Posted inଫୁରସତ

ପରିବାରରେ ୬ ପିଢ଼ିର ୧୮୫ ସଦସ୍ୟ

ଆଜମେର: ସମ୍ପ୍ରତି ଜଏଣ୍ଟ ଫ୍ୟାମିଲିର ଧାରା ସମାପ୍ତ ହେଉଥିବା ବେଳେ ଅଧିକାଂଶ ଲୋକ ନ୍ୟୁକ୍ଲିଆର ଫ୍ୟାମିଲିରେ ରହିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏହି ପରିବର୍ତ୍ତନଶୀଳ ଧାରା ମଧ୍ୟରେ ରାଜସ୍ଥାନର ଏକ ପରିବାରରେ ସମୁଦାୟ ୧୮୫ଜଣ ସଦସ୍ୟ ଏକାଠି ବସବାସ କରୁଥିବା ଜଣାପଡ଼ିଛି। ଏବେ ଏହି ପରିବାରର ମୁଖିଆ ବାଗଡ଼ି ମାଲି ରହିଛନ୍ତି। ସୋସିଆଲ ମିଡିଆରେ ଏହି ପରିବାରର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପରିବାରର ସମସ୍ତ ସଦସ୍ୟ ଏକାଠି ନଜର ଆସିଛନ୍ତି।
୩୬ କିଲୋମିଟର ଦୂରରେ ନାସିରାବାଦ ନିକଟସ୍ଥ ରାମସର ଗ୍ରାମରେ ଏହି ବିଶାଳ ପରିବାର ବସବାସ କରୁଛି। ବଡ଼ ପରିବାର ହୋଇଥିବାରୁ ରୋଷେଇ ଘର ମଧ୍ୟ ବଡ଼ ହୋଇଥିବା ପରିବାରର ମହିଳାମାନେ କହିଛନ୍ତି। ଏହି ପରିବାରରେ ସକାଳ ଓ ସାରେ ଏକସଙ୍ଗେ ୧୩ଟି ଚୁଲି ଜଳେ, ଯେଉଁଥିରେ ପ୍ରତ୍ୟେକ ଦିନ ୧୫ କିଲୋଗ୍ରାମ ପନିପରିବା ଓ ୫୦ କିଲୋଗ୍ରାମରୁ ଅଧିକ ମଇଦା ବ୍ୟବହାର କରାଯାଇଥାଏ। ଘରର ମହିଳା ଓ ଝିଅମାନେ ପୂରା ପରିବାର ପାଇଁ ଖାଦ୍ୟ ରାନ୍ଧିଥାନ୍ତି। ସେହିପରି ପ୍ରତି ମାସରେ ରାଶନ ପାଇଁ ମଧ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ପରିବାରରେ ୬ଟି ପିଢ଼ି ଏକାଠି ରୁହନ୍ତି, ଯେଉଁଥିରେ ୬୫ ଜଣ ପୁରୁଷ, ୬୦ ଜଣ ମହିଳା ଓ ୬୦ ଜଣ ଶିଶୁ ରହିଛନ୍ତି।
ଏହି ପରିବାର ବାଗଡ଼ିଙ୍କ ଜେଜେବାପା ସୁଲତାନ ମାଲିଙ୍କଠାରୁ ଆରମ୍ଭ ହୋଇଛି। ସୁଲତାନଙ୍କର ୬ ପୁଅ ରହିଛନ୍ତି। ସେ ସର୍ବଦା ନିଜ ୬ ପୁଅଙ୍କୁ ପରିବାରକୁ ଏକଜୁଟ କରି ରଖିବାକୁ ଶିକ୍ଷା ଦେଇଥିବା ବାଗଡି କହିଛନ୍ତି। ଆଜିବି ପରିବାରରେ ସୁଲତାନଙ୍କ ଏହି ଶିକ୍ଷାକୁ ସମସ୍ତେ ଅନୁସରଣ କରୁଛନ୍ତି। ଯେତେବେଳେ ଏହି ପରିବାରର କୌଣସି ସଦସ୍ୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ, ପରିବାରର ସମସ୍ତ ମୁରବି ଏକାଠି ବସି ଉକ୍ତ ବିବାଦ ସମାଧାନ କରୁଥିବା ବାଗଡି କହିଛନ୍ତି।
ପରିବାରର କିଛି ସଦସ୍ୟ ସରକାରୀ ଓ କେତେକ ଘରୋଇ ସଂସ୍ଥାରେ କାମ କରୁଥିବାବେଳେ ଅନ୍ୟ ସଦସ୍ୟମାନେ ଚାଷ, ପଶୁପାଳନ, ଦୋକାନ ଆଦି ଦ୍ୱାରା ରୋଜଗାର କରିଥାନ୍ତି। ପରିବାରର ସମସ୍ତେ ଏକାଠି ଖାଇବା ସହ ପରସ୍ପରର ସୁଖ ଓ ଦୁଃଖରେ ଠିଆ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri