ରାଜ୍ୟରେ ୧୮,୨୬୮ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ

ଭୁବନେଶ୍ୱର,୨୮ା୩(ବ୍ୟୁରୋ):ରାଜ୍ୟରେ ୧୮,୨୬୮ଜଣଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ସୁରକ୍ଷା, ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା, କ୍ରୀଡ଼ା ଓ ଟାର୍ଗେଟ ଅଭ୍ୟାସ ନିମନ୍ତେ ଜିଲା ଏସ୍‌ପିଙ୍କ ରିପୋର୍ଟ ଆଧାରରେ ଜିଲାପାଳମାନେ ଏହି ବନ୍ଧୁକ ଲାଇସେନ୍ସ ଦେଇଛନ୍ତି। କଂଗ୍ରେସ ସଭ୍ୟ ତାରପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବିଧାନସଭାରେ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲାରେ ସର୍ବାଧିକ ୧,୩୨୭ଜଣଙ୍କୁ ବନ୍ଧୁକ ଲାଇସେନ୍ସ ମିଳିଥିବାବେଳେ ବାଲେଶ୍ୱର ଜିଲାରେ ୧,୧୫୫ଜଣ, ଅନୁଗୋଳରେ ୧,୨୦, ଗଞ୍ଜାମରେ ୪୨୯, ବ୍ରହ୍ମପୁରରେ ୩୦୯, ଜଗତ୍‌ସିଂହପୁରରେ ୫୧୮, ପୁରୀରେ ୬୨୦, କେନ୍ଦ୍ରାପଡ଼ାରେ ୩୩୮, ଖୋର୍ଦ୍ଧାରେ ୩୪୦ଜଣ, କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ୩୨୫ଜଣ, ରାଉରକେଲାରେ ୪୧୧ଜଣଙ୍କୁ ଲାଇସେନ୍ସ ମିଳିଛି। ସେହିପରି ସୁନ୍ଦରଗଡ଼ରେ ୬୯୪, ଯାଜପୁରରେ ୬୩୧ଜଣ, ଝାରସୁଗୁଡ଼ାରେ ୪୨୯ଜଣ, ସମ୍ବଲପୁରରେ ୮୪୦ଜଣ, ମୟୂରଭଞ୍ଜରେ ୫୫୮ଜଣ, କଳାହାଣ୍ଡିରେ ୯୯୯ଜଣ, ଭଦ୍ରକରେ ୬୬୫ଜଣ ଓ ନୟାଗଡ଼ରେ ୯୨୩ଜଣଙ୍କୁ ଏହି ଲାଇସେନ୍ସ ମିଳିଛି। ଦେବଗଡ଼ ଜିଲାରେ ୩୬୮ଜଣ, ସୋନପୁରରେ ୨୯୧ଜଣ, ବୌଦ୍ଧରେ ୨୨୫ଜଣ, ନୂଆପଡ଼ାରେ ୧୭୭ଜଣ, କନ୍ଧମାଳରେ ୬୦୬ଜଣଙ୍କୁ ବନ୍ଧୁକ ଲାଇସେନ୍ସ ମିଳିଥିବାବେଳେ ମାଲକାନଗିରିରେ ୧୧ଜଣ, ରାୟଗଡ଼ାରେ ୭୫ଜଣ, ଗଜପତିରେ ୧୪୪ଜଣ ଓ କୋରାପୁଟରେ ୪୮୪ଜଣଙ୍କୁ ଲାଇସେନ୍ସ ଦିଆଯାଇଛି।
ରାଜ୍ୟରେ ବେଆଇନ ବନ୍ଧୁକ କାରବାର ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୋଧରେ ଆର୍ମସ ଆକ୍ଟ-୧୯୫୯ର ଧାରା ୨୫/୨୭ରେ ଅଭିଯୋଗ ଦାଏର କରାଯାଏ। ପୁଲିସ ପକ୍ଷରୁ ଏହି ଚୋରା କାରବାର ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ବେଆଇନ ବନ୍ଧୁକଧାରୀ ତଥା ଏହାର ଚୋରା କାରବାର କରୁଥିବା ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri