ଗୁଣିଗାରେଡ଼ିରୁ ହତ୍ୟା: ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର/ଯାଜପୁର ରୋଡ/ କଳିଙ୍ଗନଗର, ୧୭ା୧୧ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି/ ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ସୁକିନ୍ଦା ବ୍ଲକ ପିଙ୍ଗଲ ପଞ୍ଚାୟତ ନିମପଲ୍ଲୀ ଗ୍ରାମ ସୁରିସାହିରେ ବୃଦ୍ଧ ଦମ୍ପତିଙ୍କୁ ଜିଅନ୍ତା ପୋଡ଼ି ହତ୍ୟା କରିବା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ବହୁ ଚର୍ଚ୍ଚିତ ଏହି ମାମଲାର ବିଚାର କରି ଯାଜପୁର ରୋଡ ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ) ହୃଷୀକେଶ ଆଚାର୍ଯ୍ୟ ୧୭ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦ଜଣ ସାକ୍ଷୀଙ୍କ ସାକ୍ଷ୍ୟ ସହ ୪୪ ଦସ୍ତାବିଜକୁ ଭିତ୍ତିକରି କୋର୍ଟ ଏହି ଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀମାନେ ହେଲେ ନିମପଲ୍ଲୀ ଗ୍ରାମର ବିରିମା ଗାଗରାଇ, ଶଙ୍କର ହିସା, ତୋଫାନ ସିରକା, ସାଗର ସିରକା, ସହଦେବ ବାଲମୁଚ, ନକୁଳ ବାଲମୁଚ, ବୃନ୍ଦାବନ ବାଲମୁଚ, ଭରତ ବାଲମୁଚ, ଦୁର୍ଗା ବାଲମୁଚ, ଗିରିଆ ବାଲମୁଚ, କାଲା ବାଲମୁଚ, ଆକାଶ ବାଲମୁଚ, ଦୋଳଗୋବିନ୍ଦ ନାୟକ, ମଙ୍ଗଳୁ ଗାଗରାଇ, ମଙ୍ଗଳୁ ତିରିଆ, ଶିବ ହେସା ଓ ଥୁରୁ ସିରକା।
ମାମଲାର ବିବରଣୀ ଅନୁଯାୟୀ, ତା୨୦ା୭ା୨୦୨୦ରିଖ ରାତିରେ ଶୈଳ ବାଲମୁଚି(୬୦) ଓ ସମ୍ବାରୀ ବାଲମୁଚି(୫୫) ଗୋଟିଏ ଘରେ ଶୋଇଥିବା ସମୟରେ ସେମାନଙ୍କୁ ଜିଅନ୍ତା ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଉଭୟଙ୍କ ଶରୀର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଘଟଣାର ତଦନ୍ତ କରି କଳିଙ୍ଗନଗର ଥାନା ପୋଲିସ ଏକ ମାମଲା(ନଂ.୧୧୫/୨୦୨୦) ରୁଜୁ କରିବା ସହ ୧୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କଳିଙ୍ଗନଗର ଥାନାର ଇନ୍ସପେକ୍ଟର ସୁବାସ ଚନ୍ଦ୍ର ଦାସ ଓ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ତଦନ୍ତ ଅଧିକାରୀ ଥିଲେ। ତଦନ୍ତରୁ ଜଣାପଡିଥିଲା, ଘଟଣାଦିନ ରାତିରେ ବାଲମୁଚି ଓ ସମ୍ବାରୀ ଘରେ ଶୋଇଥିବା ସମୟରେ ଅଭିଯୁକ୍ତମାନେ ତାଙ୍କ ଘରେ ପହଞ୍ଚି କାହିଁକି ଗୁଣିଗାରେଡି କରୁଛ ବୋଲି ପ୍ରଶ୍ନ କରିବା ସହ ମାଡ଼ ମାରିଥିଲେ। ବୃଦ୍ଧ ଦମ୍ପତି ଉପରୋକ୍ତ ଲୋକମାନଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ସେମାନଙ୍କୁ ମାରପିଟ୍‌ ନ କରିବାକୁ ଗୁହାରି କରିଥିଲେ। ହେଲେ ସେମାନେ କୌଣସି କଥା ଶୁଣି ନ ଥିଲେ। ଶେଷରେ ସେମାନେ ବୃଦ୍ଧ ଦମ୍ପତିଙ୍କ ଘରେ ନିଆଁ ଲଗାଇ ବାହାରୁ ପଟୁ କବାଟ ବନ୍ଦ କରି ଦେଇଥିଲେ। ଫଳରେ ବୃଦ୍ଧ ଦମ୍ପତି ଘରୁ ବାହାରି ନ ପାରି ଜିଅନ୍ତା ପୋଡ଼ି ହୋଇ ପାଉଁଶ ହୋଇଯାଇଥିଲେ। ପାଉଁଶ ଭିତରେ ଦଗ୍ଧିଭୂତ ଶରୀର କିଛି ଅଂଶ ମାତ୍ର ଦେଖିବାକୁ ମିଳିଥିଲା। ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାକୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନେଇଥିଲା। ଖବର ପାଇ ବୃଦ୍ଧ ଦମ୍ପତିଙ୍କ ଝିଅ ଗୁରୁବାରୀ ବୁଡିଓଲି ଓ ଜ୍ୱାଇଁ ଦିପୁ ବୁଡିଓଲି ପହଞ୍ଚି କଳିଙ୍ଗନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଅମାନୁଷିକ ଘଟଣାକୁ ଗୁରୁତର ସହ ଗ୍ରହଣ କରି ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ସୂଚନାଯୋଗ୍ୟ, ଏହି ଘଟଣାର ୫ ଦିନ ପୂର୍ବରୁ ଯାଜପୁରରୋଡ ଥାନା ଦାନଗଦି ଫାଣ୍ଡି ଅଧୀନ ଛତରା ଗ୍ରାମର ନନ୍ଦିନୀ ପୂର୍ତ୍ତିଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିଲା। ଏଥିରେ ସେହି ଗ୍ରାମର ଯୁବକ କାର୍ତ୍ତିକ କେରେଇ(୨୪)ଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ଗଜପତିରେ ଭାଜପାକୁ ବଡ଼ ଝଟକା: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ସରପଞ୍ଚଙ୍କ ସମେତ ୬୦ରୁ ଊଦ୍ଧର୍‌ବ କର୍ମୀ, ସ୍ବାଗତ କଲେ…

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ଭାଜପା ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଗୋଷାଣି ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ଭାଜପା ସମର୍ଥିତ ସରପଞ୍ଚଙ୍କ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri