ତୃତୀୟ ଦିନରେ ୧୭୫ ନାମାଙ୍କନପତ୍ର ଦାଖଲ

କୋକସରା,୧୯ା୧(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି। ବୁଧବାର କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ଟି ପଞ୍ଚାୟତରେ ଥିବା ସମିତି ଆସନ ପାଇଁ ୧୫, ସରପଞ୍ଚ ପାଇଁ ୪୬, ଓ୍ବାର୍ଡ ସଭ୍ୟ ପାଇଁ ୧୧୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ନେଇ ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଗତ ୨ ଦିନର ନାମାଙ୍କନକୁ ମିଶାଇ ସମିତି ଆସନ ପାଇଁ ୨୮ ସରପଞ୍ଚ ପାଇଁ ୫୩ ଓ ଓ୍ବାର୍ଡ ସଭ୍ୟ ପାଇଁ ୧୬୧ ମୋଟ୍‌ ନାମାଙ୍କନ ଦାଖଲ ହୋଇଛି। ତେବେ କୋକସରା ବ୍ଲକର ତିନି ଜିଲା ପରିଷଦ ଆସନ ଆମପାଣି ୧, କୋକସରା ୨ ଓ ମୋଟେର ୩ ଜୋନ ପାଇଁ କୌଣସି ଦଳୀୟ ପ୍ରାର୍ଥୀ କିମ୍ବା ଅନ୍ୟ କୌଣସି ଦଳ ପକ୍ଷରୁ ଆଜି ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇ ନ ଥିବା ଜଣାପଡ଼ିଛି।