ବଳି ପଡ଼ିବ ୧୭୨୩ ଗଛ

ରାଉରକେଲା,୧୬।୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ବନ୍ଧମୁଣ୍ଡା-ଜରେଇକେଲା ୨୫ କି.ମି. ରାସ୍ତା ଜାତୀୟ ରାଜପଥ ବିଭାଗ ଅଧୀନକୁ ଯିବା ପରେ ଏହାର ସମ୍ପ୍ରସାରଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ପୂର୍ବରୁ ଭୂମି ଅଧିଗ୍ରହଣ, ଗଛକଟା, ହାତୀ ଚଲାପଥ ଆଦିକୁ ନେଇ ରହିଥିବା ସମସ୍ୟା ଦୂର ହେବା ପରେ ଗୁରୁବାରଠାରୁ ବନ୍ଧମୁଣ୍ଡା ମୁଖ୍ୟମାର୍ଗରୁ ଗଛକଟା ଆରମ୍ଭ ହୋଇଛି।
ସୂଚନା ଅନୁସାରେ, ଦୀର୍ଘ ୮/୧୦ ବର୍ଷ ବାଦବିବାଦ ପରେ ବନ୍ଧମୁଣ୍ଡା-ଜରେଇକେଲା ଏନଏଚ-୩୨୦ଡି ଜାତୀୟ ରାଜପଥ ବିଭାଗ ଅଧୀନକୁ ଆସିଥିଲା। ମାତ୍ର ନିର୍ମାଣ କାର୍ଯ୍ୟରେ ବନ ବିଭାଗର ସର୍ତ୍ତାବଳୀ ବାଧକ ସାଜିଥିଲା। ବନ ବିଭାଗ ଦେଇଥିବା ସର୍ତ୍ତ ଉପରେ ଜାତୀୟ ରାଜପଥ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ରାସ୍ତାକାମ ଆରମ୍ଭ ହୋଇପାରି ନ ଥିଲା। ଶେଷରେ ବନ ବିଭାଗର ସମସ୍ତ ସର୍ତ୍ତାବଳୀ ଜାତୀୟ ରାଜପଥ ବିଭାଗ ମାନିନେବା ପରେ ବର୍ତ୍ତମାନ ରାସ୍ତା ପାର୍ଶ୍ୱସ୍ଥ ବୃକ୍ଷକଟା ଆରମ୍ଭ ହୋଇଛି। ରାସ୍ତା ନିର୍ମାଣରେ ସମୁଦାୟ ୧୭୨୩ ବୃକ୍ଷ କଟାଯିବାକୁ ଥିବାବେଳେ ସବୁ ବୃକ୍ଷର ମାର୍କିଂ ସରିଯାଇଛି। ୧୧ଶହରୁ ଊର୍ଦ୍ଧ୍ୱ ବିଶାଳକାୟ ଆମ୍ବ, ଲିମ୍ବ, ତେନ୍ତୁଳି ପ୍ରଜାତି ବୃକ୍ଷ କଟାଯିବ ବୋଲି ଜଣାପଡିଛି। ଏ ନେଇ ରାଉରକେଲାସ୍ଥିତ ଜାତୀୟ ରାଜପଥ ବିଭାଗର କନିଷ୍ଠ ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଲେ, ଏନ୍‌ଏଚ-୩୨୦ଡି ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଯାଇଥିଲା। କେବଳ ଭୂମି ଅଧିଗ୍‌ହଣ ଓ ବନ ବିଭାଗ ମଞ୍ଜୁରୀ ବାକି ରହିଥିଲା। ବର୍ତ୍ତମାନ ବନ ବିଭାଗର ସମସ୍ତ ସର୍ତ୍ତ ସ୍ବୀକାର କରାଯିବା ପରେ ବୃକ୍ଷକଟା ଆରମ୍ଭ ହୋଇଛି । ଖୁବ୍‌ଶୀଘ୍ର ରାଜପଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ ବୋଲି ସେ କହିଥିଲେ। ଏ ନେଇ ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କୁ ପଚାରିବାରୁ ଆମର ଯାହା କିଛି ସର୍ତ୍ତ ଥିଲା ତାହା ସବୁ ବିଭାଗ ପକ୍ଷରୁ ପୂରଣ କରିବାକୁ ରାଜି ହେବାରୁ ଗଛକାଟ ପାଇଁ ମଞ୍ଜୁରୀ ଦିଆଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri