Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୧୭ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କର ଯାତ୍ରା, ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ଅନୁକୂଳ ସମୟ। ତଥାପି କୃତ୍ତିକା ନକ୍ଷତ୍ର ସକାଶେ ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ସଭାସମିତି, ମାଲିମକଦ୍ଦମା କଥା କିମ୍ବା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ପ୍ରତିଶ୍ରୁତିରୁ ଓହରିବା କାରଣରୁ ଶେଷ ସମୟରେ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇପାରନ୍ତି।
ବୃଷ
ବୃଷ
ପରିସ୍ଥିତିର ତାଡ଼ନାରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ରୋହିଣୀ ନକ୍ଷତ୍ରର ଅଳ୍ପ କେତେଦିନ ହେଲା ଖୋଜୁଥିବା ଜିନିଷର ସନ୍ଧାନ ଆଜି ହିଁ ମିଳିବ। ଘରେ ବନ୍ଧୁମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ କିଛି ସତର୍କତାର ଆବଶ୍ୟକତା ପଡ଼ିବ ନାହିଁ।
ମିଥୁନ
ମିଥୁନ
ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ପରିବାରରେ ଝଗଡ଼ା ଲାଗିପାରେ। ପୁନର୍ବସୁ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭ ଅକ୍ଷୁଣ୍ଣ ରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସାମାନ୍ୟ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହେବ, ତାହା ବ୍ୟତୀତ ଅନ୍ୟ କୌଣସି ଅସୁବିଧା ହେବନାହିଁ। ଅଶ୍ଳେଷା ନକ୍ଷତ୍ର ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାମଟି ହଠାତ୍‌ ହୋଇଯିବ। ଋଣ ପରିଶୋଧ ପାଇଁ ଦୁଶ୍ଚିନ୍ତା ବୃଦ୍ଧି ପାଇବା ଆଶଙ୍କା ରହିଛି।
ସି˚ହ
ସି˚ହ
ମଘା ନକ୍ଷତ୍ର ବନ୍ଧୁମାନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରରୁ ଫେରିବା ବାଟରେ ଅପରାହ୍ନେ କଳହର ସମ୍ମୁଖୀନ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ହିତୈଷୀମାନଙ୍କ କଥା ମାନି ଚଳିଲେ କେତେକାଂଶରେ ଉପକୃତ ହେବେ।
କନ୍ୟା
ପ୍ରତାରିତ ହୋଇ ଅଭିଳଷିତ ଜିନିଷ ନ ପାଇବା କାରଣରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇପାରେ। ବରାଦ ଅନୁଯାୟୀ ଗୃହୋପକରଣ କ୍ରୟ କରିବେ। ଚିତ୍ରା ନକ୍ଷତ୍ର ଜଣେ ବନ୍ଧୁଙ୍କ ସହଯୋଗରୁ ନିର୍ମାଣାଧୀନ କାମଟି ସମ୍ପନ୍ନ କରିପାରିବେ। ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ।
ତୁଳା
ତୁଳା
ଆଜିର କର୍ମକ୍ଷେତ୍ରରେ ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଆପଣ ସମସ୍ୟା ସୁଧାରି ନେଇପାରିବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ଫଳରେ ଧୈର୍ଯ୍ୟଚ୍ୟୁତି ଘଟିପାରେ। ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବା ପାଇଁ ଲବି କରିପାରନ୍ତି। ସ୍ବାତୀ ନକ୍ଷତ୍ର ସକାଳୁ ସକାଳୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିବ।
ବିଛା
ବିଛା
ପରିବାରରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା, ସାହିତ୍ୟ କ୍ଷେତ୍ରର ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଅନୁରାଧା ନକ୍ଷତ୍ରର ଜୀବନଚର୍ଯ୍ୟାରେ ବ୍ୟତିକ୍ରମ ମାନସିକ ଅଶାନ୍ତିର କାରଣ ହେବ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଘରେ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। କଠୋର ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ମୂଳା ନକ୍ଷତ୍ର ସକାଶେ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
ମକର
ମକର
ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମ ଠିକ୍‌ ଠିକ୍‌ ହୋଇଯିବ। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ ଏବଂ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ। ପୂର୍ବ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଶ୍ରବଣା ନକ୍ଷତ୍ର ପରିସ୍ଥିତିରେ ପଡ଼ି ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବାକୁ ବାଧ୍ୟ ହେବେ।
କୁମ୍ଭ
କୁମ୍ଭ
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ନିଜର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଆପଣଙ୍କ କାମକୁ ଅବହେଳା କରିପାରନ୍ତି। ଭାବୁଥିବା କାମଟି ସମ୍ପନ୍ନ କରିବା ସକାଶେ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଶତଭିଷା ନକ୍ଷତ୍ରର ଗୃହ, ଭୂମି, ଗାଡ଼ିମୋଟର, ପ୍ରେସ୍‌, ପବ୍ଲିକେଶନ ସମ୍ପର୍କିତ ଦୁଶ୍ଚିନ୍ତା ଆସିବ।
ମୀନମୀନ
ଆଜିର କର୍ମକ୍ଷେତ୍ରରେ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଖଳଲୋକମାନଙ୍କ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏକ ଭିନ୍ନ ପରିବେଶରେ ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ଆଜି ଅଧିକାଂଶ ସମୟ ମାତିରହିବେ। ପାରିବାରିକ ସମସ୍ୟା କ୍ଷେତ୍ରରେ ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri