ରାଜଧାନୀରେ ୧୭୫ ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ୱର,୩୦ା୮(ବ୍ୟୁରୋ):ଉତ୍ତର ପ୍ରଦେଶର ନୋଏଡ଼ାରେ ନିର୍ମାଣ ହୋଇଥିବା ୧୦୦ ମିଟର ଉଚ୍ଚତାର ଦୁଇଟି ବେଆଇନ ଅଟ୍ଟାଳିକାକୁ ରବିବାର ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି। କୋଷ୍ଟାଲ ରେଗୁଲେଶନ ଜୋନ୍‌ ସର୍ତ୍ତକୁ ଉଲ୍ଲଂଘନ କରିଥିବାରୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ସେହି ବହୁତଳ ଆପାର୍ଟମେଣ୍ଟକୁ ଧରାଶାୟୀ କରାଯାଇଛି। ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବହୁମାତ୍ରାରେ ବେଆଇନ ନିର୍ମାଣ ଗଢ଼ିଉଠିଛି। ଏପରି କି ଦୀର୍ଘବର୍ଷ ହେଲା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଧ୍ୱଂସ ଆଦେଶ ଦିଆଯାଇଥିବା ୧୭୫ଟି ବେଆଇନ ଅଟ୍ଟାଳିକା କେବେ ଭଙ୍ଗାଯିବ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଉଭୟ ସଂସ୍ଥା କେବଳ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ସଂଶୋଧନ ଆଇନ-୨୦୧୫ର ସେକ୍ସନ ୯୨(୨) ଅନୁଯାୟୀ ମାମଲା ରୁଜୁକରି ବସିଯାଉଛନ୍ତି।
ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଲ୍ଡିଂ ରେଗୁଲେଶନକୁ ଉଲ୍ଲଂଘନ କରିଥିବା ଭୁବନେଶ୍ୱରରେ ପ୍ରାୟ ୬ ହଜାର ନିର୍ମାଣ ରହିଛି। ବିଡିଏ ପକ୍ଷରୁ ମୋଟ୍‌ ୧,୬୪୩ ଆପାର୍ଟମେଣ୍ଟକୁ ଅନୁମୋଦନ କରାଯାଇଛି। ସେଥିରୁ ୪୮୭ ବେଆଇନ ନିର୍ମାଣ ହୋଇଛି। ଉକ୍ତ ବେଆଇନ ଆପାର୍ଟମେଣ୍ଟରୁ ୧୭୫ଟିକୁ ଭାଙ୍ଗିବାକୁ ବିଡିଏ ଓ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ବିଡିଏ କିମ୍ବା ବିଏମ୍‌ସି ପକ୍ଷରୁ ଏ ନେଇ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଫଳରେ ଦିନକୁ ଦିନ ସହରରେ ବେଆଇନ ନିର୍ମାଣ ବଢ଼ିଚାଲିଛି, ଯାହା ସହରବାସୀଙ୍କ ପାଇଁ ବିପଦର କାରଣ ହୋଇଛି। ଯେଉଁଗୁଡିକ ଭାଙ୍ଗିବାକୁ ବିଡିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ସେଥିରୁ ଅଧିକାଂଶ ଆପାର୍ଟମେଣ୍ଟର ମାଲିକ ହାଇକୋର୍ଟରୁ ସ୍ଥଗିତାଦେଶ ଆଣି ସରକାରଙ୍କୁ ଏକପ୍ରକାର ଚାଲେଞ୍ଜ କରୁଛନ୍ତି। ମାତ୍ର ସେହି ସ୍ଥଗିତାଦେଶ ଉଚ୍ଛେଦ ଦିଗରେ ବିଡିଏ କିମ୍ବା ବିଏମ୍‌ସି ପକ୍ଷରୁ ସେଭଳି ପଦକ୍ଷେପ ନିଆଯାଉ ନ ଥିବାରୁ ଦୀର୍ଘବର୍ଷ ହେଲା ବେଆଇନ ନିର୍ମାଣକୁ ଧ୍ୱଂସ ଲାଗି ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ।
ଅନ୍ୟପକ୍ଷରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଥରକୁଥର ସର୍ବକ୍ଷମା ଯୋଜନା କରାଯାଇ ଅନେକ ବେଆଇନ ନିର୍ମାଣରୁ କିଛି ଜରିମାନା ନେଇ ଆଇନସିଦ୍ଧ କରାଯାଉଛି। ଏଥିଯୋଗୁ ବେଆଇନ ନିର୍ମାଣ କରୁଥିବା ପ୍ରମୋଟରମାନେ ଆଖିବୁଜି ସରକାରୀ ବିଲ୍ଡିଂ ରେଗୁଲେଶନକୁ ଖୋଲାଖୋଲି ଉଲ୍ଲଂଘନ କରି ନିଜର ବ୍ୟବସାୟ ଜାରି ରଖିଛନ୍ତି। ବିଡିଏ ସଚିବ କବିନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡିଏ ଆଇନ ଅନୁଯାୟୀ ବେଆଇନ ନିର୍ମାଣକୁ ନଷ୍ଟ କରିବାକୁ ବିଏମ୍‌ସି ପଦକ୍ଷେପ ନେଇପାରିବ। ଏ ନେଇ ବିଏମ୍‌ସିକୁ ୩ ବର୍ଷ ପୂର୍ବରୁ ଏକ ତାଲିକା ପ୍ରଦାନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି, ବେଆଇନ ନିର୍ମାଣ ସମ୍ପର୍କରେ ସର୍ଭେ କରାଯାଉଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଓଡିଶା ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା) ପୂର୍ବତନ ଏନ୍‌ଫୋର୍ସମେଣ୍ଟ ଅଫିସର ସୁରଥ ଜେନା କହିଛନ୍ତି ଯେ, ବେଆଇନ ନିର୍ମାଣ ଉପରେ ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଦିନକୁ ଦିନ ଏହା ବଢ଼ିଯାଉଛି। ସରକାର ଏ ଦିଗରେ କଠୋର ହେଲେ ଏହାକୁ ରୋକାଯାଇ ପାରିବ। ରେରା କାର୍ଯ୍ୟକାରୀ ହେବା ପରେ ବେଆଇନ ନିର୍ମାଣ ଉପରେ କିଛିମାତ୍ରାରେ ଅଙ୍କୁଶ ଲାଗିଛି। ଓରେରାର ବିନା ଅନୁମତିରେ କୌଣସି ପ୍ରମୋଟର ଆପାର୍ଟମେଣ୍ଟ ପାଇଁ ବିଜ୍ଞାପନ ଦେଇପାରିବେ ନାହିଁ ବୋଲି ସେ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଗ୍ରାହକମାନଙ୍କୁ ବିଲ୍‌ଡରମାନଙ୍କ ଶୋଷଣରୁ ରକ୍ଷା କରିବାକୁ କେନ୍ଦ୍ର ସରକାର ୨୦୧୬ରେ ରିୟଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ରେରା) ଆଇନ ଆଣିବା ପରେ ରାଜ୍ୟ ସରକାର ୨୦୧୭ରେ ଏହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଆସିବା ପରେ ବହୁତଳ ଅଟ୍ଟାଳିକା ନିର୍ମାଣ କରିବା ପୂର୍ବରୁ ଓରେରାଠାରୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri