ଭତ୍ତା ପାଇଁ ଟ୍ରାଇ ସାଇକେଲରେ ୧୮ କି.ମି.

ଚମ୍ପୁଆ,୧୪।୧୦(ଡି.ଏନ.ଏ.)-ସରକାର ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଏହାର ସୁଫଳ ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଦିବ୍ୟାଙ୍ଗ ଅସହାୟମାନେ ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରେ ନେହୁରା ହେଉଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଉ ନ ଥିବା ଦୃଷ୍ଟିକୁ ଆସିଛି। ଶେଷରେ ଏକ ଅସହାୟ ଦମ୍ପତି ବିଭାଗୀୟ ଅଧିକାରୀଙ୍କୁ ଭେଟିବା ପାଇଁ ଟ୍ରାଇସାଇକେଲରେ ୧୮ କି.ମି. ଆସିଥିଲେ। ଦିବ୍ୟାଙ୍ଗ ସ୍ବାମୀ ଟ୍ରାଇସାଇକେଲରେ ବସିଥିବା ବେଳେ ସ୍ତ୍ରୀ ପଛରୁ ଠେଲୁଥିବା ଦେଖିବାକୁ ମିଳିଥିଲା।
ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ବଡ଼ନଈ ଅଞ୍ଚଳରେ। ଦୁଲୁମ ଚାତମ୍ଭା ୮ ମାସ ପୂର୍ବେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଡାହାଣ ଗୋଡ଼ ଓ ବାମହାତ ଦୁଇଟି ଅଚଳ ହୋଇପଡ଼ିଥିଲା। ସେବେଠାରୁ ଦୁଲୁମ କୌଣସି କାମ କରିପାରୁନାହାନ୍ତି। ୭ ପିଲାଙ୍କୁ ମିଶାଇ ୯ ପ୍ରାଣୀ କୁଟୁମ୍ବ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଗଣ୍ଡାକ ତାଙ୍କ ପାଇଁ ଯଥେଷ୍ଟ ହେଉନି। ଫଳରେ ସେ ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରେ ଯାଇ ନିରାଶ ହୋଇଫେରୁଥିଲେ। ଶେଷରେ ଦୁଲୁମ ଓ ତାଙ୍କ ସ୍ତ୍ରୀ ଚମ୍ପୁଆ ବିଡିଓଙ୍କୁ ଦେଖାକରି ଗୁହାରି କରିବାକୁ ସ୍ଥିର କରିଥିଲେ। ସୋମବାର ସକାଳୁ ଗ୍ରାମର ଜଣେ ଦିବ୍ୟାଙ୍ଗଠାରୁ ଟ୍ରାଇସାଇକେଲ ମାଗି ଆଣି ସ୍ତ୍ରୀଙ୍କ ସହାୟତାରେ ସକାଳ ୫ଟାରୁ ଚମ୍ପୁଆରୁ ବାହାରିଥିଲେ। ୫ ଘଣ୍ଟା ପରେ ୧୮ କି.ମି. ଦୂର ଚମ୍ପୁଆରେ ପହଞ୍ଚତ୍ଥିଲେ। ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନାଭ ବେହେରାଙ୍କ ପାଖରେ ପହଞ୍ଚାଇ ଦେଇଥିଲେ। ଅଧିକାରୀ ବେହେରା ତାଙ୍କ ସହିତ ଆଲୋଚନା କରି ଭତ୍ତା କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଦୁଲୁମଙ୍କୁ ବ୍ଲକ ତରଫରୁ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ସାଇକେଲ ଦିଆଯିବା ସହ ଫେରିବା ଲାଗି ଗାଡ଼ି ବ୍ୟବସ୍ଥା କରାଯାଇଥିଲା। ଏ ସମ୍ପର୍କରେ ଅଧିକାରୀ ବେହେରା କହିଛନ୍ତି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ମାଧ୍ୟମରେ ଅନ୍‌ଲାଇନ ଦ୍ୱାରା ଦରଖାସ୍ତ କରାଯାଇ ତାଙ୍କ ଭତ୍ତା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

୪ ବର୍ଷ ତଳେ ହୋଇଥିଲା ପୋଷ୍ଟିଂ, ଭଡ଼ା ଘରୁ ଉଦ୍ଧାର ହେଲା ପୋଷ୍ଟମ୍ୟାନଙ୍କ ମୃତଦେହ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଗୋଠଗାଁ ପୋଷ୍ଟମ୍ୟାନଙ୍କ ମୃତଦେହକୁ ତାଙ୍କ ଭଡାଘରୁ ଉଦ୍ଧାର କରାଯାଇଛି। ମୃତ ପୋଷ୍ଟମ୍ୟାନ ଜଣଙ୍କ ହେଲେ ଗଜପତି ଜିଲା…

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ସୂଚନା ଦେଇଥିବା ଲୋକଙ୍କ ଘର ଆଗରେ ହଟ୍ଟଗୋଳ

ପାତ୍ରପୁର,୨୧।୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଖାରିଆଗୁଡା ପଞ୍ଚାୟତ ତାଳପଡା ଗ୍ରାମରେ ଶନିବାର ଜଣେ ନାବାଳିକାଙ୍କ ବିବାହ ହେଉଥିବା ନେଇ ସୂଚନା ପାଇ ପ୍ରଶାସନ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

ମିନି ଷ୍ଟାଡିୟମରେ ଅଧିକାଂଶ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି, ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ…

ଗଞ୍ଜାମ,୨୧।୨(ବିଦ୍ୟାଧର ସାହୁ): କିଛି ମାସ ହେବ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଅଧିକାଂଶ ଷ୍ଟ୍ରିଟ ଲାଇଟ ଜଳୁ ନ ଥିବା ଦେଖିବାକୁ ମିଳିଛି। ଏନ୍‌ଏସି ଅଧ୍ୟକ୍ଷାଙ୍କ ବାସଭବନ…

ଜେଲ ଗଲେ କୋଟିପତି ଫରେଷ୍ଟର: ଆୟରୁ ୪୭୦ ଶତକଡ଼ା ଅଧିକ ସମ୍ପତ୍ତି କରିଥିଲେ ଠୁଳ, ୪ କୋଟିର ମାଲିକ

ଭବାନୀପାଟଣା,୨୧।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ରେଞ୍ଜର ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରା ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri