୭ ବର୍ଷରେ ୧୭ ମୃତ

ନୟାଗଡ଼,୪।୪ (ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଚଢ଼େୟାପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ, ସୁନ୍ଦୁରୁକୁମ୍ପା (ଶ୍ୟାମ ଖଳିସାହି), ଓଷାମସ୍କା ଗଁାର ଦଳିତସାହି, ପୋଖରୀଗୋଛା ପଞ୍ଚାୟତର କଇଁଆଡିହ ଆଦି ଗାଁରେ କିଡ୍‌ନୀ ଜନିତ ରୋଗ ଭୟର ବାତାବରଣ ସୃଷ୍ଟି କରିଛି । ଉପରୋକ୍ତ ଗାଁରେ ୭ ବର୍ଷରେ ୧୭ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଓଷାମସ୍କା ଓ ସୁନ୍ଦୁରୁକୁମ୍ପା (ଶ୍ୟାମ ଖଳିସାହି)ରେ ୫ ଜଣ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଜଣକ ପରେ ଜଣେ କିଡ୍‌ନୀ ରୋଗୀଙ୍କ ମୃତ୍ୟୁ ପରେ ସାଧାରଣରେ ଭୟ ସୃଷ୍ଟି ହୋଇଛି । ଉପରୋକ୍ତ ଗାଁର ଲୋକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇ ମାଗଣା ଚିକିତ୍ସା କରାଇବା ଦରକାର ବୋଲି ଦାବି ହୋଇ ଆସୁଛି । ହେଲେ ସ୍ବାସ୍ଥ୍ୟ ବିଭାଗ ଅଥବା ପ୍ରଶାସନ ଏହି ଦାବିକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ,ଚଢ଼େୟାପଲ୍ଲୀ ଦଳିତସାହିରେ ୧୫ ପରିବାରରେ ୧୧୧ ଲୋକ ବାସ କରନ୍ତି । ସେହିପରି ଓଷାମସ୍କା ଗଁାର ଦଳିତସାହିରେ ୯ ପରିବାରରେ ୮୯ ଲୋକ ବାସ କରନ୍ତି । ସୁନ୍ଦୁରୁକୁମ୍ପା (ଶ୍ୟାମ ଖଳିସାହି) ଗଁାରେ ୧୦ ପରିବାରର ୨୭ ଦଳିତ ପରିବାର ବାସ କରନ୍ତି । କଇଁଆଡିହଗାଁରେ ୬୦ ପରିବାରର ୧୮୭ ଲୋକ ବାସ କରନ୍ତି । ସମ୍ପୃକ୍ତ ଗାଁରେ ନଳକୂପ ପାଣି ପାନୀୟ ଜଳ ଉପଯୋଗୀ ନୁହେଁ । ନଳକୂପରୁ କସରା ରଙ୍ଗର ପାଣି ବାହାରୁଛି। କିଛି ସମୟ ରଖିଦେଲେ ଏକ ଆବରଣ ବସି ଯାଉଛି । ସାହିର ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକମାନେ ବିଭିନ୍ନ ସମୟରେ ବ୍ଲକ ଓ ଜିଲା ପ୍ରଶାସନକୁ ଅବଗତ କରାଇଛନ୍ତି । ଏପରି କି ରାଜନେତାଙ୍କୁ ଜଣାଇଛନ୍ତି ା ହେଲେ ଏହାର ସମାଧାନ ହୋଇ ପାରୁନାହିଁ । ଏଭଳିସ୍ଥଳେ ଚଢ଼େୟାପଲ୍ଲୀ ଦଳିତସାହିର ବାଞ୍ଛାନିଧି ନାୟକ(୫୦), ଚିନ୍ତାମଣି ନାୟକ(୫୦), କାହ୍ନୁ ଚରଣ ନାୟକ(୪୫), ଓଷାମସ୍କା ଦଳିତସାହିର ଚତୁର୍ଭୁଜ ନାୟକ(୫୦), କଇଁଆଡିହ ଗଁାର କୃଷ୍ଣ ବାରିକ(୬୮), ଚଢ଼େୟାପଲ୍ଲୀର ପୂର୍ଣ୍ଣଚନ୍ଦ୍ର ପାତ୍ର(୬୦)ଙ୍କ ମୃତ୍ୟୁ ହୋଇ ସାରିଛି । ଓସ୍କାମସ୍କାରେ କରୁଣାକର ନାୟକ(୪୨), ସୁନ୍ଦୁରୁକୁମ୍ପାରେ (ଶ୍ୟାମ ଖଳିସାହି) ଶ୍ରୀତମ ନାୟକ(୪), ଅରକ୍ଷିତ ନାୟକ(୫୫), କୁନ୍ତଳା ନାୟକ(୪୫) କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଏନେଇ ଓସ୍କାମସ୍କାରେ କରୁଣାକର ନାୟକ କୁହନ୍ତି, ନଳକୂଅର ପାଣିରେ ଲୁହା ଗୁଣ୍ଡ ଆସୁଛି । କସାପାଣି ପରି ଏହାର ରଙ୍ଗ ଦେଖାଯାଉଛି । ଏହା ପାନୀୟ ଜଳ ଉପଯୋଗୀ ହୋଇ ନ ଥିଲେ ହେଁ ବିକଳ୍ପ ନ ଥିବାରୁ ପାନୀୟ ଜଳ ଓ ରୋଷେଇରେ ବ୍ୟବହାର ହେଉଛି। ଏଣୁ ଦଶପଲ୍ଲା ବ୍ଲକର ଅନେକ ଗାଁରେ ଅଧିକାଂଶ ରୋଗୀ କିଡ୍‌ନୀ ରୋଗରେ ପ୍ରାଣ ହରାଉଛନ୍ତି । କିନ୍ତୁ ନଳକୂଅର ପାଣି ଫ୍ଲୋରାଇଡ ନୁହଁ ବୋଲି କୁହାଯାଉଛି । ପ୍ରଥମତଃ ଗଁାର ପାଣିର ନମୁନା ନେଇ ପରୀକ୍ଷା କରାଯିବା ଦରକାର। କେଉଁ କାରଣରୁ କିଡ୍‌ନୀ ରୋଗ ହେଉଛି ଜାଣିବାକୁ ପଡ଼ିବ । ଭଲ ପାଣି କିପରି ଲୋକମାନେ ପିଇବେ ତା’ର ବନ୍ଦୋବସ୍ତ ହେବା ଦରକାର । ସେହିପରି ଯେଉଁମାନେ ରୋଗରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ମାଗଣାରେ ଚିକିତ୍ସା କରାଯିବା ଉଚିତ । ଲୋକଙ୍କ ପାଖରେ ଅର୍ଥ ନ ଥିବାରୁ ରୋଗର ଚିକିତ୍ସା କରି ନ ପାରି ପ୍ରାଣ ହରାଉଛନ୍ତି । ସରକାର ଆମ ଲୋକଙ୍କର ଦୁଃଖ ନ ବୁଝିଲେ ଆମେ ଜଣେ ପରେ ଜଣେ ପ୍ରାଣ ହରାଇ ଚାଲିଥିବୁ ବୋଲିି ସେ କ୍ଷୋଭର ସହ କହିଛନ୍ତି । ଶ୍ୟାମ ଖଳିସାହି ଗାଁର ଅରକ୍ଷିତ ନାୟକ କୁହନ୍ତି, ଗାଁର ଏକମାତ୍ର ନଳକୂପର ପାଣି ଫ୍ଲୋରାଇଟ ଯୁକ୍ତ ହୋଇଥିବାରୁ ଆମେ ଆଉ ପାଣି ପିଉନୁ । ଅପରପକ୍ଷେ ଗାଁ ପୋଖରୀ ପାଖରେ ଚୁଆ ଖୋଳି ପାଣି ପିଉଛୁ । ହେଲେ ଆମ ଜୀବନ ନିରାପଦ ନୁହେଁ । ଜଣକ ପରେ ଜଣେ କିଡ୍‌ନୀ ରୋଗରେ ପଡୁଥିବାରୁ ବଞ୍ଚତ୍ବା ଆମ ପାଇଁ ଅଭିଶପ୍ତ ଜୀବନ ପାଲଟିଛି ା ଏ ସଂକ୍ରାନ୍ତରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri