୧୮ ଜଣଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତୀପତ୍ର

କଟକ ଅଫିସ,୭।୮: କଟକ ପୋଲିସ ମୁଖ୍ୟାଳୟସ୍ଥିତ ଆର୍‌.କେ. ପାଢୀ ମେମୋରିଆଲ ହଲ୍‌ ପରିସରରେ ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରଶସ୍ତି ପତ୍ର (ଡିଜିପିସ୍‌ କମେଣ୍ଡେସନ୍‌ ରୋଲ୍‌) ପ୍ରଦାନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଡିଜିପି ଅଭୟ ଯୋଗଦେଇ ୧୨ ଜଣ ମିନିଷ୍ଟରିଆଲ୍‌ ଅଫିସର, ୬ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶସ୍ତୀପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ୩ଜଣ ଏଷ୍ଟାବ୍ଲିସମେଣ୍ଟ ଅଫିସର, ଜଣେ ସେକ୍ସନ ଅଫିସର, ୫ଜଣ ଏଏସ୍‌ଓ, ଜଣେ ପିଏ, ୨ଜଣ ସିନିୟର୍‌ ଷ୍ଟେନୋଗ୍ରାଫର୍‌, ୨ ଏଏସ୍‌ଆଇ, ଜଣେ ହାବିଲଦାର, ଜଣେ ଆସିଷ୍ଟାଣ୍ଟ ଡ୍ରାଇଭର, ଜଣେ ସିପାହି ଏବଂ ଜଣେ କନଷ୍ଟେବଳ ରହିଛନ୍ତି। ୨୦୨୦-୨୧ ବର୍ଷରେ ଉଲ୍ଲେଖନୀୟ ସେବା ନିମନ୍ତେ ସେମାନଙ୍କୁ ଏହି ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲିସ ମୁଖ୍ୟାଳୟର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।