Categories: ଫୁରସତ

୧୯ ବର୍ଷ …

୧୯ ବର୍ଷ ଅର୍ଥାତ୍ ୨୬ ଜାନୁୟାରୀ ୨୦୦୨ରେ ଜାତୀୟ ପତାକା କୋଡ୍ରେ କେତେକ ସଂଶୋଧନ କରାଯାଇଥିଲା ଏହି କୋଡ୍ରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଚାହୁଁଥିବା ନାଗରିକ ଅବା ଯେକୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥତ୍ଲା ସେଗୁଡ଼ିକ ହେଲା-

ଖଦି କିମ୍ବା ହସ୍ତତନ୍ତରେ ଜାତୀୟ ପତାକା ତିଆରି ହେବା ଆବଶ୍ୟକ ଅନ୍ୟ କୌଣସି ସାମଗ୍ରୀରେ ପତାକା ପ୍ରସ୍ତୁତ କରିବା ବେଆଇନ
ଏହାର ଉଲ୍ଲଂଘନ କଲେ ଜରିମାନା ସହ ୩ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି
ପତାକାକୁ ଭୂମିରେ ପକାଇବା କିମ୍ବା ପାଣିରେ ବୁଡ଼ାଇବା ଆଇନ ଅନୁସାରେ ଦଣ୍ଡନୀୟ
ସେହିପରି ଜାତୀୟ ପତାକାଠାରୁ ଉଚ୍ଚରେ ଅନ୍ୟ କୌଣସି ଜିନିଷ ରଖାଯିବା ଅନୁଚିତ
ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାଯର୍ୟାଳୟରେ ଯେକୌଣସି ଦିନ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରାଯାଇ ପାରିବ ତେବେ ପତାକାର ଗରିମା କ୍ଷୁଣ୍ଣ ନ ହେବା ପ୍ରତି ଧ୍ୟାନଦେବା ଉପରେ କୋଡ୍ରେ ଗୁରୁତ୍ୱାରୋପ କରାଯାଇଥତ୍ଲା
ବିଦେଶୀ ନାଗରିକମାନେ ମଧ୍ୟ ଭାରତରେ ବାସଘର ଅବା କାଯର୍ୟାଳୟ ଉପରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ
କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପୃଥକ ପୃଥକ ଭାବେ ଜାତୀୟ ପତାକା ବ୍ୟବହାର କରିପାରିବେ ନାହିଁ
ଏହା ବ୍ୟତୀତ ଜାତୀୟ ପତାକାରେ କୌଣସି ପୋଷାକ କିମ୍ବା ଅନ୍ୟ ବ୍ୟବହୃତ ପରିଧାନ କରାଯାଇପାରିବ ନାହିଁ

Share