ବାଙ୍କୀ,୧୨ା୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା-ଚନ୍ଦକା ଅଭୟାରଣ୍ୟରେ ବାସ କରୁଥିବା ହାତୀପଲମାନଙ୍କ ମଧ୍ୟରୁ ଏକ ୧୮ ଟିକିଆ ହାତୀପଲ ଗୁରୁବାର ରାତିରେ ମହାନଦୀ ପାର୍ ହୋଇ ଆଠଗଡ଼ ଉପଖଣ୍ଡ ସୁକାସନ ଜଙ୍ଗଲକୁ ଯାଇଥିଲେ। ନିଜ ଜଙ୍ଗଲ ଡମପଡ଼ା-ଚନ୍ଦକାକୁ ଫେରୁଥିବା ବେଳେ ସକାଳ ହୋଇଯାଇଥିବାରୁ ମହାନଦୀ ପଠାରେ ଫସି ରହିଥିବା ବେଳେ ଲୋକମାନଙ୍କ କୋଳାହଳରୁ ଆସି ପାରିbj ନ ଥିଲେ। ଡମପଡ଼ା-ଚନ୍ଦକା ଅଭୟାରଣ୍ୟ ରେଞ୍ଜର। ନିରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଭଗିପୁର ଫରେଷ୍ଟ ଅଧିକାରୀ ଓ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।


