୧୭ ଠିକାଦାରଙ୍କ ହାତରେ ୩୫,୦୦୦ କୋଟିର ପ୍ରକଳ୍ପ: ଚାହିଁ ରହିଛନ୍ତି ୩୨,୦୦୦ ଗାଁର ଲୋକେ

ଭୁବନେଶ୍ୱର,୧୨ା୧୧(ରବିନାରାୟଣ ଜେନା):ଓଡ଼ିଶାବାସୀଙ୍କୁ କିଭଳି ବିଶୁଦ୍ଧ ପାନୀୟଜଳ ହାତପାଆନ୍ତାରେ ମିଳିବ ସେନେଇ ରାଜ୍ୟ ସରକାରଙ୍କ ନିଦ ନାହିଁ। ପାଣି ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ‘ମିଶନ ପାଓ୍ବାର’କୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ମଙ୍ଗଳବାର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିବାବେଳେ ଅପରାହ୍ନରେ ବିଧାନସଭାରେ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି। ହେଲେ ବୈଠକରୁ ବାସ୍ତବ ସ୍ଥିତି ଯାହା ଲୋକଲୋଚନକୁ ଆସିଛି, ତାହା ଅତ୍ୟନ୍ତ ଚିନ୍ତାର ବିଷୟ। କେତେଜଣ ଠିକାଦାରଙ୍କ ହାତରେ ରହିଛି ରାଜ୍ୟବାସୀଙ୍କ ପାଣିର ଚାବିକାଠି। ଫଳରେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଠିକ୍‌ ସମୟରେ ଶେଷହେଉନାହିଁ କି ଲୋକଙ୍କୁ ପାଣି ଟୋପେ ମିଳିପାରୁନାହିଁ। ଏଭଳି ସାଂଘାତିକ ସତ୍ୟ ବିଧାନସଭା ଷ୍ଟାଣ୍ଡିଂ କମିଟି-୯ ବୈଠକରୁ ଜଣାପଡ଼ିଛି। ବୈଠକର ନିଷ୍ପତ୍ତିକ୍ରମେ ଅତିରିକ୍ତ ବଜେଟ ଅଧିବେଶନ ପରେ ପ୍ରତି ପାନୀୟଜଳ ପ୍ରକଳ୍ପକୁ ତଦାରଖ କରାଯିବ। ଯେଉଁ ଠିକାଦାର କାର୍ଯ୍ୟରେ ଅବହେଳା କରିଥିବେ କିମ୍ବା ବାହାନାବାଜି କରୁଥିବେ, ସେମାନଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ସରକାରଙ୍କୁ ସୁପାରିସ କରାଯିବ ବୋଲି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ବିଧାୟକ ସନାତନ ବିଜୁଳି କହିଛନ୍ତି।
ବୈଠକ ପରେ ବିଧାୟକ ସନାତନ କହିଛନ୍ତି, ରାଜ୍ୟରେ ୩୨ ହଜାର ଗ୍ରାମକୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୧୭ଜଣ ଠିକାଦାରଙ୍କୁ ୩୫ ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯେଉଁ ତଥ୍ୟ କମିଟି ସମ୍‌ନାକୁ ଆସିଛି ତାହା ଅତ୍ୟନ୍ତ ସାଂଘାତିକ। ଠିକାଦାରମାନେ ମନମୁଖି କାର୍ଯ୍ୟ କରୁଛନ୍ତି। ଫଳରେ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ଭିତରେ ଶେଷହେବା ନେଇ ସନ୍ଦେହ ଉପୁଜିଛି। ସେ ଆହୁରି କହିଛନ୍ତି, ଗଞ୍ଜାମ ଜିଲା ଭଞ୍ଜନଗରର ୧୧ଟି ବ୍ଲକ୍‌ର ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ଏଲ୍‌ଆଣ୍ଡ୍‌ଟିକୁ ପ୍ରକଳ୍ପ କାର୍ଯ୍ୟ ଦୀର୍ଘଦିନ ତଳେ ଦେଇଥିଲେ। ସେତେବେଳ ପ୍ରକଳ୍ପର ମୂଲ୍ୟ ଥିଲା ୧୫୦୦ କୋଟି ଟଙ୍କା। ହେଲେ ଅଦ୍ୟାବଧି ପ୍ରକଳ୍ପ କାର୍ଯ୍ୟ ଯେଉଁ ପରିମାଣରେ ଶେଷ ହେବାକଥା ତାହା ହୋଇନାହିଁ।
ଏପରି କି ସମ୍ପୃକ୍ତ କମ୍ପାନୀ କାର୍ଯ୍ୟକୁ କିଭଳି ଅଧିକ ବିଳମ୍ବ କରିହେବ, ସେନେଇ ଜମି ସମସ୍ୟା ଉପସ୍ଥାପନ କରୁଛି। ତେବେ କେଉଁ କାରଣରୁ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁନାହିଁ ଏବଂ ଏହାର ନିରାକରଣ କେବେ ସୁଦ୍ଧା ହେବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ପଞ୍ଚାୟତିରାଜ ବିଭାଗକୁ ଏ ସଂକ୍ରାନ୍ତରେ ଟିକିନିଖି ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।
ସୂଚନା ଅନୁଯାୟୀ, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୨୦୭ଟି ପାନୀୟଜଳ ପ୍ରକଳ୍ପ ମଧ୍ୟରୁ ଅଦ୍ୟାବଧି ୨୩ଟିର କାର୍ଯ୍ୟ ଶେଷ ହୋଇଛି। ହେଲେ କେତେକ ସ୍ଥାନରେ ଏଯାଏ ଲୋକଙ୍କ ପାଖରେ ସେଥିରୁ ପାଣି ଯୋଗାଣ ହୋଇପାରିନାହିଁ। ଅନ୍ୟପକ୍ଷେ ବାକିଥିବା ୧୮୪ଟି ପ୍ରକଳ୍ପ ମଧ୍ୟରୁ ଅଧିକାଂଶର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଯେଉଁ ପ୍ରକଳ୍ପ ୨୦୨୫ ଡିସେମ୍ବର ସୁଦ୍ଧା ଶେଷ ହେବାକଥା ତାହା ଏପର୍ଯ୍ୟନ୍ତ ଅଧାପନ୍ତରିଆ ହୋଇ ପଡ଼ିରହିଛି। ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୬ ସୁଦ୍ଧା ଆଉ ୬୧ଟିି ପ୍ରକଳ୍ପ ଶେଷ ହେବାକଥା, ମାତ୍ର ତାହା ମଧ୍ୟ ଅନିଶ୍ଚିତତା ଦେଇ ଚାଲୁରହିଛି। ତେବେ ଅନୁଗୋଳରେ ପ୍ରାୟ ୧୦୦ କୋଟି ଟଙ୍କାର ୬ଟି ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି। ଜଳଜୀବନ ମିଶନ ଏବଂ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌) ଅର୍ଥରେ ଏହିସବୁ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଥିଲେ ହେଁ ଶେଷହେବାର ନଁା ଧରୁନାହିଁ। ସେହିପରି ବାଲେଶ୍ୱରରେ ୭୭୦ କୋଟିରେ ୬ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଥିବା ବେଳେ ଅନ୍ୟାନ୍ୟ ଜିଲାରେ ଅନୁରୂପ ଭାବେ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ବୈଠକରୁ ଜଣାଯାଇଛି। ବୈଠକରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ୍‌ସାମନ୍ତରାୟ, ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri