୧୯,୩୫୩ ଚାଷୀ ନିରାଶ

ଭଦ୍ରକ ଅଫିସ, ୧୫।୫: ଧାର କରଜ କରି ଖରିଫ୍‌ ଧାନ ଚାଷ କଲେ। ଅମଳ ପରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଭଲ ଦରରେ ବିକି ଉପଯୁକ୍ତ ପ୍ରାପ୍ୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ପଞ୍ଜୀକରଣ କରି ମଧ୍ୟ ଧାନ ବିକ୍ରି କରିପାରିଲେ ନାହିଁ। ଏଭଳି ଭାବେ ଭଦ୍ରକ ଜିଲାରେ ୧୯ ହଜାର ୩୫୩ ଚାଷୀ ନାମ ପଞ୍ଜୀକୃତ କରିଥିଲେ ମଧ୍ୟ ଧାନ ବିକି ନ ପାରି ହତାଶ ହୋଇ ପଡ଼ିଛନ୍ତି।
ଜିଲା ଯୋଗାଣ ବିଭାଗ ସୂଚନା ଅନୁଯାୟୀ, ୨୦୨୨-୨୩ ଖରିଫ ଋତୁରେ ଜିଲାରେ ମୋଟ ୨୬,୫୬,୧୮୯.୪୭ କୁଇଣ୍ଟାଲ ଧାନ କିଣାଯାଇଛି। ୨୬, ୧୩, ୭୩୫ କୁଇଣ୍ଟାଲ ଧାନ କିଣାଯିବାକୁ ଲକ୍ଷ୍ୟଧାର୍ଯ୍ୟ ଥିଲା। ଟାର୍ଗେଟଠାରୁ ଅଧିକ କ୍ରୟ ହୋଇଛି। ୧୦୧ଟି ପ୍ୟାକ୍ସ ଓ ୫୪ ସ୍ବୟଂସହାୟିକା ଗୋଷ୍ଠୀ ସମୁଦାୟ ୧୫୫ ଧାନକ୍ରୟ କେନ୍ଦ୍ର ଜରିଆରେ ୬୯,୭୮୦ ଚାଷୀଙ୍କଠାରୁ ଧାନ କିଣାଯାଇଛି। ମାର୍ଚ୍ଚ ୩୧ ସୁଦ୍ଧା ଧାନକିଣା ପ୍ରକ୍ରିୟା ଶେଷ ହୋଇଛି। ଧାନ ବିକିବା ପାଇଁ ମୋଟ ୮୯,୧୩୩ଜଣ ଚାଷୀଙ୍କ ନାମ ପଞ୍ଜୀକୃତ କରାଯାଇଥିଲା। କିନ୍ତୁ ସମସ୍ତ ପଞ୍ଜୀକୃତ ଚାଷୀ ଧାନ ବିକିପାରି ନ ଥିବା ଜଣାପଡ଼ିଛି। ଜିଲାରୁ ୨୦ ମିଲର ଓ ଜିଲା ବାହାରୁ ୧୮ ସମୁଦାୟ ୩୮ଜଣ ମିଲର ଧାନକିଣାରେ ଅଂଶଗ୍ରହଣ କରିଥିଲେ। ମଣ୍ଡି ଖୋଲିବାରେ ବିଳମ୍ବ ଓ ଟାର୍ଗେଟ ଅଭାବରୁ ମନ୍ଥରତା ଯୋଗୁ ଧାନକିଣା ବାଧାପ୍ରାପ୍ତ ହୋଇଥିଲା। କଟ୍‌ନୀ ଛଟ୍‌ନୀ ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଚାଷୀ ସଙ୍ଗଠନ ଓ ବିରୋଧୀ ଦଳ ପକ୍ଷରୁ ରାସ୍ତା ଅବରୋଧ ସହ ସମବାୟ ସମିତି, ଜିଲାପାଳ ଓ ତହସିଲ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ମଧ୍ୟ କରାଯାଇଥିଲା। ଟୋକନ ପାଇଥିବା ଚାଷୀମାନଙ୍କଠାରୁ ଧାନ ନେବାରେ ବିଳମ୍ବ ଓ କଟ୍‌ନୀ ଛଟ୍‌ନୀ ପ୍ରତିବାଦରେ ଜାନୁୟାରୀ ୧୯ରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ଅଫିସ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏନେଇ ଭଣ୍ଡାରିପୋଖରୀର ଚାଷୀ ରବୀନ୍ଦ୍ର କୁମାର ପଣ୍ଡା କହନ୍ତି, କରଜ କରି ୬ ଏକର ଜମିରେ ଚାଷ କରିଥିଲି। ଅମଳ ମଧ୍ୟ ଭଲ ହୋଇଥିଲା। କିନ୍ତୁ ସରକାରୀ ଦରରେ ମଣ୍ଡିରେ ଧାନ ବିକି ନ ପାରିବାରୁ ବହୁତ ବଡ଼ କ୍ଷତି ହେଲା। ମଣ୍ଡିରେ ସରକାରୀ ଦରରେ ଧାନ ବିକିଥିଲେ ଆହୁରି ୫୦ ହଜାର ଟଙ୍କା ଅଧିକ ମିଳିଥାନ୍ତା। ମଣ୍ଡିରେ ନାମ ପଞ୍ଜୀକରଣ ପରେ ଟୋକନ ମଧ୍ୟ ମିଳିଥିଲା। କିନ୍ତୁ ଠିକ୍‌ ସମୟରେ ଧାନ ଉଠି ନ ପାରିବାରୁ ଟୋକନ ଲାପ୍ସ ହୋଇଗଲା। ବାଧ୍ୟହୋଇ ବେପାରୀଙ୍କୁ ଧାନ ବିକିବାକୁ ପଡ଼ିଲା। ସେହିପରି ବନ୍ତ ବ୍ଲକ ଅଞ୍ଚଳର ଚାଷୀ ନିଗମାନନ୍ଦ ପଣ୍ଡା କହିଛନ୍ତି, ସେବା ସମବାୟ ସମିତି ବେପାରୀଙ୍କ ଧାନ ଉଠାଇବା ଯୋଗୁ ମୋ ପରି ଚାଷୀମାନେ ଧାନ ବିକିପାରିଲେ ନାହିଁ। ଟୋକନ ଲାପ୍ସ ହୋଇଯିବାରୁ ବାଧ୍ୟହୋଇ ଆନ୍ଧ୍ର ବେପାରୀଙ୍କୁ ଧାନ ବିକ୍ରି କରିବାକୁ ପଡ଼ିଲା।
ନବନିର୍ମାଣ କୃଷକ ସଙ୍ଗଠନର ଜିଲା ସଭାପତି ତ୍ରିଲୋଚନ ପଣ୍ଡା କହନ୍ତି, ଧାନକିଣାରେ ମହିଳା ଗୋଷ୍ଠୀ ଓ ସୋସାଇଟିଗୁଡ଼ିକ ଚାଷୀମାନଙ୍କୁ ବହୁତ ହଇରାଣ କରିଛନ୍ତି। ବେପାରୀମାନଙ୍କ ସହ ମିଶି ବାହାରୁ ଧାନ ଉଠାଇବା ଦ୍ୱାରା ଚାଷୀମାନେ ବିକି ନ ପାରି ଟୋକନ ଲାପ୍ସ ହୋଇଗଲା। ଏପରିକି କେତେଜଣ ଚାଷୀ ଧାନ ବିକି ଆଜି ପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି। ମିଲର, ଡିଲର ଓ ସମବାୟ ବିଭାଗ ମିଶି ଧାନକିଣାରେ ବହୁ ଦୁର୍ନୀତି କରିଛନ୍ତି। ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀମାନେ ପଶ୍ଚିମବଙ୍ଗ ଓ ଆନ୍ଧ୍ର ବେପାରୀଙ୍କୁ ଧାନ ବିକିବାକୁ ବାଧ୍ୟ ହେଲେ। ଅନ୍ୟ ରାଜ୍ୟରେ ସୁରୁଖୁରୁରେ ଧାନ ବିକ୍ରିି ହୋଇପାରୁଥିବା ବେଳେ ଆମ ରାଜ୍ୟରେ ଚାଷୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା କହିଛନ୍ତି, ଚଳିତବର୍ଷ ଧାନ କିଣା ସୁରୁଖୁରୁରେ ହୋଇଛି। ବାହାର ବେପାରୀ ଉଚ୍ଚଦରରେ ଧାନ କିଣିବା ଓ କଟ୍‌ନୀ ଛଟ୍‌ନୀ କାରଣରୁ ଅଧିକାଂଶ ଚାଷୀ ମଣ୍ଡିରେ ଧାନ ନ ଦେଇ ବେପାରୀଙ୍କୁ ବିକି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri