କୋରାପୁଟ,୨୭ା୮(ଅମିତାଭ ବେହେରା): ବୁଧବାର କୋରାପୁଟ ଜିଲାରେ ଦିନକରେ ପ୍ରଥମ କରି ୧୬୧୮ ମିମି ବର୍ଷା ହୋଇଥିବାବେଳେ ଜିଲାର ବୈପାରୀଗୁଡ଼ା ବ୍ଲକରେ ସର୍ବାଧିକ ୩୦୬ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ନୀଳକଣ୍ଠ ନାଇଡୁ ପ୍ରକାଶ କରିଛନ୍ତି।
ସେହିଭଳି ଜୟପୁର ବ୍ଲକରେ ୧୮୬ ମିମି ବର୍ଷା ହୋଇଥିବାବେଳେ ବୋରିଗୁମ୍ମାରେ ୧୫୫.୮ ମିମି ବର୍ଷା କୋଟପାଡ଼ରେ ୧୫୯ ମିମି, ନନ୍ଦପୁରରେ ୧୨୫ମିମି, କୁନ୍ଦ୍ରାରେ ୧୨୨.୬ ମିମି, ଲମତାପୁଟରେ ୧୨୩ ମିମି , କୋରାପୁଟରେ ୧୧୮.୪ ମିମି, ସେମିଳିଗୁଡ଼ାରେ ୧୦୮ ମିମି, ଲକ୍ଷ୍ମୀପୁରରେ ୬୧.୪ ମିମି, ଦଶମନ୍ତପୁରରେ ୬୮.୮ ମିମି, ପଟ୍ଟାଙ୍ଗି ବ୍ଲକରେ ୬୫.୪ ମିମି, ବନ୍ଧୁଗାଁ ବ୍ଲକରେ ମାତ୍ର ୨ ମିମି ବର୍ଷା ହୋଇଥିବା ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।


