‘ମେଟଲ୍‌ ମିଟ୍‌-୨୦୨୪’ ପ୍ରିଲିମ୍ସ ଫିନାଲେକୁ ଗଲେ ୧୬ ଟିମ୍‌

ଭୁବନେଶ୍ୱର, ୩।୮(ଅସମାପିକା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ସ୍ଥାନୀୟ ଏକ ହୋଟେଲରେ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌- ୨୦୨୪’ର ଷଷ୍ଠ ସଂସ୍କରଣ ଆରମ୍ଭ ହୋଇଯାଇଛି। ଚଳିତବବର୍ଷ ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରୁ ମୋଟ ୮୩ଟି ଟିମ୍‌ ଅଂଶଗ୍ରହଣ କରିଥିଲେ। ଏଥିରେ ଜୁନିୟର ବର୍ଗରେ ୪୨ଟି ଟିମ୍‌ ଭାଗ ନେଇଥିବା ବେବେଳେ ସିନିୟର ଟିମ୍‌ରେ ୪୧ଟି ଟିମ୍‌ ଭାଗ ନେଇଥିଲେ। ଫିନାଲେ ପାଇଁ ୧୬ଟି ଟିମ୍‌ ମନୋନୀତ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଉଦ୍‌ବୋଧନ ଦେଇ ‘ଓଡ଼ିଶା ପୋଷ୍ଟ’ ଓ ‘ଧରିତ୍ରୀ’ ସମ୍ପାଦକ ତଥାଗତ ସତପଥୀ ଏହି ପ୍ରତିଯୋଗିତା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ‘ମେଟଲ୍‌ ମିଟ୍‌’ର କୌଣସି ପ୍ରତିଯୋଗୀ ଲୁଜର ନୁହେଁ, ସମସ୍ତ ପାଖରେ ପ୍ରତିଭା ରହିଛି ଏବଂ ସମତେ ଏଠି ଓ୍ବିନର ବୋଲି ଛାତ୍ରୀଛାତ୍ରଙ୍କୁ କହିଥିଲେ। ‘ଓଡ଼ିଶା ପୋଷ୍ଟ’ ଓ ‘ଧରିତ୍ରୀ’ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କହିଥିଲେ, ଓଡ଼ିଶାରେ କୁଇଜିଂ କଲଚର୍‌କୁ ପ୍ରୋତ୍ସାହିତ କରିବା ହେଉଛି ‘ମେଟଲ୍‌ ମିଟ୍‌’ର ମୁଖ୍ୟ ଉଦ୍ଦେଶ୍ୟ। ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଧୀରେ ଧୀରେ ବ୍ୟାପକ ହୋଇଛି। କୁଇଜିଂରେ ଆଗ୍ରହ ରଖୁଥିବା ପିଲାମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଆଣିଦେଇଛି। ଏଥିରେ ଭାଗ ନେବା ପାଇଁ ଏବେ ପିଲାମାନେ ଅପକ୍ଷୋ କରି ରହୁଛନ୍ତି। ଏଥର ଭାଗ ନେବା ପାଇଁ ଆମ ପାଖକୁ ରାଜ୍ୟ ବାହାରୁ ବି ପଚରାଯାଇଥିଲା। ତେଣୁ ଆଗାମୀ ବର୍ଷରେ ଆମେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଜାତୀୟସ୍ତରୀୟ ପ୍ରତିଯୋଗିତା କରିବା ପାଇଁ ପ୍ରୟାସ କରିବୁ ବୋଲି ଆଦ୍ୟାଶା କହିଥିଲେ। କୁଇଜ୍‌ର ଏହି ମହାକୁମ୍ଭକୁ ଚଳିତବର୍ଷ ଲୋକପ୍ରିୟ କୁଇଜ୍‌ମାଷ୍ଟର ଅଜୟ ପୁନିଆ ହୋଷ୍ଟ କରିଥିଲେ। କାର୍ଯ୍ୟକ୍ରମକୁ ମୁନ୍‌ମୁନ୍‌ ସଂଯୋଜନା କରିଥିଲେ।
ଜୁନିୟର ବିଭାଗରେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ବୁର୍ଲା, ବାଲେଶ୍ବର, ଭଦ୍ରକ ଓ ଢେଙ୍କାନାଳର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିବା ବେଳେ ସିନିୟର ଗ୍ରୁପରେ ଭୁବନେଶ୍ୱର, କଟକ, ପୁରୀ, କୋରାପୁଟ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା ଏବଂ ବୁର୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିଲେ। ପ୍ରଥମ ଦିନରେ ଏମାନଙ୍କୁ ନେଇ ପ୍ରିଲିମ୍ସ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ଜୁନିୟର ଏବଂ ପରେ ସିନିୟର ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା। ମୋଟ ୩୫ଟି ଲେଖାଏ ପ୍ରଶ୍ନ ରହିଥିଲା। ଯେଉଁଥିରେ ସାଧାରଣ ଜ୍ଞାନ ସହିତ ଅଡିଓ ଭିଜୁଆଲ ପ୍ରଶ୍ନ ଏବଂ ବର୍ତ୍ତମାନର ଘଟଣାକୁ ଆଧାର କରାଯାଇଥିଲା।

ଟପ୍‌ ୮ ଜୁନିୟର ଟିମ୍‌
– କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ, ଭୁବନେଶ୍ୱର
– ମଦର୍ସ ପବ୍ଲିକ ସ୍କୁଲ, ଭୁବନେଶ୍ୱର
– ଲୟୋଲା ସ୍କୁଲ, ଭୁବନେଶ୍ୱର
– ଡିଏଭି ପବ୍ଳିକ ସ୍କୁଲ, ସିଡିଏ, କଟକ
– ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
– ଡିଏଭି ପବ୍ଳିକ ସ୍କୁଲ, କଳିଙ୍ଗନଗର
– ଦିଲ୍ଲୀ ପ୍ଲବିକ ସ୍କୁଲ, କଳିଙ୍ଗ
– ଡିଏଭି ପବ୍ଳିକ ସ୍କୁଲ, ୟୁନିଟ୍‌-୮, ଭୁବନେଶ୍ୱର

ଟପ୍‌ ୮ ସିନିୟର ଟିମ୍‌
– ଏନ୍‌ଆଇଟି, ରାଉରକେଲା
– ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ, କଟକ
– କିଟ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
– ଆଇଆଇଟି, ଭୁବନେଶ୍ୱର
– ନାଇଜର, ଜଟଣୀ
– ଭିମ୍‌ସାର, ବୁର୍ଲା
– ଜାତୀୟ ଆଇନ ବିଶ୍ୱବିଶ୍ୱବିଦ୍ୟାଳୟ, କଟକ
– ଏମ୍ସ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri