ପୋଡ଼ିଲେ ମାଓବାଦୀ ପୋଷାକ, ସମାଜର ମୁଖ୍ୟସ୍ରୋତରେ ହେଲେ ସାମିଲ

ଚିତ୍ରକୋଣ୍ଡା,୧୧ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସଫଳ ହେବାକୁ ଲାଗିଛି ସରକାରଙ୍କ ଆଣ୍ଟି ମାଓବାଦୀ ଅପରେଶନ। ଜିଲାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବା ପାଇଁ ବିଏସ୍‌ଏଫ୍‌ ଆସିବା ପରେ ମାଲକାନଗିରିର ଚିତ୍ର ବଦଳିଗଲା। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ମାଓବାଦୀ ଦୁର୍ଗ ଅକ୍ତିଆର କରି ଚାଲିଛି ଓଡ଼ିଶା ପୋଲିସ। ଗତ କିଛି ମାସ ପୂର୍ବେ ଜିଲାର ଶେଷ ମାଓବାଦୀ ଗଡ଼କୁ ଓଡ଼ିଶା ପୋଲିସ ସହଯୋଗରେ ବିଏସ୍‌ଏଫ୍‌ ବାହିନୀ ଅକ୍ତିଆର କରିବା ପରେ ଯନ୍ତ୍ରୀ ପଞ୍ଚାୟତବାସୀ ପରିବର୍ତ୍ତନ ଦେଖୁଛନ୍ତି। ନିଜକୁ ସୁରକ୍ଷିତ ମନେ କରିବା ସହ ମାଓବାଦୀ ସଂଘଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ସ୍ବାଭିମାନୀ ମଣିଷ। ଚଳିତମାସ ୨ ତାରିଖରେ ପୋଲିସ ଡିଜି ସୁନୀଲ ବଂଶଲ ସ୍ବାଭିମାନ ଅଞ୍ଚଳ ଗସ୍ତରେ ଆସିଥିବା ସମୟରେ ୫୦ ଜଣ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିବା ବେଳେ ଆଜି କେବଳ ଯନ୍ତ୍ରୀ ପଞ୍ଚାୟତର ୧୮୦ଜଣ ମିଲିସିଆ ଜିଲା ପ୍ରଶାସନ, ବିଏସ୍‌ଏଫ୍‌ ଓ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିବା ସହ ନିଜେ ପରିଧାନ କରୁଥିବା ମାଓବାଦୀ ପୋଷାକକୁ ପୋଡ଼ି ଦେଇଥିଲେ। ସେମାନେ କହିଛନ୍ତି, ଆମେ ଆଉ ମିଛ ପ୍ରତିଶ୍ରୁତିରେ ବିଶ୍ୱାସ କରିବୁନି ଏବେ ସରକାରଙ୍କ ବିକାଶ ସ୍ରୋତରେ ସାମିଲ ହେବୁ। ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବା ଦିଗରେ କାର୍ଯ୍ୟ କରିଥିବା ୩ ପୋଲିସ ଅଧିକାରୀ ଯଥା ଲକ୍ଷ୍ମୀ ନାରାୟଣ ମୁଦୁଲି, ଅନିଲ କୁମାର ପରିଡ଼ା ଓ ଚନ୍ଦ୍ରକାନ୍ତ ତାଣ୍ଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜି ଯନ୍ତ୍ରୀଠାରେ ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ୱିବେଦୀ ଓ ବିଏସ୍‌ଏଫ୍‌ କମାଣ୍ଡାଣ୍ଡଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୧୮୦ ମିଲିସିଆ ମାଓବାଦୀ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଭୁକ୍ତ ବିଭିନ୍ନ ଗ୍ରାମବାସୀଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ, ଏପିଓ ଉଛବ ଗିରି ବହୁ ଲୋକଙ୍କୁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା କାର୍ଡ ପ୍ରଦାନ ସହିତ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା। ଗତ ଦୁଇ ମାସ ହେଲା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀରେ ବିଏସ୍‌ଏଫ୍‌ କ୍ୟାମ୍ପ ସ୍ଥାପନ ହେଲା ପରେ ବିକାଶ ଅଭିମୁଖେ ଆଗେଇ ଚାଲିଛି ଯନ୍ତ୍ରୀ ପଞ୍ଚାୟତ। ସବୁଠୁ ବଡ଼ କଥା ଯନ୍ତ୍ରୀକୁ ରାସ୍ତା ଫିଟିବା ସହିତ ଗାଡ଼ି ଯାତାୟାତ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri