କଟକ,୩।୮ (କାର୍ତ୍ତିକ ସାହୁ)ମେଡିକାଲ କଲେଜରେ ନାମ ଲେଖାଇବାର ପ୍ରଲୋଭନ ଦେଖାଇ ୧୮.୫ ଲକ୍ଷ ଟଙ୍କାର ଠକେଇ ହୋଇଛି। ଏହି ଠକେଇର ମାଷ୍ଟର ମାଇଣ୍ଡଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବିଷ୍ଣୁପୁର ଥାନା ଅଞ୍ଚଳରୁ ଗିରଫ କରିଛି। ସେ ହେଲେ ବାଲେଶ୍ୱର ନିକଟ ଦୀଘା ଅଞ୍ଚଳର ଶୁଭାଶିଷ ପତି। ସେ ଗତ ୩ ବର୍ଷ ଧରି ଚକ୍ମା ଦେଖାଇ ଗିରଫଦାରିରୁ ବର୍ତ୍ତିବା ପାଇଁ ଖସି ବୁଲୁଥିଲେ।
ମିଳିଥିବା ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ବିନୋଦ କୁମାର ନାମକ ଜଣେ ବ୍ୟକ୍ତି ୨୦୧୫-୧୬ ମସିହାରେ ୧୮.୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ତାଙ୍କ ପୁଅର ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ସହଯୋଗ କରିବାକୁ ତାଙ୍କୁ ୩ ଜଣ ବ୍ୟକ୍ତି ପ୍ରତିଶ୍ରୁତି ଦେଇଥିଲେ। ବାଙ୍ଗାଲୋର କିମ୍ବା ଭୁବନେଶ୍ୱରର ଏକ ଖ୍ୟାତନାମା ମେଡିକାଲ କଲେଜରେ ମ୍ୟାନେଜମେଣ୍ଟ କୋଟା ସିଟ୍ ଜରିଆରେ ନାମ ଲେଖା ନିମନ୍ତେ ସେମାନେ କହିଥିଲେ। ହେଲେ ସେମାନେ ପ୍ରତିଶ୍ରୁତି ରକ୍ଷା କରିପାରି ନ ଥିଲେ। ଏହାପରେ ସେମାନେ ନେଇଥିବା ଟଙ୍କା ଫେରସ୍ତ ପାଇଁ ଏକ ଚେକ୍ ବିନୋଦଙ୍କୁ ପ୍ରଦାନ କରିଥିଲେ। ବିନୋଦ ଉକ୍ତ ଚେକ୍ ବ୍ୟାଙ୍କରେ ଲଗାଇବାରୁ ତାହା ବାଉନ୍ସ ହୋଇଯାଇଥିଲା। ଏ ନେଇ ୨୦୧୯ ଡିସେମ୍ବର ୧୬ରେ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ ହେବା ପରେ ଏକ ମାମଲା(ନଂ.୧୯/୨୦୧୯) ରୁଜୁ ହୋଇଥିଲା। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ରଘୁନାଥ ବେହେରା ଓ ସୌମ୍ୟକାନ୍ତ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଘଟଣାର ମାଷ୍ଟର ମାଇଣ୍ଡ ଶୁଭାଶିଷ ଫେରାର ଥିଲେ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଦେବୀ ପ୍ରସାଦ ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ପଶ୍ଚିମବଙ୍ଗର ବିଷ୍ଣୁପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରୁ ଶୁଭାଶିଷଙ୍କୁ ଗିରଫ କରାଯାଇ ସ୍ଥାନୀୟ ଆଲିପୁର ଅତିରିକ୍ତ ସିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରାଯାଇଛି। କ୍ରାଇମବ୍ରାଞ୍ଚ ଶୁଭାଶିଷଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଖୁବ୍ଶୀଘ୍ର ଓଡ଼ିଶାରେ ପହଞ୍ଚତ୍ବ। ଏଥିସହ ତାଙ୍କର ଓଡ଼ିଶାରେ ରହିଥିବା ଅନ୍ୟ ଆପରାଧିକ କାର୍ଯ୍ୟକଳାପ ବିଷୟରେ କ୍ରାଇମ୍ବ୍ରାଞ୍ଚ ତନାଘନା କରୁଥିବା ସୂଚନା ମିଳିଛି।
Posted inHome, Home Left, ଆମ ଜିଲା ଖବର, କଟକ View All
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ
ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...
RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ
ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି
ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...
ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ
ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...
ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ
ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...
Archives


