ମହାକାଳପଡ଼ାରେ ୧୮ ଗାଁ ସୁନାମିପ୍ରବଣ

ମହାକାଳପଡ଼ା,୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ସମୁଦ୍ର କୂଳିଆ ଅଞ୍ଚଳର ୧୮ ଗ୍ରାମକୁ ସୁନାମିପ୍ରବଣ ଭାବେ ଚିହ୍ନଟ କରାଯାଇଛି। ତେବେ ଚିହ୍ନଟ ହୋଇଥିବା ଗାଁଗୁଡ଼ିକର ଲୋକମାନେ ସୁନାମି ପ୍ରଭାବରୁ ବର୍ତ୍ତିବା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଗାଁରେ ୨୦୧୮ ଠାରୁ ଆଗୁଆ ସୂଚନା ଟାୱାର ନିର୍ମାଣ କରାଯାଇଛି। ଫଳରେ ପ୍ରଭାବିତ ଅଞ୍ଚଳ ଲୋକମାନେ ପରିବାରର ସୁରକ୍ଷା ପାଇଁ ଉଚ୍ଚ ତଥା ନିରାପଦ ସ୍ଥାନକୁ ସ୍ଥାନାନ୍ତର ହୋଇପାରିବେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଚେତନ କରାଇବାକୁ କୁହାଯାଇଛି। ତେବେ ସମୁଦ୍ରରେ ଭୂକମ୍ପ ସୃଷ୍ଟି ହେଲେ ଏହା ପ୍ରଭାବରେ ଉପର ଭାଗରେ ଜଳସ୍ଥଳ ଭାଗକୁ ଦ୍ରୁତ୍ରବେଗରେ ଅଗ୍ରସର ହେବା ସହ ଜଳ ପ୍ଲାବିତ କରାଇଥାଏ। କିନ୍ତୁ ସମୁଦ୍ରରେ ବଡଧରଣର ଭୂକମ୍ପ ଅନୁଭୂତ ହେଲେ ଉପକୂଳ ଅଞ୍ଚଳ ଗାଁରେ ସୁନାମି ଟାୱାରଗୁଡ଼ିକ ୪୫ ମିନିଟ୍‌ ପୂର୍ବରୁ ସାଇରନ ବାଜି ସୂଚନା ଦେଇଥାଏ। ସତର୍କ ସୂଚନା ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ନିରାପଦ ପାଇଁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର ହୋଇପାରିବେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ବ୍ଲକର ମୁଖ୍ୟ କାର୍ଯ୍ୟଳୟ ପରିସରରେ ଏକ ସୁନାମି ସତର୍କ ସୂଚନା କେନ୍ଦ୍ର ରହିଛି। ବ୍ଲକ କାର୍ଯ୍ୟାଳୟ କୋଠରିରେ ଏକ ସ୍ବୟଂଚାଳିତ ନିୟନ୍ତ୍ରଣ କକ୍ଷ ରହିଛି। ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳର ନାଞ୍ଜୁରା ପଞ୍ଚାୟତ ତନ୍ତିଆପାଳ ଶାସନ, ରଟପଙ୍କ, ନରସିଂହପୁର, ଜମ୍ବୁ ପଞ୍ଚାୟତର ଉତ୍ତର ଜମ୍ବୁ, ଜମ୍ବୁ କେନାଲ ଲକ୍‌, କଣ୍ଡରାପାଟିଆ, ବତିଘର ପଞ୍ଚାୟତର ବଡ଼ ଟୁବି, କଜଳପାତିଆ ଓ ଦକ୍ଷିଣ ବରକୋଳି ଖୋଳା ଆଦି ଗାଁରେ ସୁନାମି ସତର୍କ ସୂଚନା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି ସତର୍କ ସୂଚନା କେନ୍ଦ୍ର ଅଧିକାଂଶ ସ୍ଥାନରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁ କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ସୂଚନା କେନ୍ଦ୍ର ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ନିିର୍ମାଣ କରାଯାଇଛି। ଏହି ଟାୱାରଟି ଉପଗ୍ରହ ମାଧ୍ୟମରେ ସୁନାମି ଆସିବାର ସାଇରନ୍‌ ବାଜି ଉଠିବ ବୋଲି କୁହାଯାଇଛି। କିନ୍ତୁ ଟାୱାରଟିରେ ସାମାନ୍ୟ ତ୍ରୁଟି ରହିଲେ, ସୁନାମି ସମ୍ବନ୍ଧରେ ସତର୍କ ସୂଚନା ଫେଲ୍‌ ମାରିବା ଆଶଙ୍କା ରହିଛି ବୋଲି କୁହାଯାଇଛି। ଏହି କେନ୍ଦ୍ରଗୁଡ଼ିକ ଭାରତ ସରକାରଙ୍କ ଦ୍ୱାରା ଇନ୍‌ଫର୍‌ ମେଶନ ଟେକ୍ନୋଲୋଜି ଅଧୀନର ହାଇଦ୍ରାବାଦସ୍ଥିତ ମୁଖ୍ୟ ନିୟନ୍ତ୍ରଣ କକ୍ଷ ରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସୁନାମି ସତର୍କ ସୂଚନା କେନ୍ଦ୍ର ସଂକ୍ରାନ୍ତରେ ବିଡିଓ ସାଗର କୁମାର ନନ୍ଦଙ୍କୁ ପଚାରିବାରେ ଯଦି କୌଣସି ସୁନାମି ସତର୍କ ଟାଓ୍ବାରରେ କିଛି ଅସୁବିଧା ରହିଥିବା ଆଗାମୀ ଦିନରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri