ଭାଟୁଣିଆଁରେ ୧୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ

କେନ୍ଦୁଝର,୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବନାଞ୍ଚଳ ପଦ୍ମପୁର ପଞ୍ଚାୟତ ଭାଟୁଣିଆଁ ଗ୍ରାମର ନାଳ ନିକଟରେ ୧୮ଟିକିଆ ହାତୀପଲ ଦିନବେଳେ ଡେରା ପକାଇଛନ୍ତି। ଶନିବାର ସନ୍ଧ୍ୟାରେ ଆମ୍ବଡହରାରୁ ହାତୀପୋଲ କୁଡ଼ିଆଘରା ଟିକରପଡ଼ା ଗ୍ରାମଦେଇ କାଦଗଡ଼ ମକରମେଳା ସେଠାରୁ ରେଳଲାଇନ୍‌ ଅତିକ୍ରମ କରି ଭଣ୍ତାନାଳୀସାହି ଆମ୍ବତୋଟାରେ ପହଞ୍ଚିଥିଲେ। ଫଳରେ ଦୁଇ ଦିନ ହେଲା ସ୍ଥାନୀୟ ଅଞ୍ଚଳ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ହାତୀମାନେ ନାଳରେ ଗାଧୋଇଥିଲେ। ଦେଖିବାକୁ ଶହଶହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କ୍ଷେତରେ ହୋଇଥିବା ଫସଲକୁ ସୁରକ୍ଷା ଦେବାକୁ ଟିକରପଡ଼ା, କୁଡ଼ିଆଘରା, ମହାଦେଇଯୋଡ଼ା, କାଦଗଡ଼, ଭାଟୁଣିଆଁ, ନରସିଂହପୁର, କେନ୍ଦୁପୋଶି ଗ୍ରାମର ଚାଷୀଙ୍କ ସମେତ ପଳାସପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ, ସ୍କ୍ବାଡ୍‌ କର୍ମଚାରୀ ଓ ଶତାଧିକ ସ୍ଥାନୀୟ ଲୋକ ହାତୀପଲଙ୍କୁ ଘଉଡ଼ାଇଥିଲେ। ଆଜି ସକାଳେ ଭାଟୁଣିଆଁ ନାଳରେ ହାତୀପୋଲ ରହିଯାଇଥିଲେ। ତେବେ ହାତୀପୋଲ ଯେଉଁ ଗତିବିଧି ଦେଇ ଚଳାଚଳ କରିଛନ୍ତି, ବାଡ଼ିବଗିଚାରେ ହୋଇଥିବା ବିଭିନ୍ନ ପରିପରିବା ଫସଲ ଖାଇବା ସହିତ ଅଧିକ ପାଦରେ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ଦିନବେଳେ ହାତୀପଲଙ୍କୁ ଦେଖିବାକୁ ଜନଗହଳି ଲାଗି ରହିଥିଲା। ବନବିଭାଗ କର୍ମଚାରୀ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଥିବାବେଳେ ସନ୍ଧ୍ୟା ହେଲେ ଘଞ୍ଚଜଙ୍ଗଲକୁ ଘଉଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ସ୍ଥାନୀୟ ଲୋକେ ନିଜର ଫସଲ ଓ ଧନଜୀବନର ସୁରକ୍ଷା ପାଇଁ ହାତୀମାନଙ୍କୁ ଘଉଡ଼ାଉଥିବା ବେଳେ କେତେକ ହାତୀଙ୍କୁ ବିଭିନ୍ନ ପ୍ରକାରର ହଇରାଣ ହରକତ କରୁଥିବାରୁ ହାତୀମାନେ ବ୍ୟତିବ୍ୟସ୍ତ ହୋଇ ଏଣେ ତେଣେ ଧାଉଁଥିବା ଦେଖିବାକୁ ମିଳୁଛି। କେତେକ ହାତୀଙ୍କ ସହିତ ସେଲ୍‌ଫି ନେବାକୁ ବା ହାତୀମାନଙ୍କ ଫଟୋ ନେବାକୁ ନିକଟକୁ ଚାଲି ଯାଉଥିବାରୁ ବିପଦ ଆଶଙ୍କା ରହୁଛି। ଏଣୁ ହାତୀମାନେ ପ୍ରତି ଆକ୍ରମଣ କରିବା ସମ୍ଭାବନା ରହୁଥିବାରୁ ଏଥିପ୍ରତି ବନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri