Categories: ଫୁରସତ

କୋଲ୍ଡ ଡ୍ରିଙ୍କ୍‌ସ ପିଇ ୧୭ ବର୍ଷ

ତେହରାନ: କୁହାଯାଏ କି କୋଲ୍ଡ ଡ୍ରିଙ୍କ୍‌ସ ଅଧିକ ମାତ୍ରାରେ ପିଇବା କଥା ନୁହେଁ। ତାହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ହେଲେ ଲୋକେ ତାଙ୍କୁ ବେଶ୍‌ ପସନ୍ଦ କରିଥାନ୍ତି। କିନ୍ତୁ କେହି କ’ଣ ତାକୁ ଦୈନନ୍ଦିନ ପିଇବାକୁ ପସନ୍ଦ କରିବେ? ତେବେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ଦୀର୍ଘ ୧୭ ବର୍ଷ ହେବ କେବଳ କୋଲ୍ଡ ଡ୍ରିଙ୍କ୍‌ସ୍‌ ପିଉଛନ୍ତି। ତାଙ୍କର କୌଣସି ରୋଗ ମଧ୍ୟ ନାହିଁ। ଇରାନର ବାସିନ୍ଦା ଘୋଲମରେଜା ଆର୍ଡେସିରି ଏପରି କିଛି କରୁଛନ୍ତି। ତାଙ୍କ କହିବା କଥା, ସେ ୧୭ ବର୍ଷ ହେବ ଭାତ ଖାଇନାହାନ୍ତି। ସେ ପୂରା ଦିନ ପେପ୍‌ସି ଏବଂ ସେଭେନ୍‌ ଅପ୍‌ ପିଇ ବିତାଇ ଦିଅନ୍ତି। ଏଥିପାଇଁ ସେ ସୁସ୍ଥ ଜୀବନ ବଞ୍ଚିଥିବା କହିଛନ୍ତି। ସେ ଶେଷ ଥର ପାଇଁ ୨୦୦୬ରେ ଭାତ ଖାଇଥିଲେ। ହେଲେ ଖାଇବା ପ୍ରତି ତାଙ୍କର ସେପରି କିଛି ଇଚ୍ଛା ନ ଥିଲା, ସେଥିପାଇଁ ସେ ଖାଦ୍ୟ ବଦଳରେ କୋଲ୍ଡ ଡ୍ରିଙ୍କ୍‌ସ୍‌ ପିଇବା ଆରମ୍ଭ କଲେ। ଘୋଲମରେଜା ତାଙ୍କର ଏପରି ଜୀବନଶୈଳୀକୁ ଲୋକଙ୍କ ସହ ଶେୟାର କରିଛନ୍ତି। ସେ କହିଛନ୍ତି, କେବଳ କୋଲ୍ଡ ଡ୍ରିଙ୍କ୍‌ସ୍‌ ପିଇ ସେ ସୁସ୍ଥ ଅଛନ୍ତି। ଯଦି ସେ ଖାଦ୍ୟ ଖାଉଛନ୍ତି ତେବେ ତାଙ୍କର ବାନ୍ତି ହୋଇଯାଏ। ସେ କୌଣସି ପ୍ରକାର ଖାଦ୍ୟ ଖାଇଲେ ତାଙ୍କୁ ଲାଗେ ଯେପରି ତାଙ୍କ ପେଟରେ ଏକ ଚୁଟି ପଶିଯାଇଛି। ସେ ଏଥିପାଇଁ ଡାକ୍ତରଙ୍କୁ ମଧ୍ୟ ଦେଖାଇଛନ୍ତି। ଏହା ତାଙ୍କର ମନର ଭ୍ରମ ବୋଲି ଡାକ୍ତର କହି ଅନ୍ୟ ଡାକ୍ତରଙ୍କୁ ଦେଖାଇବାକୁ କହିଥାନ୍ତି। ଅନେକ ଥର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ମଧ୍ୟ ତାଙ୍କର କିଛି ରୋଗ ନ ଥିବା ଡାକ୍ତର କହିଛନ୍ତି।

Share