୨୦୨୩ରେ ୧୮୨ ଲକ୍ଷ କୋଟିର କାରବାର ୟୁପିଆଇ କାରବାରରେ ୪୯% ବୃଦ୍ଧି

ନୂଆଦିଲ୍ଲୀ,୫।୧: କ୍ରମାଗତ ଭାବେ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ୍‌ (ୟୁପିଆଇ)ର ଚାହିଦା ଓ କାରବାର ବୃଦ୍ଧି ପାଉଛି। ଏପରିକି ୟୁପିଆଇର ବ୍ୟବହାର ସବୁ ବର୍ଗଙ୍କ ଲାଗି ଏକ ମାଧ୍ୟମ ପାଲଟିଯାଇଛି। ଫଳରେ ଲଗାତର ଭାବେ ୟୁପିଆଇ କାରବାରରେ ଅଭିବୃଦ୍ଧି ଘଟୁଛି। ଉଲ୍ଲେଖଯୋଗ୍ୟ,ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ୟୁନିଫାଏଡ୍‌ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ) ୨୦୨୩ରେ ଉଲ୍ଲେଖନୀୟ ସଫଳତା ସହ ୧୦୦ ବିଲିୟନର ସ୍ତରକୁ ଅତିକ୍ରମ କରିଛି। ଏପରିକି ୨୦୨୩ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ୧୧୭.୬ ବିଲିୟନ ଥର ୟୁପିଆଇ କାରବାର (ଟ୍ରାଞ୍ଜାକ୍ସନ) ହୋଇଥିବାବେଳେ ମୋଟ ୧୮୨ ଲକ୍ଷ କୋଟି ଟଙ୍କାର ନେଣଦେଣ (କାରବାର) ହୋଇଛି।

୨୦୨୨ ତୁଳନାରେ ଏହି ସଂଖ୍ୟା (କାରବାର ପରିମାଣ) ୪୫ % ଅଧିକ ବୋଲି କୁହାଯାଉଛି। ସେହିଭଳି ୨୦୨୩ ଡିସେମ୍ବରରେ ମୋଟ ୧୮.୨୩ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ୨୦୨୩ ନଭେମ୍ବର ତୁଳନାରେ ୫% ଅଧିକ ହୋଇଥିବାବେଳେ ୨୦୨୩ ଡିସେମ୍ବରରେ ୧୨.୦୨ ବିଲିୟନ ଥର କାରବାର ହୋଇଛି ବୋଲି କର୍ପୋରେଶନ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ୨୦୨୩ ଡିସେମ୍ବର ଆଇଏମ୍‌ପିଏସ୍‌ରେ ମଧ୍ୟ ନେଣଦେଣ ୬% ବଢ଼ି ୪୯.୯ କୋଟି ହୋଇଛି, ଯେତେବେଳେକି ନଭେମ୍ବରରେ ଏହି ସଂଖ୍ୟା (କାରବାର ପରିମାଣ) ୪୭.୨ କୋଟି ଥିଲାବେଳେ ୨୦୨୩ ଡିସେମ୍ବରରେ ୪.୮୭ ଟ୍ରିଲିୟନ ନେଣଦେଣ ହୋଇଥିଲା ଏବଂ ଏଥିରେ ୫୮.୫ କୋଟି ଟଙ୍କା ରହିଥିଲା। ସେହିଭଳି ୨୦୨୩ ଡିସେମ୍ବରରେ ୩୪.୮ କୋଟି ଫାସ୍‌ଟାଗ୍‌ ନେଣଦେଣ ହୋଇଛି। ୨୦୨୩ ନଭେମ୍ବର ତୁଳନାରେ ଏହି ପରିମାଣ ପ୍ରାୟ ୩୨.୧ କୋଟି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri