ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। ବ୍ରିଟେନର ୧୬ ବର୍ଷର ବାଳକ ଏଡଓ୍ବାର୍ଡ ରିକେଟ୍ସ କମ୍‌ ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି। ଏଡଓ୍ବାର୍ଡ ସାଧାରଣ ପିଲାଙ୍କ ଭଳିି ଫୁଟବଲ ଖେଳିବା ସହ ୟୁଟ୍ୟୁବ୍‌ରୁ ଭିଡିଓ ଦେଖିବା ପସନ୍ଦ କରିଥାନ୍ତି। ଦୀର୍ଘ ୮ମାସ ଧରି ସେ ୟୁଟ୍ୟୁବରୁ  କରେନ୍ସି ଟ୍ରେଡିଂ ଶିଖୁଥିଲେ। ଏଡଓ୍ବାର୍ଡ ବାପା ଓ ୨ଭାଇଙ୍କ ସହ ରହୁଥିବା ବେଳେ ଖରାଛୁଟି ସମୟରେ ସେ ଚାକିରି କରି ୧୫୦ ପାଉଣ୍ଡ ଯୋଗାଡ କରିଥିଲେ। ପରେ କରେନ୍ସି ଟ୍ରେଡିଂରେ ସେ ୧୫୦ ପାଉଣ୍ଡ(ପ୍ରାୟ ୧୩ ହଜାର ଟଙ୍କା) ବିନିଯୋଗ କରି ୬୧ହଜାର ପାଉଣ୍ଡ(ପ୍ରାୟ ୫୫ ଲକ୍ଷ ଟଙ୍କା) ରୋଜଗାର କରିଥିବା ଜଣାପଡ଼ିଛି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜରଙ୍କ ଲାଇଫ ଷ୍ଟାଇଲକୁ ଦେଖି ଏଡଓ୍ବାର୍ଡ ଟ୍ରେଡିଂକୁ ନେଇ ଆକର୍ଷିତ ହୋଇଥିଲେ। ଇନ୍‌ଷ୍ଟାଗ୍ରାମ ୟୁଜର ଜଣଙ୍କ କରେନ୍ସି ଟ୍ରେଡିଂ କରିଥାନ୍ତି, ସେ ସବୁବେଳେ ନିଜର ମହଙ୍ଗା ଗାଡ଼ି ଓ ଡ୍ରେସକୁ ପୋଷ୍ଟ କରିଥାନ୍ତି। ତେବେ ଏଡଓ୍ବାର୍ଡ ତାଙ୍କୁ ଦେଖି ପ୍ରଭାବିତ ହେବା ସହ ଏହି ବାବଦରେ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ୟୁଜର ତାଙ୍କୁ ଏକ ଭଲ ସ୍ଥାନରେ ଟ୍ରେଡିଂ କୋର୍ସ କରିବାକୁ କହିଥିଲେ। ଏହାପରେ ଏଡଓ୍ବାର୍ଡ ଏ ସମ୍ବନ୍ଧୀୟ ସମସ୍ତ ଭିଡିଓ ୟୁଟ୍ୟୁବରେ ଦିନକୁ ୫ଘଣ୍ଟା ଲେଖାଏଁ ଦେଖିଥିଲେ। ନିୟମିତ ଭାବେ ସେ କରେନ୍ସି ଟ୍ରେଡିଂ ସମ୍ବନ୍ଧୀୟ ଖବରକୁ ଦେଖୁଥିବା ବେଳେ ଏବେ ତାଙ୍କ ପାଖରେ ଶହେ ଗ୍ରାହକ ରହିଛନ୍ତି। ଏଥିସହ ବଜାରର ସ୍ଥିତି ଉପରେ ପରାମର୍ଶ ଦେବା ପାଇଁ ଏଡଓ୍ବାର୍ଡ ୧୫୫ ପାଉଣ୍ଡ(ପ୍ରାୟ ୧୪ ହଜାର ଟଙ୍କା) ଫିସ୍‌ ନେଉଥିବା ଜଣାପଡ଼ିଛି। ତାଙ୍କର ଏହି କାର୍ଯ୍ୟ ବାବଦରେ ପରିବାର ଲୋକେ ପ୍ରଥମେ କେହି ଜାଣି ନ ଥିଲେ। ତାଙ୍କର ଏହି କାର୍ଯ୍ୟକୁ ନେଇ ବାପା ଅମଙ୍ଗ ଥିବା ବେଳେ ଏଡଓ୍ବାର୍ଡ କିନ୍ତୁ ରାଜି କରାଇ ଦେଇଥିଲେ। ନିଜର ଅର୍ଜିତ ଟଙ୍କାରେ ସେ ପ୍ରପର୍ଟି ମାର୍କେଟରେ କରିଡର ତିଆରି କରିବାକୁ ଚାହଁୁଛନ୍ତି। ଯେଉଁଥିପାଇଁ ଏବେ  ଅର୍ଥ ସଞ୍ଚୟ କରୁଥିବା ସେ କହିଛନ୍ତି। ତେବେ କମ୍‌ ବୟସରୁ ସେ ହାସଲ କରିଥିବା ସଫଳତା ନେଇ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଆମେରିକା-ଇରାନ ମଧ୍ୟରେ ହେବ ୪୫ ଦିନ ଯୁଦ୍ଧ ବିରତି! ଟ୍ରମ୍ପଙ୍କ ଧମକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଓ୍ବାଶିଂଟନ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରି ଇରାନକୁ ଏକ ଅଲଟିମେଟମ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତେହରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri