୧୭ ଏମ୍‌ପିଙ୍କୁ ସଂସଦରତ୍ନ ପୁରସ୍କାର, ଓଡ଼ିଶାରୁ ପାଇଲେ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ,୨୭ା୭(ପି.ଟି.): ଲୋକ ସଭାରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ପାଇଁ ୧୭ ଜଣ ଏମ୍‌ପିଙ୍କୁ ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଏନ୍‌ସିପି (ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ, ଭାଜପା ଏମ୍‌ପି ରବି କିଶନ ଏବଂ ନିଶିକାନ୍ତ ଦୁବେ, ଶିବସେନା (ୟୁବିଟି)ର ଅରବିନ୍ଦ ସାଓ୍ବନ୍ତ ପ୍ରମୁଖ ରହିଛନ୍ତି। କ୍ରମାଗତ ତୃତୀୟ ପାଳିରେ ସଂସଦୀୟ ଗଣତନ୍ତ୍ର ପ୍ରତି ସୁସଂଗତ ଅବଦାନର ସ୍ବୀକୃତି ସ୍ବରୂପ ୪ ଜଣ ଏମ୍‌ପିଙ୍କୁ ସ୍ବତନ୍ତ୍ର ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଭାଜପା ଏମ୍‌ପି ଭର୍ତ୍ତୃହରି ମହତାବ, କେରଳ ରିଭଲ୍ୟୁଶନାରି ସୋସିଆଲିଷ୍ଟ ପାର୍ଟି ଏମ୍‌ପି ଏନ୍‌.କେ. ପ୍ରେମଚନ୍ଦ୍ରନ, ମହାରାଷ୍ଟ୍ରର ଏନ୍‌ସିପି-ଏସ୍‌ପି ଏମ୍‌ପି ସୁପ୍ରିୟା ସୁଲେ ଏବଂ ଶିବସେନା ଏମ୍‌ପି ଶ୍ରୀରଙ୍ଗ ଆପ୍ପା ବର୍ନେ। ଏମାନେ ସମସ୍ତେ ଷୋଡ଼ଶ ଲୋକ ସଭା ସମୟରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛନ୍ତି।
ପୁରସ୍କୃତ ହେବାକୁ ଥିବା ଅନ୍ୟ ଏମ୍‌ପିମାନେ ହେଲେ ଭାଜପାର ସ୍ମିତା ଉଦୟ ଓ୍ବାଗ, ଶିବସେନାର ନରେଶ ମହସ୍କେ, କଂଗ୍ରେସର ବର୍ଷା ଗାଏକ୍ୱାଡ୍‌, ଭାଜପାର ମେଧା କୁଲ୍‌କର୍ନି, ପ୍ରବୀଣ ପଟେଲ, ବିଦ୍ୟୁତ୍‌ ବରନ ମାହାତୋ, ଦିଲୀପ ସାଇକିଆ ପ୍ରମୁଖ। ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥତ୍କ ସ୍ଥାୟୀ କମିଟି ଏବଂ କଂଗ୍ରେସର ଡ. ଚିରଞ୍ଜିତ ସିଂ ଚନ୍ନିଙ୍କ ଅଧ୍ୟକ୍ଷତାରେ ଗଠିତ କୃଷି ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଏବଂ ବୈଧାନିକ ନିରୀକ୍ଷଣର ମାନ ପାଇଁ ସ୍ବୀକୃତି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri