋଗାଇଲେ। ତା’ପରେ ବି ବିଶେଷ ସଫଳତା ମିଳିପାରୁନାହିଁ। ଭିତ୍ତିଭୂମିର ଅଭାବ ପରିଲକ୍ଷିତ ହେଉଛି। କେଉଁଠି ସ୍ବଚ୍ଛ ପାନୀୟ ଜଳ ସୁବିଧା ହୋଇପାରିନି ତ ଆଉ କେଉଁଠାରେ ଛାତ୍ରୀଙ୍କ ଲାଗି ଶୌଚାଳୟ ଥାଇ ମଧ୍ୟ ଅଚାଳବସ୍ଥାରେ ପଡ଼ିଛି। ବର୍ଷକୁ ବର୍ଷ ସରକାରୀ ବିଦ୍ୟାଳୟଗୁଡ଼ିକର ସ୍ଥିତି ଖରାପ ହେଉଥିବାରୁ ଅଭିଭାବକ ଓ ଛାତ୍ରୀଛାତ୍ର ଘରୋଇ ବିଦ୍ୟାଳୟମୁହାଁ ହେଉଛନ୍ତି। କଟକ ଜିଲାର ୧୪ଟି ବ୍ଲକରେ ୧୨୨୮ ପ୍ରାଥମିକ, ୫୮୫ ଉଚ୍ଚ ପ୍ରାଥମିକ ଓ ୩୦୮ଟି ଉଚ୍ଚ ବିଦ୍ୟାଳୟ ରିହିଛି। ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି, ହେଲେ ସେଥିରୁ ଅନେକ ଅଚାଳବସ୍ଥାରେ। ସରକାରୀ ରିପୋର୍ଟ ଅନୁଯାୟୀ, ଜିଲାର ୨୧୧୬ ସରକାରୀ ବିଦ୍ୟାଳୟରେ ୨,୧୬୮ଟି ଶୌଚାଳୟ ନିର୍ମାଣ କରାଯାଇଛି। ସେଥିରୁ ମାତ୍ର ୨୨୯ଟି ବ୍ୟବହାର ଉପଯୋଗୀ ଅଛି। ବାକି ୧,୯୩୯ ଶୌଚାଳୟ ଅଚଳ ହୋଇପଡ଼ିଛି। ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଅବ୍ୟବହୃତ ଶୌଚାଳୟ ଅବସ୍ଥା ଶୋଚନୀୟ ଥିବା ଜଣାପଡିଛି। ଶୌଚାଳୟଗୁଡ଼ିକରେ ମୁଖ୍ୟ ସମସ୍ୟା ପାଲଟିଛି ଜଳ ଯୋଗାଣ। ମିଳିଥିବା ତଥ୍ୟ ଅନୁଯାୟୀ, ସାଲେପୁର ବ୍ଲକରେ ସର୍ବାଧିକ ୨୧୩ଟି ବିଦ୍ୟାଳୟ ରହିଛି। ତନ୍ମଦ୍‌ୟରୁ କେବଳ ୧୮ଟି ବିଦ୍ୟାଳୟର ଶୌଚାଳୟରେ ଜଳ ଯୋଗାଣ ସୁବିଧା ରହିଛି। ଆଠଗଡ଼ ବ୍ଲକର ୧୭୪ ବିଦ୍ୟାଳୟ ମଧ୍ୟରୁ ୩୨ଟି ଶୌଚାଳୟରେ ଜଳ ଯୋଗାଣ ଉପଲବ୍ଧ ଥିବା ବେଳେ ବଡମ୍ବା ବ୍ଲକର ୧୪୧ଟି ସ୍କୁଲ ମଧ୍ୟରୁ ୩୩ଟିର ଶୌଚାଳୟରେ ଜଳ ସଂଯୋଗ ହୋଇଛି। ସେହିଭଳି, କଟକ ସଦର ବ୍ଲକର ୧୭୬ଟି ବିଦ୍ୟାଳୟ ମଧ୍ୟରୁ କେବଳ ୮ଟି ବିଦ୍ୟାଳୟର ଶୌଚାଳୟରେ ଜଳ ସୁବିଧା ଥିବାବେଳେ ଡମପଡ଼ା ବ୍ଲକର ୯୮ଟି ବିଦ୍ୟାଳୟର ଶୌଚାଳୟରେ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ବିଦ୍ୟାଳୟଗୁଡ଼ିିକରେ ଶୌଚାଳୟ ବନ୍ଦ ହୋଇପଡ଼ିିଥିବାରୁ ଛାତ୍ରୀଛାତ୍ର ବାହାରେ ଶୌଚ କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନାଯୋଗ୍ୟ, ପ୍ରତ୍ୟେକ ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ହେବ ବୋଲି ସରକାର ଘୋଷଣା କରିଥିଲେ। ନିୟମିତ ଭାବେ ଶୌଚାଳୟ ସଫା କରାଯିବ। ସରକାରୀ ବିଦ୍ୟାଳୟରେ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ୁଥିବାରୁ ୨୦୧୮ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶୌଚାଳୟ ସଫାସୁତୁରା ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଦିନକୁ ୨ଥର ଶୌଚାଳୟ ସଫା କରାଯିବ। ଦୈନିକ ସଫେଇ ପାଇଁ ସାବୁନ୍‌ ବ୍ରସ୍‌ ଓ ଅନ୍ୟାନ୍ୟ ଜିନିଷ କିଣା ବାବଦରେ ୨୦ଟଙ୍କା ଦିଆଯିବ। ଗୋଟିଏ ବିଦ୍ୟାଳୟରେ ବର୍ଷକୁ ୧୬,୧୭୦ ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଥିଲା। ତେବେ ସମ୍ପ୍ରତି ବିଦ୍ୟାଳୟଗୁଡ଼ିକର ସ୍ଥିତି ଦେଖି ଏହି ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri