Categories: ଜାତୀୟ

ଦେହରେ ଲାଗିଲା ୧୭ ଗୁଳି: ତେବେ ବି ଏହି ଯବାନଙ୍କ ଯୋଗୁ ଟାଇଗର ହିଲ୍‌ରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ, ୫।୭: କାରଗିଲ୍‌ର ଟାଇଗର ହିଲ୍‌କୁ ୨୧ ବର୍ଷ ତଳେ ଭାରତ ନିଜ ଅଧିନକୁ ଆଣିଥିଲା। ୧୯୯୯ରେ ଜୁଲାଇ ୫ରେ ପରମବୀର ଚକ୍ର ବିଜେତା ସୁବେଦାର ଯୋଗେନ୍ଦ୍ର ସିଂଙ୍କ ଯୋଗୁ ଟାଇଗର ହିଲ୍‌ରେ ତ୍ରିରଙ୍ଗା ଉଡ଼ିଥିଲା। ତାଙ୍କ ସୂଚନା ଯୋଗୁ ଭାରତୀୟ ଯବାନ ପାକିସ୍ତାନୀ ସୈନ୍ୟଙ୍କୁ ପରାଜିତ କରିଥିଲେ। ମାତ୍ର ୨୧ ଜଣ ଯବାନଙ୍କୁ ନେଇ ୧୮ ଗ୍ରେନେଡ଼ିୟର ୟୁନିଟ୍‌ର ଯୋଗେନ୍ଦ୍ର କମାଣ୍ଡର ହାବିଲଦାର ମଦନଙ୍କ ନେତୃତ୍ୱରେ ଜୁଲାଇ ୨ରାତ୍ରରେ ୧୭ ହଜାର ଫୁଟ ଉପରେଥିବା ଟାଇଗର ହିଲ୍‌ ବିଜୟ ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିଥିଲେ। ରାତିରେ ପାହାଡ଼ ଚଢ଼ା ହେଉଥିଲା। ଦିନରେ ପଥରରେ ଯବାନମାନେ ଲୁଚି ରହୁଥିଲେ। ପାକିସ୍ତାନ ସୈନ୍ୟ ଆମେ ଟାଇଗର ହିଲ୍‌ ଆଡ଼କୁ ଯାଉଥିବା ଜାଣିବା ପରେ ଗୁଳି ବର୍ଷା ଆରମ୍ଭ କରିଥିଲେ। ତେବେ ୭ ଜଣ ଯବାନଙ୍କୁ ନେଇ ଯୋଗେନ୍ଦ୍ର ଆଗକୁ ବଢୁଥିଲେ। ଅନ୍ୟ ଯବାନମାନେ ଗୁଳିମାଡ଼ ଯୋଗୁ ଅଧାବାଟରେ ରହିଯାଇଥିଲେ। ଜୁଲାଇ ୪ ରାତ୍ରରେ ଯୋଗେନ୍ଦ୍ର ୭ ସାଥିଙ୍କୁ ଧରି ଶତ୍ରୁ ପକ୍ଷ ବଙ୍କର ନିକଟରେ ପହଞ୍ଚିଥିଲେ। ପାକିସ୍ତାନର ୪ ଜଣ ସୈନ୍ୟଙ୍କ ମୃତ୍ୟୁ ଗୁଳି ମାଡ଼ରେ ଘଟିଥିଲା। ଟାଇଗର ହିଲ୍‌ ଆଉ ୫୦ରୁ ୬୦ ମିଟର ଥିଲା। ପାକିସ୍ତାନୀ ସୈନ୍ୟ ଯୋଗେନ୍ଦ୍ରଙ୍କ ସାଥି ଉପରେ ଗୁଳି ମାଡ଼ ଆରମ୍ଭ କରିଥିଲେ। ଦଳର କମାଣ୍ଡର ହାବିଲଦାର ମଦନ ଦୌଡ଼ି ବଙ୍କର ପାଖରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୫ ସକାଳେ ଯୋଗେନ୍ଦ୍ର ସାଥି ଯବାନଙ୍କ ସହିତ ବଙ୍କରରେ ପହଞ୍ଚିଥିଲେ। ଦୁଇପକ୍ଷ ମଧ୍ୟରେ ଲଗାତାର ଗୁଳିମାଡ଼ ଜାରି ରହିଥିଲା। ୬ ଜଣ ଭାରତୀୟ ଯବାନ ଶହୀଦ ହୋଇଗଲେ। ପାକିସ୍ତାନୀ ସୈନ୍ୟ ଯୋଗେନ୍ଦ୍ରଙ୍କ ଗୋଡ଼, ହାତ ଏବଂ ଛାତିକୁ ଗୁଳି କରିଥିଲେ। ଦେହରେ ୧୭ ଗୁଳି ଲାଗିଥିଲା। ହାତ ଓ ଗୋଡ଼ରେ କ୍ଷତ ହୋଇଥିଲେ ମଧ୍ୟ ଛାତି ପକେଟରେ କଏନ ଥିବାରୁ ଗୁଳି ଛାତିରେ ଲାଗି ନ ଥିଲା। ଏହାପରେ ଯୋଗେନ୍ଦ୍ର କଷ୍ଟରେ ତଳକୁ ଆସି ଅନ୍ୟ ସାଥିଙ୍କୁ ସୂଚନା ଦେଇଥିଲେ। ପରେ ତାଙ୍କୁ ଶ୍ରୀନଗର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହୋସ୍‌ ଆସିଳା ପରେ ସେ ଜାଣିଥିଲେ ଯେ ଟାଇଗର ହିଲ୍‌ ଉପରେ ତାଙ୍କ ଟିମ୍‌ ଅଧିକାର କରି ନେଇଛି।

Share