ପାଇକମାଳ,୨୪ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହନାଥ, ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ, ବାଲକୋ ଖାଦାନ ପାଖରେ ବୁଧବାର ଫସି ରହିଥିବା ୧୭ଜଣ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଉଦ୍ଧାର ଜରାଯାଇଛି। ଆଜି ସକାଳେ ଉଦ୍ଧାରକାରୀ ଦଳ ଶ୍ରଦ୍ଧାଳୁମାନଙ୍କୁ ପାଇବା ପରେ ତାଙ୍କୁ ଟିଫିନ ଓ ପାଣି ଦେଇଥିଲେ। ଏବେ ସମସ୍ତେ ନୃସିଂହନାଥ ମନ୍ଦିର ଅଭିମୁଖେ ଯାଉଛନ୍ତି।
ପ୍ରକାଶ ଥାଉକି, ବୁଧବାର ଛତିଶଗଡ଼ରୁ ନୃସିଂହ ଆସିଥିବା ୧୭ ଜଣ ଶ୍ରଦ୍ଧାଳୁ ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରି ହରିଶଙ୍କର ଯିବାପାଇଁ ଚାଲି ଚାଲି ବାହାରିଥିଲେ ଓ ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ ଅପରାହ୍ନ ୩ଟାରେ ପହଞ୍ଚି ଫସି ରହିଥିଲେ। ପାଇକମାଳ ପୋଲିସ, ଡିଭିଏଫ୍ ଟିମ୍, ଫାୟାର ଟିମ୍ ଓ ଫରେଷ୍ଟ ଟିମ୍ ସେମାନଙ୍କୁ ଉଦ୍ଧାର କରିଛନ୍ତି।


