Categories: ଜାତୀୟ

୨୯ ଦିନରେ ୧୭ ସର୍ଚ୍ଚ ଅପରେଶନ୍‌: ୪୯ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି

ଶ୍ରୀନଗର, ୨୯।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜୋରସୋର୍‌ ଜାରି ରହିଛି। ଗତ ୨୯ ଦିନ ମଧ୍ୟରେ ଏଠାରେ ୧୭ ସର୍ଚ୍ଚ ଅପରେଶନ୍‌ ହୋଇଛି। ସର୍ଚ୍ଚ ଅପରେଶନ୍‌ରେ ୪୯ ଆତଙ୍କବାଦୀ ନିହତ ହୋଇଛନ୍ତି। ଜୁନ୍‌ ୧ଠାରୁ ଜୁନ୍‌ ୨୯ ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୪ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ୨ ଥର ସର୍ଚ୍ଚ ଅପରେଶନ୍‌ ହୋଇଛି। ଏହି ସମୟରେ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନରୁ କିଛି ଆତଙ୍କବାଦୀ ଦେଶରେ ଅନୁପ୍ରବେଶ କରିଥିବା ଗୋଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲଗାତାର ବିଭିନ୍ନ ଜିଲାରେ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିବା କଶ୍ମୀର ଜୋନ୍‌ ପୋଲିସ କହିଛି।

Share