ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। ବ୍ରିଟେନର ୧୬ ବର୍ଷର ବାଳକ ଏଡଓ୍ବାର୍ଡ ରିକେଟ୍ସ କମ୍‌ ପରିଶ୍ରମରେ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି। ଏଡଓ୍ବାର୍ଡ ସାଧାରଣ ପିଲାଙ୍କ ଭଳିି ଫୁଟବଲ ଖେଳିବା ସହ ୟୁଟ୍ୟୁବ୍‌ରୁ ଭିଡିଓ ଦେଖିବା ପସନ୍ଦ କରିଥାନ୍ତି। ଦୀର୍ଘ ୮ମାସ ଧରି ସେ ୟୁଟ୍ୟୁବରୁ  କରେନ୍ସି ଟ୍ରେଡିଂ ଶିଖୁଥିଲେ। ଏଡଓ୍ବାର୍ଡ ବାପା ଓ ୨ଭାଇଙ୍କ ସହ ରହୁଥିବା ବେଳେ ଖରାଛୁଟି ସମୟରେ ସେ ଚାକିରି କରି ୧୫୦ ପାଉଣ୍ଡ ଯୋଗାଡ କରିଥିଲେ। ପରେ କରେନ୍ସି ଟ୍ରେଡିଂରେ ସେ ୧୫୦ ପାଉଣ୍ଡ(ପ୍ରାୟ ୧୩ ହଜାର ଟଙ୍କା) ବିନିଯୋଗ କରି ୬୧ହଜାର ପାଉଣ୍ଡ(ପ୍ରାୟ ୫୫ ଲକ୍ଷ ଟଙ୍କା) ରୋଜଗାର କରିଥିବା ଜଣାପଡ଼ିଛି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜରଙ୍କ ଲାଇଫ ଷ୍ଟାଇଲକୁ ଦେଖି ଏଡଓ୍ବାର୍ଡ ଟ୍ରେଡିଂକୁ ନେଇ ଆକର୍ଷିତ ହୋଇଥିଲେ। ଇନ୍‌ଷ୍ଟାଗ୍ରାମ ୟୁଜର ଜଣଙ୍କ କରେନ୍ସି ଟ୍ରେଡିଂ କରିଥାନ୍ତି, ସେ ସବୁବେଳେ ନିଜର ମହଙ୍ଗା ଗାଡ଼ି ଓ ଡ୍ରେସକୁ ପୋଷ୍ଟ କରିଥାନ୍ତି। ତେବେ ଏଡଓ୍ବାର୍ଡ ତାଙ୍କୁ ଦେଖି ପ୍ରଭାବିତ ହେବା ସହ ଏହି ବାବଦରେ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ୟୁଜର ତାଙ୍କୁ ଏକ ଭଲ ସ୍ଥାନରେ ଟ୍ରେଡିଂ କୋର୍ସ କରିବାକୁ କହିଥିଲେ। ଏହାପରେ ଏଡଓ୍ବାର୍ଡ ଏ ସମ୍ବନ୍ଧୀୟ ସମସ୍ତ ଭିଡିଓ ୟୁଟ୍ୟୁବରେ ଦିନକୁ ୫ଘଣ୍ଟା ଲେଖାଏଁ ଦେଖିଥିଲେ। ନିୟମିତ ଭାବେ ସେ କରେନ୍ସି ଟ୍ରେଡିଂ ସମ୍ବନ୍ଧୀୟ ଖବରକୁ ଦେଖୁଥିବା ବେଳେ ଏବେ ତାଙ୍କ ପାଖରେ ଶହେ ଗ୍ରାହକ ରହିଛନ୍ତି। ଏଥିସହ ବଜାରର ସ୍ଥିତି ଉପରେ ପରାମର୍ଶ ଦେବା ପାଇଁ ଏଡଓ୍ବାର୍ଡ ୧୫୫ ପାଉଣ୍ଡ(ପ୍ରାୟ ୧୪ ହଜାର ଟଙ୍କା) ଫିସ୍‌ ନେଉଥିବା ଜଣାପଡ଼ିଛି। ତାଙ୍କର ଏହି କାର୍ଯ୍ୟ ବାବଦରେ ପରିବାର ଲୋକେ ପ୍ରଥମେ କେହି ଜାଣି ନ ଥିଲେ। ତାଙ୍କର ଏହି କାର୍ଯ୍ୟକୁ ନେଇ ବାପା ଅମଙ୍ଗ ଥିବା ବେଳେ ଏଡଓ୍ବାର୍ଡ କିନ୍ତୁ ରାଜି କରାଇ ଦେଇଥିଲେ। ନିଜର ଅର୍ଜିତ ଟଙ୍କାରେ ସେ ପ୍ରପର୍ଟି ମାର୍କେଟରେ କରିଡର ତିଆରି କରିବାକୁ ଚାହଁୁଛନ୍ତି। ଯେଉଁଥିପାଇଁ ଏବେ  ଅର୍ଥ ସଞ୍ଚୟ କରୁଥିବା ସେ କହିଛନ୍ତି। ତେବେ କମ୍‌ ବୟସରୁ ସେ ହାସଲ କରିଥିବା ସଫଳତା ନେଇ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲ୍ୟାଙ୍କ ପ୍ରତ୍ୟର୍ପଣ ସମୟ ଧାର୍ଯ୍ୟ ହୋଇନି

ନୂଆଦିଲ୍ଳୀ,୨୪।୭: ବ୍ୟାଙ୍କ ଋଣ ଖିଲାପି ମାମଲାରେ ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଲଣ୍ଡନର ଏକ ନ୍ୟାୟାଳୟ କରୁଛନ୍ତି। ମାମଲା ଶେଷକରି ମାଲ୍ୟାଙ୍କୁ...

ମାଡ଼ି ଆସୁଛି ବିପଦ: ୭ମ ଥର ପାଇଁ ସମ୍ପୂର୍ଣ୍ଣ ଧ୍ୱଂସ ହେବ ପୃଥିବୀ !

ଓ୍ବାଶିଂଟନ,୧୭।୯ : ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରିବେଶ ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ପୃଥିବୀ ପୁଣି ଧ୍ୱଂସ ମୁହାଁ ହେବାରେ ଲାଗିଛି। ଏହା ପୂର୍ବରୁ ପୃଥିବୀ...

କାନ୍ଥ ଭୁଶୁଡ଼ି ଚାଲିଗଲା ୧୧ ଜୀବନ

ଇସଲାମାବାଦ୍‌,୧୯।୭: ପ୍ରବଳ ବର୍ଷା ଯୋଗୁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର କାନ୍ଥ ଭୁଶୁଡ଼ି ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ...

ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ ‘ଉଦ୍ୟୋଗିନୀ’

ଭୁବନେଶ୍ୱର,୬।୧: ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ଦ୍ୱାରା ପରିଚାଳିତ ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତି ପକ୍ଷରୁ ନିକଟରେ ଏକ ନୂତନ ପ୍ରକଳ୍ପ ‘ଉଦ୍ୟୋଗିନୀ’ ଶୁଭାରମ୍ଭ କରାଯାଇଛି।...

‘ନିର୍ବାଚନରେ ମୋର ଜିତିବାକୁ ନେଇ ଡରୁଛନ୍ତି ଶହବାଜ ସରକାର’, ଏଜେଣ୍ଡା ଚଳାଉଥିବା ଅଭିଯୋଗ ଆଣିଲେ ଇମ୍ରାନ୍‌

ଇସଲାମାବାଦ,୨୨।୭: ପାକିସ୍ତାନରେ ରାଜନନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନର ମିଳିତ ସରକାର ଏବଂ ବିରୋଧୀ ଦଳର ନେତା ଇମ୍ରାନ୍‌ ଖାନଙ୍କ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ପାକିସ୍ତାନର...

୨ ଭାରତୀୟ ଯବାନ ନିହତ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ: ଜୟଶଙ୍କର

ନୂଆଦିଲ୍ଲୀ/କିନ୍‌ସାସା,୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି।...

ଏସ୍‌ସିଏସ୍‌ରେ ଔଦ୍ଧତ୍ୟ ଦେଖାଅନି

ଓ୍ବାଶିଂଟନ୍‌,୧ା୫: ଦକ୍ଷିଣ ଚାଇନା ସାଗର (ଏସ୍‌ସିଏସ୍‌)ର ବିବାଦୀୟ ଜଳରାଶିରେ ଔଦ୍ଧତ୍ୟ ନ ଦେଖାଇବାକୁ ଆମେରିକା ପକ୍ଷରୁ ଚାଇନାକୁ ତାଗିଦ୍‌ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌...

କାଠଗଡ଼ାରେ ଋଣପ୍ରଦାନକାରୀ,ଆୟକର ବିଭାଗ; କ୍ୟାଫେ କଫି ଡେ ମାଲିକ ଭି.ଜି.ସିଦ୍ଧାର୍ଥ ନିଖୋଜ

ନୂଆଦିଲ୍ଲୀ,୩୧-୭: କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌.କ୍ରିଷ୍ଣାଙ୍କ ଜ୍ୱାଇଁ ଭି.ଜି.ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ...

Advertisement
Archives

Model This Week