Categories: ଫୁରସତ

ଏଠି ସବୁକିଛି ଚକୋଲେଟ୍‌ମୟ

ପୃଥିବୀରେ ଅନେକ ଅଜବ ସଂଗ୍ରହାଳୟ ରହିଛି। ସେମିତି ଏକ ସଂଗ୍ରହାଳୟ ଅଛି ସୁଇଜରଲାଣ୍ଡରେ। ଏହି ସଂଗ୍ରହାଳୟକୁ ଚକୋଲେଟ୍‌ ପ୍ରେମୀଙ୍କ ପାଇଁ ସ୍ବର୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏ ହେଉଛି ଚକୋଲେଟ୍‌ ସଂଗ୍ରହାଳୟ। ୬୫୦୦୦ ବର୍ଗ ଫୁଟ୍‌ ଅଞ୍ଚଳରେ ବ୍ୟାପ୍ତ ଉକ୍ତ ସଂଗ୍ରହାଳୟର ନାମ ହେଉଛି ଲିଣ୍ଟ ହୋମ୍‌ ଅଫ୍‌ ଚକୋଲେଟ୍‌। ଏହା ମଧ୍ୟକୁ ପ୍ରବେଶ କରିବାମାତ୍ରେ ସବୁ ଜିନିଷ ଚକୋଲେଟ୍‌ରେ ତିଆରି ହୋଇଥିବା ଦେଖିପାରିବେ। ତେବେ ଏହାର ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ଥିବା ପୃଥିବୀର ସବୁଠାରୁ ବଡ଼ ଚକୋଲେଟ୍‌ ଫାଉଣ୍ଟେନ୍‌। ଯାହାକି ୩୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଅଟେ। ଏହି ଫାଉଣ୍ଟେନ୍‌୍‌ରୁ ତରଳ ଚକୋଲେଟ୍‌ ଅନବରତ ପ୍ରବାହ ହୋଇଥାଏ। ଏଠାରେ ପୃଥିବୀର ସବୁଠାରୁ ବଡ଼ ଚକୋଲେଟ୍‌ ଶପ୍‌ ବି ଅଛି। ତାଛଡା ଏଠାରେ ଥିବା ଚକୋଲେଟାରୀୟାରେ ପର୍ଯ୍ୟଟକଙ୍କୁ ନିଜ ହାତରେ ଚକୋଲେଟ୍‌ ତିଆରି କରିବାର ସୁଯୋଗ ଦିଆଯାଇଥାଏ। ଯାହାକି ଏକ ଅନନ୍ୟ ଅନୁଭୂତି ଅଟେ।

Share