୧୭୦ କୋଟି ଲୋକ ଭୋକିଲା ରହିବା ଆଶଙ୍କା, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ…

ଜେନେଭା, ୧୮।୪ : ୟୁକ୍ରେନ ସଙ୍କଟ ସମ୍ପର୍କରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ରୁଷିଆ ଏବଂ ୟୁକେନ୍‌ ଯୁଦ୍ଧ ଯୋଗୁ ପୃଥିବୀର ଏକ ପଞ୍ଚମାଂଶ ଅନାହାରରେ ଅଛନ୍ତି। ସେ କହିଛନ୍ତି ୟୁକ୍ରେନ ସଙ୍କଟ ମାନବିକତାର ଏକ ପଞ୍ଚମାଂଶରୁ ଅଧିକ ୧୭୦ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟତାକୁ ଠେଲି ଦେବ।

ଫଳରେ ସେମାନେ ଭୋକିଲା ରହିବାର ଆଶଙ୍କା ରହିଛି। ରବିବାର ଦିନ ଚେକ ସେଜନାମ ଜାପ୍ରାଭି ପବ୍ଲିକେସନ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଗୁଟେରସ କହିଛନ୍ତି ଯେ ଆମେ ସମସ୍ତେ ୟୁକ୍ରେନ୍‌ ଘଟିଥିବା ଦୁଃଖଦ ଘଟଣା ଦେଖୁଛେ। କିନ୍ତୁ ଏହା ଏବେ ସୀମା ଅତିକ୍ରମ କରି ବିକାଶଶୀଳ ଦେଶ ଉପରେ ନୀରବ ଆକ୍ରମଣ ଆରମ୍ଭ କରିଛି।

ଗହମ ଏବଂ ବାର୍ଲିର ୩୦ ପ୍ରତିଶତ ଉତ୍ପାଦନ ୟୁକ୍ରେନ ଏବଂ ରୁଷିଆରେ ହୋଇଥାଏ। ମକା ଉତ୍ପାଦନର ଏକ ପଞ୍ଚମାଂଶ ଏବଂ ସୂର୍ଯ୍ୟମୁଖୀ ତେଲର ଅଧାରୁ ଅଧିକ ଏହି ଦୁଇ ଦେଶରୁ ଆସିଥାଏ। କିନ୍ତୁ ଯୁଦ୍ଧ ଯୋଗୁ ଖାଦ୍ୟ ଖାଦ୍ୟଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବା ସେ କହିଛନ୍ତି।

ଜାତିସଂଘର ମୁଖ୍ୟ ଗୁଟେରସ କହିଛନ୍ତି ଯେ ୪୫ଟି କମ ବିକଶିତ ଦେଶ ରୁଷିଆ ଏବଂ ୟୁକ୍ରେନରୁ ସେମାନଙ୍କ ଉତ୍ପାଦିତ ଗହମର ଏକ ତୃତୀୟାଂଶରୁ ଅଧିକ ଆମଦାନୀ କରୁଛନ୍ତି।

ମିଳିତ ଜାତିସଂଘର ମହାସଚିବ କହିଛନ୍ତି ଯେ ୟୁକ୍ରେନ ସଙ୍କଟ ଶସ୍ୟ ରପ୍ତାନିକୁ ବନ୍ଦ କରି ଯୋଗାଣ ଶୃଙ୍ଖଳାକୁ ବାଧା ଦେଉଛି ଏବଂ ଫଳରେ ଖାଦ୍ୟଶସ୍ୟ ଦାମ୍‌ ଆକାଶଛୁଆଁ ହୋଇଛି। ୨୦୨୨ ଆରମ୍ଭରୁ ଗହମ ଏବଂ ମକା ଦାମ୍‌ ୩୦ ପ୍ରତିଶତ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳ ଦାମ୍‌ ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିବାବେଳେ ଗ୍ୟାସ ଏବଂ ସାର ମୂଲ୍ୟ ଦ୍ୱିଗୁଣିତ ହୋଇଛି।

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା ପୂର୍ବରୁ କହିଥିଲେ ଯେ ୟୁକ୍ରେନ ଯୁଦ୍ଧ ଚଳିତ ବର୍ଷର ୧୪୩ଟି ଅର୍ଥନୀତି ପୂର୍ବାନୁମାନକୁ ହ୍ରାସ କରିବ। ଏହା ବିଶ୍ୱ ଜିଡିପିର ୮୬ ପ୍ରତିଶତ।

ୟୁକ୍ରେନ ସଙ୍କଟ ମଧ୍ୟରେ ଖାଦ୍ୟ ନିରାପତ୍ତାକୁ ତୁରନ୍ତ ସମାଧାନ କରିବା ପାଇଁ ଆଇଏମଏଫ, ବିଶ୍ୱବ୍ୟାଙ୍କ, ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚପି) ଏବଂ ବିଶ୍ୱବାଣିଜ୍ୟ ସଂଗଠନ (ଡବ୍ଲୁଟିଏଚଓ) ର ମୁଖ୍ୟମାନେ ମିଳିତ ବିବୃତ୍ତି ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ବେଲଗଛରେ ଛୁଲୁଥିଲା ବିଜେଡି ନେତାଙ୍କ ସ୍ତ୍ରୀଙ୍କ ମୃତଦେହ: ପୋଲିସ କଲା ଜବତ

ନୂଆପଡ଼ା,୩୧ା୩ (ମକାରୁ ବେମାଲ):ନୂଆପଡା ସହରର ମାତାଗୁଡି ପଡାସ୍ଥିତ ଏକ ବେଲଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ହେଲେ ପୂର୍ବତନ ଯୁବ ବିଜୁ ଜନତା…

ହର୍ମୁଜରେ ଏବେ ଟିକସ ଆଦାୟ କରିବ ଇରାନ, ସଂସଦରେ ଆଇନକୁ ମିଳିଲା ମଞ୍ଜୁରୀ

ତେହରାନ,୩୧।୩: ଇରାନ ସହିତ ସଂଘର୍ଷ ପରିପ୍ରେକ୍ଷୀରେ, ଯାହା ଡରାଉ ଥିଲା ତାହା ହିଁ ଘଟିଛି। ଇରାନର ସଂସଦ ହର୍ମୁଜ ପ୍ରଣାଳୀ ଦେଇ ଯାତାୟାତ ଉପରେ ଟୋଲ ଲାଗୁ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇଦେଲେ ସ୍ବାମୀ: ହସ୍ପିଟାଲ୍‌ରେ ବଖାଣିଲେ ସବୁ ସତ, ପୋଲିସ ଖୋଜୁଛି…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଏସ.କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ସ୍ତ୍ରୀଙ୍କୁ ହତ୍ୟା ପରେ…

IPL 2026 Points Table: RCB ଠାରୁ 1 ନମ୍ବର ସ୍ଥାନ ଛଡ଼ାଇ ନେଲା RR; CSKର ପରାଜୟ ପରେ ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ 2026 ର ଉତ୍ସାହ ଆରମ୍ଭ ହୋଇସାରିଛି, ଏବଂ ଲିଗରେ ତିନୋଟି ମ୍ୟାଚ ଖେଳାଯାଇସାରିଛି। ଏହି ତିନୋଟି ମୁକାବିଲାରେ, ବିରାଟ କୋହଲି ଏବଂ…

ଶ୍ବଶୁର ଘରୁ ମିଳିଥିବା ସମ୍ପତ୍ତି ଉପରେ ନାହିଁ ଜ୍ବାଇଁଙ୍କ ଅଧିକାର, ପ୍ରକୃତ ଉତ୍ତରାଧିକାରୀ କିଏ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୩୧ା୩: ଶାଶୁଘର ସମ୍ପତ୍ତି ଉପରେ ଜ୍ବାଇଁର କୌଣସି ଅଧିକାର ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । ଯଦି ଜଣେ ହିନ୍ଦୁ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri