୭ ବର୍ଷରେ ୧୭ ମୃତ

ନୟାଗଡ଼,୪।୪ (ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ଚଢ଼େୟାପଲ୍ଲୀ ପଞ୍ଚାୟତର ଚଢ଼େୟାପଲ୍ଲୀ, ସୁନ୍ଦୁରୁକୁମ୍ପା (ଶ୍ୟାମ ଖଳିସାହି), ଓଷାମସ୍କା ଗଁାର ଦଳିତସାହି, ପୋଖରୀଗୋଛା ପଞ୍ଚାୟତର କଇଁଆଡିହ ଆଦି ଗାଁରେ କିଡ୍‌ନୀ ଜନିତ ରୋଗ ଭୟର ବାତାବରଣ ସୃଷ୍ଟି କରିଛି । ଉପରୋକ୍ତ ଗାଁରେ ୭ ବର୍ଷରେ ୧୭ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଓଷାମସ୍କା ଓ ସୁନ୍ଦୁରୁକୁମ୍ପା (ଶ୍ୟାମ ଖଳିସାହି)ରେ ୫ ଜଣ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଜଣକ ପରେ ଜଣେ କିଡ୍‌ନୀ ରୋଗୀଙ୍କ ମୃତ୍ୟୁ ପରେ ସାଧାରଣରେ ଭୟ ସୃଷ୍ଟି ହୋଇଛି । ଉପରୋକ୍ତ ଗାଁର ଲୋକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇ ମାଗଣା ଚିକିତ୍ସା କରାଇବା ଦରକାର ବୋଲି ଦାବି ହୋଇ ଆସୁଛି । ହେଲେ ସ୍ବାସ୍ଥ୍ୟ ବିଭାଗ ଅଥବା ପ୍ରଶାସନ ଏହି ଦାବିକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ,ଚଢ଼େୟାପଲ୍ଲୀ ଦଳିତସାହିରେ ୧୫ ପରିବାରରେ ୧୧୧ ଲୋକ ବାସ କରନ୍ତି । ସେହିପରି ଓଷାମସ୍କା ଗଁାର ଦଳିତସାହିରେ ୯ ପରିବାରରେ ୮୯ ଲୋକ ବାସ କରନ୍ତି । ସୁନ୍ଦୁରୁକୁମ୍ପା (ଶ୍ୟାମ ଖଳିସାହି) ଗଁାରେ ୧୦ ପରିବାରର ୨୭ ଦଳିତ ପରିବାର ବାସ କରନ୍ତି । କଇଁଆଡିହଗାଁରେ ୬୦ ପରିବାରର ୧୮୭ ଲୋକ ବାସ କରନ୍ତି । ସମ୍ପୃକ୍ତ ଗାଁରେ ନଳକୂପ ପାଣି ପାନୀୟ ଜଳ ଉପଯୋଗୀ ନୁହେଁ । ନଳକୂପରୁ କସରା ରଙ୍ଗର ପାଣି ବାହାରୁଛି। କିଛି ସମୟ ରଖିଦେଲେ ଏକ ଆବରଣ ବସି ଯାଉଛି । ସାହିର ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକମାନେ ବିଭିନ୍ନ ସମୟରେ ବ୍ଲକ ଓ ଜିଲା ପ୍ରଶାସନକୁ ଅବଗତ କରାଇଛନ୍ତି । ଏପରି କି ରାଜନେତାଙ୍କୁ ଜଣାଇଛନ୍ତି ା ହେଲେ ଏହାର ସମାଧାନ ହୋଇ ପାରୁନାହିଁ । ଏଭଳିସ୍ଥଳେ ଚଢ଼େୟାପଲ୍ଲୀ ଦଳିତସାହିର ବାଞ୍ଛାନିଧି ନାୟକ(୫୦), ଚିନ୍ତାମଣି ନାୟକ(୫୦), କାହ୍ନୁ ଚରଣ ନାୟକ(୪୫), ଓଷାମସ୍କା ଦଳିତସାହିର ଚତୁର୍ଭୁଜ ନାୟକ(୫୦), କଇଁଆଡିହ ଗଁାର କୃଷ୍ଣ ବାରିକ(୬୮), ଚଢ଼େୟାପଲ୍ଲୀର ପୂର୍ଣ୍ଣଚନ୍ଦ୍ର ପାତ୍ର(୬୦)ଙ୍କ ମୃତ୍ୟୁ ହୋଇ ସାରିଛି । ଓସ୍କାମସ୍କାରେ କରୁଣାକର ନାୟକ(୪୨), ସୁନ୍ଦୁରୁକୁମ୍ପାରେ (ଶ୍ୟାମ ଖଳିସାହି) ଶ୍ରୀତମ ନାୟକ(୪), ଅରକ୍ଷିତ ନାୟକ(୫୫), କୁନ୍ତଳା ନାୟକ(୪୫) କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ଏନେଇ ଓସ୍କାମସ୍କାରେ କରୁଣାକର ନାୟକ କୁହନ୍ତି, ନଳକୂଅର ପାଣିରେ ଲୁହା ଗୁଣ୍ଡ ଆସୁଛି । କସାପାଣି ପରି ଏହାର ରଙ୍ଗ ଦେଖାଯାଉଛି । ଏହା ପାନୀୟ ଜଳ ଉପଯୋଗୀ ହୋଇ ନ ଥିଲେ ହେଁ ବିକଳ୍ପ ନ ଥିବାରୁ ପାନୀୟ ଜଳ ଓ ରୋଷେଇରେ ବ୍ୟବହାର ହେଉଛି। ଏଣୁ ଦଶପଲ୍ଲା ବ୍ଲକର ଅନେକ ଗାଁରେ ଅଧିକାଂଶ ରୋଗୀ କିଡ୍‌ନୀ ରୋଗରେ ପ୍ରାଣ ହରାଉଛନ୍ତି । କିନ୍ତୁ ନଳକୂଅର ପାଣି ଫ୍ଲୋରାଇଡ ନୁହଁ ବୋଲି କୁହାଯାଉଛି । ପ୍ରଥମତଃ ଗଁାର ପାଣିର ନମୁନା ନେଇ ପରୀକ୍ଷା କରାଯିବା ଦରକାର। କେଉଁ କାରଣରୁ କିଡ୍‌ନୀ ରୋଗ ହେଉଛି ଜାଣିବାକୁ ପଡ଼ିବ । ଭଲ ପାଣି କିପରି ଲୋକମାନେ ପିଇବେ ତା’ର ବନ୍ଦୋବସ୍ତ ହେବା ଦରକାର । ସେହିପରି ଯେଉଁମାନେ ରୋଗରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ମାଗଣାରେ ଚିକିତ୍ସା କରାଯିବା ଉଚିତ । ଲୋକଙ୍କ ପାଖରେ ଅର୍ଥ ନ ଥିବାରୁ ରୋଗର ଚିକିତ୍ସା କରି ନ ପାରି ପ୍ରାଣ ହରାଉଛନ୍ତି । ସରକାର ଆମ ଲୋକଙ୍କର ଦୁଃଖ ନ ବୁଝିଲେ ଆମେ ଜଣେ ପରେ ଜଣେ ପ୍ରାଣ ହରାଇ ଚାଲିଥିବୁ ବୋଲିି ସେ କ୍ଷୋଭର ସହ କହିଛନ୍ତି । ଶ୍ୟାମ ଖଳିସାହି ଗାଁର ଅରକ୍ଷିତ ନାୟକ କୁହନ୍ତି, ଗାଁର ଏକମାତ୍ର ନଳକୂପର ପାଣି ଫ୍ଲୋରାଇଟ ଯୁକ୍ତ ହୋଇଥିବାରୁ ଆମେ ଆଉ ପାଣି ପିଉନୁ । ଅପରପକ୍ଷେ ଗାଁ ପୋଖରୀ ପାଖରେ ଚୁଆ ଖୋଳି ପାଣି ପିଉଛୁ । ହେଲେ ଆମ ଜୀବନ ନିରାପଦ ନୁହେଁ । ଜଣକ ପରେ ଜଣେ କିଡ୍‌ନୀ ରୋଗରେ ପଡୁଥିବାରୁ ବଞ୍ଚତ୍ବା ଆମ ପାଇଁ ଅଭିଶପ୍ତ ଜୀବନ ପାଲଟିଛି ା ଏ ସଂକ୍ରାନ୍ତରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri