୧୮ ବର୍ଷ ହେଲା ଅପେକ୍ଷା

ଢେଙ୍କାନାଳ ଅଫିସ, ୨୭।୪: ଜିଲା ସଦର ସହ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ୍‌ ଚଳାଚଳ ସୁଗମ କରାଇବା ସ୍ବପ୍ନ ଦେଖାଇଛନ୍ତି ସରକାର। ଓଡ଼ିଶାର ୨୨ ଜିଲାରେ ୫୫ଟି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ, ଯେଉଁଠାରେ ବସ୍‌ ରହଣି ସମେତ ଯାତ୍ରୀଙ୍କ ଲାଗି ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ପରଷାଯାଇଛି ଗୋଲାପୀ ଚିତ୍ର। ହେଲେ ଭିତ୍ତିପ୍ରସ୍ତର ସ୍ଥାପନକୁ ଦୀର୍ଘ ୧୪ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ଢେଙ୍କାନାଳରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାମ ଆରମ୍ଭ ହୋଇ ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଢେଙ୍କାନାଳ ସହରରେ ଏକ ଉନ୍ନତମାନର ବସଷ୍ଟାଣ୍ଡ ନିର୍ମାଣ ପାଇଁ ୨୦୦୫ରେ ପୌରସଂସ୍ଥା ପକ୍ଷରୁ ମହିଷାପାଟ ପଡ଼ିଆରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ବିଭିନ୍ନ କାରଣରୁ ଏହା ଆଗେଇ ପାରି ନ ଥିଲା। ଏହାପରେ ଢେଙ୍କାନାଳ ଆଞ୍ଚଳିକ ଉନ୍ନୟନ ସଂସ୍ଥା (ଡ୍ରିଟ୍‌) ପକ୍ଷରୁ ପିପିପି ମୋଡ୍‌ରେ ବସ୍‌ ଟର୍ମିନାଲ ଲାଗି ପୁନର୍ବାର ମହିଷାପାଟ ପଡ଼ିଆର ୫ ଏକର ଜାଗା ଚିହ୍ନଟକରି ଟେଣ୍ଡର ହୋଇଥିଲା। ତେବେ ଡ୍ରିଟ୍‌ ଏବଂ ଠିକାସଂସ୍ଥା ମଧ୍ୟରେ ସମନ୍ବୟ ଅଭାବରୁ ମାମଲା ହାଇକୋର୍ଟ ଯାଏ ଯାଇଥିଲା। ଠିକାସଂସ୍ଥା ଓହରିଯିବାରୁ ପ୍ରକଳ୍ପ ଅଧାରେ ଅଟକିଯାଇଥିଲା। ୨୦୧୫ରେ ଲକ୍ଷ୍ମୀପୂଜା ଅବସରରେ ମହିଷାପାଟ ପଡ଼ିଆରେ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଥିଲା। ଏଠାରେ ସ୍ଥାୟୀ ଭାବେ ବାର୍ଷିକ ପଲ୍ଲିଶ୍ରୀ ମେଳା କରିବାକୁ ଜିଲା ପ୍ରଶାସନ ଯୋଜନା କରିଥିଲା। ଏଭଳି ସ୍ଥିତିରେ ରାଜ୍ୟ ପରିବହନ ନିଗମ ପକ୍ଷରୁ ପଡ଼ିଆରେ ପାଚେରି ନିର୍ମାଣ ପାଇଁ ଉଦ୍ୟମ କରାଯାଉଥିବାବେଳେ ପ୍ରଶାସନ ଏହାକୁ ବନ୍ଦ କରିଦେଇଥିଲା। ଦୀର୍ଘଦିନ ଧରି ଛକାପଞ୍ଝା ପରେ ମହିଷାପାଟ ପଡ଼ିଆର ୫ ଏକର ଜମିରେ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ। ତଦନୁଯାୟୀ ପଡ଼ିଆର ପଟ୍ଟା ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନାମରେ ହୋଇଥିଲା। ୨୦୨୧ ଡିସେମ୍ବର ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶିଳାନ୍ୟାସ କରିଥିଲେ। ଉକ୍ତ ବସ୍‌ ଟର୍ମିନାଲ ରାଜ୍ୟରେ ଉଦାହରଣ ସାଜିବ। ଏଠାରେ ବିଶ୍ରାମାଗାର, ବ୍ୟବସାୟିକ ପ୍ରତିଷ୍ଠାନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ହିନ୍ଦୋଳରେ ମଧ୍ୟ ୧ ଏକର ଜମିରେ ଅନୁରୂପ ବସ୍‌ଷ୍ଟାଣ୍ଡ ପାଇଁ ଶିଳାନ୍ୟାସ ହୋଇଥିଲା। କିନ୍ତୁ ଦୀର୍ଘ ୧୪ ମାସ ବିତିବା ପରେ ମଧ୍ୟ ବସ୍‌ ଟର୍ମିନାଲ କାମ ଆରମ୍ଭ ହୋଇ ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କୁହନ୍ତି, ରାଜ୍ୟ ପରିବହନ ନିଗମ ପକ୍ଷରୁ ଏବେ ଢେଙ୍କାନାଳ ସହରରେ ଥିବା ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ କାମ ଚାଲିଛି। ହେଲେ କାର୍ଯ୍ୟର ଅଗ୍ରଗତି ଏବଂ ଏହା କେବେ ସରିବ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ବସ୍‌ ଟର୍ମିନାଲ ନିର୍ମାଣ ସମ୍ପର୍କରେ କୌଣସି ତଥ୍ୟ ନ ଥିବା ସେ କହିଛନ୍ତି। ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ମହିଷାପାଟ ବସ୍‌ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିସହ ସହରରେ ଥିବା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri