୯୭ କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ

ଢେଙ୍କାନାଳ,୧୬ା୨(ରତନ ନାୟାର): ଆସନ୍ତା ୨୦ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା କରାଯିବ। ଚଳିତବର୍ଷ ଢେଙ୍କାନାଳ ଜିଲାରେ ମୋଟ ୯୭ଟି କେନ୍ଦ୍ରରେ ୧୬,୭୮୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତନ୍ମଧ୍ୟରେ ରେଗୁଲାର ପରୀକ୍ଷାର୍ଥୀ ୧୬,୬୬୮ ଓ ଏକ୍ସ ରେଗୁଲାର ୩୪, ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟରେ ୬୭ ପରୀକ୍ଷାର୍ଥୀ ଏବଂ ମଧ୍ୟମାରେ ୧୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଜିଲାର ଭୁବନ ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ର, ଢେଙ୍କାନାଳରେ ୧୬, ଗଁଦିଆରେ ୧୩, ହିନ୍ଦୋଳରେ ୧୩, କାମାକ୍ଷାନଗରରେ ୧୨, କଙ୍କଡ଼ାହାଡ଼ରେ ୯, ଓଡ଼ାପଡ଼ାରେ ୧୩ ଓ ପରଜଙ୍ଗର ୧୦ଟି କେନ୍ଦ୍ରକୁ ମିଶାଇ ମୋଟ ୯୭ଟି କେନ୍ଦ୍ର ଜିଲାରେ କରାଯାଇଛି। ସେହିପରି ଜିଲାର ଦୁର୍ଗମ ଓ ଉତ୍ତେଜନା ପ୍ରବଣକେନ୍ଦ୍ର ସଂଖ୍ୟା ୫୦ ରହିଛି। ସେଥିରୁ ଭୁବନରେ ୪, ଢେଙ୍କାନାଳରେ ୯, ଗଁଦିଆରେ ୭, ହିନ୍ଦୋଳରେ ୫, କାମାକ୍ଷାନଗରରେ ୩, କଙ୍କଡାହାଡରେ ୬, ଓଡାପଡାରେ ୮ ଓ ପରଜଙ୍ଗରେ ୮ଟି ରହିଛି। ପ୍ରଶ୍ନପତ୍ର ରହିବା ପାଇଁ ୧୦ଟି ନୋଡାଲ ସେଣ୍ଟର କରାଯାଇଛି। ଢେଙ୍କାନାଳ ଓ କଙ୍କଡ଼ାହାଡ଼ ବ୍ଲକରେ ୨ଟି ଲେଖାଏ ରହିଥିବା ବେଳେ ବାକି ସମସ୍ତ ବ୍ଲକରେ ଗୋଟିଏ ଲେଖାଏ ନୋଡାଲ ସେଣ୍ଟର ରହିଛି। ଚଳିତବର୍ଷ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ୍‌ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ପରୀକ୍ଷା କେନ୍ଦ୍ର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ର ମଧ୍ୟରେ ମୋବାଇଲ ଫୋନ ରଖିପାରିବେ ନାହିଁ। କେବଳ ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ମୋବାଇଲ ବ୍ୟବହାର କରିପାରିବେ। ସେ ପରୀକ୍ଷା ସମୟରେ ପରୀକ୍ଷା ପରିଚାଳନା ସମ୍ପର୍କିତ ସୂଚନା ଦେବା ପାଇଁ ମୋବାଇଲକୁ ସାଇଲେଣ୍ଟ ମୋଡରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିବେ। ସେହିପରି କପି ରୋକିବା ପାଇଁ ବୋର୍ଡ ସ୍କ୍ବାର୍ଡ ବ୍ୟତୀତ ଜିଲା ଶିକ୍ଷା ବିଭାଗ ପକ୍ଷରୁ ୨ଟି ଓ ଜିଲାପାଳଙ୍କ ପକ୍ଷରୁ ଗୋଟିଏ ସ୍କ୍ବାଡ୍‌ ଗଠନ କରାଯାଇଛି। ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରାୟ ୧ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ ସମସ୍ତ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନେଇ ତାଲିମ ଏବଂ ବୈଠକ ଅନୁଷ୍ଠିତ ହୋଇସାରିଛି ବୋଲି ଜିଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଗୁରୁବାର ସୂଚନା ଦେଇଛନ୍ତି। ଷ୍ଟେଟ୍‌ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଢେଙ୍କାନାଳ ଜିଲା ସଦର ବ୍ଲକ ବଳଭଦ୍ରପୁର ଗ୍ରାମ ଭାନିରାମ ମଡେଲ ହାଇସ୍କୁଲ ଏକମାତ୍ର କେନ୍ଦ୍ର ହୋଇଥିବା ସୂଚନା ଦିଆଯାଇଛି। ସେହିପରି ପରୀକ୍ଷା ସୁପରିଚାଳନା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରତି କେନ୍ଦ୍ରରେ ଜଣେ ଲେଖାଏ ଅବଜରଭର ପରୀକ୍ଷା ସରିବା ପର୍ଯ୍ୟନ୍ତ ରହିବେ। ମାଜିଷ୍ଟ୍ରେଟ୍‌, ପୋଲିସ ଅଧିକାରୀ ଓ ସଶସ୍ତ୍ର ଫୋର୍ସ ମୁତୟନ କରାଯିବ। ପ୍ରଶ୍ନପତ୍ର ରଖାଯିବାକୁ ଥିବା ନୋଡାଲ କେନ୍ଦ୍ରଗୁଡିକରୁ ୮ ବ୍ଲକରେ ୨୪ଟି ଡେସ୍‌ପାଚ୍‌ ଟିମ୍‌ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ରକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା ହୋଇଥିବା ଜିଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନେତ୍ରା, ପ୍ରସ୍ତାବ ଦେବ ଏନ୍‌ସିପି

ମୁମ୍ବାଇ,୩୦।୧: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କ ପରଲୋକ ପରେ ଦଳ ମଧ୍ୟରେ କ୍ଷମତା ଲଢ଼େଇ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପଦ…

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀ ଏବେ ୪ ମାସର ଗର୍ଭବତୀ

ଜୟପୁର, ୨୯।୧(ପବନ ପାଣିଗ୍ରାହୀ): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ…

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ…

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି: ଏତିକି ଟଙ୍କାକୁ ବଢିଗଲା ଲୋକଙ୍କ ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: ଏହି କାମ ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର,୨୯।୧: ଗୁରୁବାର ଲୋକସେବା ଭାବନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri