ଏସବୁ ଦିଗପ୍ରତି ଧ୍ୟାନଦେଲେ ଅଣ୍ଟା ଯନ୍ତ୍ରଣାରୁ ମିଳେ ମୁକ୍ତି

ଆଜିକାଲି ଅଧିକାଂଶ ଲୋକ ଅଣ୍ଟା ଯନ୍ତ୍ରଣାକୁ ନେଇ ଚିନ୍ତିତ। କିନ୍ତୁ କିଛିଦିଗ ପ୍ରତି ଧ୍ୟାନ ଦେଲେ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ। ଜାଣନ୍ତୁ ଏ ସମ୍ପର୍କରେ…

– କାର୍ଯ୍ୟାଳୟରେ ବସିବା ସମୟରେ ଏପରି ବସନ୍ତୁ ଯେମିତି ଆପଣଙ୍କୁ ଆରାମ ଲାଗିବା ସହ ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ।

– ଅଧିକ ମୋଟା ଗଦିରେ ବସନ୍ତୁ ନାହିଁ।

– ସିଟ୍‌ରୁ ଉଠିବା ସମୟରେ ହଠାତ୍‌ ନ ଉଠି ସତର୍କତାର ସହ ଉଠନ୍ତୁ।

– ଅଣ୍ଟାକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ କରନ୍ତୁ।

– ସିଟ୍‌ରେ ଦୀର୍ଘସମୟ ପର୍ଯ୍ୟନ୍ତ ନ ବସି ମଝିରେ ମଝିରେ ଉଠି ଚଲାବୁଲା କରନ୍ତୁ।

– ଯେ କୌଣସି ଗାଡ଼ି ଚଳାଇବା ସମୟରେ ସର୍ବଦା ୯୦ ଡିଗ୍ରୀରେ ବସି ଗାଡ଼ି ଚଲାନ୍ତୁ।

– ଯଦି ଅଣ୍ଟାଜନିତ ଆଉ କିଛି ସମସ୍ୟା ରହିଛି ତେବେ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।