‘ମେଟଲ୍‌ ମିଟ୍‌-୨୦୨୪’ ପ୍ରିଲିମ୍ସ ଫିନାଲେକୁ ଗଲେ ୧୬ ଟିମ୍‌

ଭୁବନେଶ୍ୱର, ୩।୮(ଅସମାପିକା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ସ୍ଥାନୀୟ ଏକ ହୋଟେଲରେ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ‘ମେଟଲ୍‌ ମିଟ୍‌- ୨୦୨୪’ର ଷଷ୍ଠ ସଂସ୍କରଣ ଆରମ୍ଭ ହୋଇଯାଇଛି। ଚଳିତବବର୍ଷ ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରୁ ମୋଟ ୮୩ଟି ଟିମ୍‌ ଅଂଶଗ୍ରହଣ କରିଥିଲେ। ଏଥିରେ ଜୁନିୟର ବର୍ଗରେ ୪୨ଟି ଟିମ୍‌ ଭାଗ ନେଇଥିବା ବେବେଳେ ସିନିୟର ଟିମ୍‌ରେ ୪୧ଟି ଟିମ୍‌ ଭାଗ ନେଇଥିଲେ। ଫିନାଲେ ପାଇଁ ୧୬ଟି ଟିମ୍‌ ମନୋନୀତ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଉଦ୍‌ବୋଧନ ଦେଇ ‘ଓଡ଼ିଶା ପୋଷ୍ଟ’ ଓ ‘ଧରିତ୍ରୀ’ ସମ୍ପାଦକ ତଥାଗତ ସତପଥୀ ଏହି ପ୍ରତିଯୋଗିତା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ‘ମେଟଲ୍‌ ମିଟ୍‌’ର କୌଣସି ପ୍ରତିଯୋଗୀ ଲୁଜର ନୁହେଁ, ସମସ୍ତ ପାଖରେ ପ୍ରତିଭା ରହିଛି ଏବଂ ସମତେ ଏଠି ଓ୍ବିନର ବୋଲି ଛାତ୍ରୀଛାତ୍ରଙ୍କୁ କହିଥିଲେ। ‘ଓଡ଼ିଶା ପୋଷ୍ଟ’ ଓ ‘ଧରିତ୍ରୀ’ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କହିଥିଲେ, ଓଡ଼ିଶାରେ କୁଇଜିଂ କଲଚର୍‌କୁ ପ୍ରୋତ୍ସାହିତ କରିବା ହେଉଛି ‘ମେଟଲ୍‌ ମିଟ୍‌’ର ମୁଖ୍ୟ ଉଦ୍ଦେଶ୍ୟ। ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଧୀରେ ଧୀରେ ବ୍ୟାପକ ହୋଇଛି। କୁଇଜିଂରେ ଆଗ୍ରହ ରଖୁଥିବା ପିଲାମାନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଆଣିଦେଇଛି। ଏଥିରେ ଭାଗ ନେବା ପାଇଁ ଏବେ ପିଲାମାନେ ଅପକ୍ଷୋ କରି ରହୁଛନ୍ତି। ଏଥର ଭାଗ ନେବା ପାଇଁ ଆମ ପାଖକୁ ରାଜ୍ୟ ବାହାରୁ ବି ପଚରାଯାଇଥିଲା। ତେଣୁ ଆଗାମୀ ବର୍ଷରେ ଆମେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଜାତୀୟସ୍ତରୀୟ ପ୍ରତିଯୋଗିତା କରିବା ପାଇଁ ପ୍ରୟାସ କରିବୁ ବୋଲି ଆଦ୍ୟାଶା କହିଥିଲେ। କୁଇଜ୍‌ର ଏହି ମହାକୁମ୍ଭକୁ ଚଳିତବର୍ଷ ଲୋକପ୍ରିୟ କୁଇଜ୍‌ମାଷ୍ଟର ଅଜୟ ପୁନିଆ ହୋଷ୍ଟ କରିଥିଲେ। କାର୍ଯ୍ୟକ୍ରମକୁ ମୁନ୍‌ମୁନ୍‌ ସଂଯୋଜନା କରିଥିଲେ।
ଜୁନିୟର ବିଭାଗରେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ବୁର୍ଲା, ବାଲେଶ୍ବର, ଭଦ୍ରକ ଓ ଢେଙ୍କାନାଳର ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିବା ବେଳେ ସିନିୟର ଗ୍ରୁପରେ ଭୁବନେଶ୍ୱର, କଟକ, ପୁରୀ, କୋରାପୁଟ, ବାଲେଶ୍ବର, ବ୍ରହ୍ମପୁର, ରାଉରକେଲା ଏବଂ ବୁର୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ର ଭାଗ ନେଇଥିଲେ। ପ୍ରଥମ ଦିନରେ ଏମାନଙ୍କୁ ନେଇ ପ୍ରିଲିମ୍ସ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ଜୁନିୟର ଏବଂ ପରେ ସିନିୟର ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରତିଯୋଗିତା ହୋଇଥିଲା। ମୋଟ ୩୫ଟି ଲେଖାଏ ପ୍ରଶ୍ନ ରହିଥିଲା। ଯେଉଁଥିରେ ସାଧାରଣ ଜ୍ଞାନ ସହିତ ଅଡିଓ ଭିଜୁଆଲ ପ୍ରଶ୍ନ ଏବଂ ବର୍ତ୍ତମାନର ଘଟଣାକୁ ଆଧାର କରାଯାଇଥିଲା।

ଟପ୍‌ ୮ ଜୁନିୟର ଟିମ୍‌
– କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ, ଭୁବନେଶ୍ୱର
– ମଦର୍ସ ପବ୍ଲିକ ସ୍କୁଲ, ଭୁବନେଶ୍ୱର
– ଲୟୋଲା ସ୍କୁଲ, ଭୁବନେଶ୍ୱର
– ଡିଏଭି ପବ୍ଳିକ ସ୍କୁଲ, ସିଡିଏ, କଟକ
– ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ, ଭୁବନେଶ୍ୱର
– ଡିଏଭି ପବ୍ଳିକ ସ୍କୁଲ, କଳିଙ୍ଗନଗର
– ଦିଲ୍ଲୀ ପ୍ଲବିକ ସ୍କୁଲ, କଳିଙ୍ଗ
– ଡିଏଭି ପବ୍ଳିକ ସ୍କୁଲ, ୟୁନିଟ୍‌-୮, ଭୁବନେଶ୍ୱର

ଟପ୍‌ ୮ ସିନିୟର ଟିମ୍‌
– ଏନ୍‌ଆଇଟି, ରାଉରକେଲା
– ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ, କଟକ
– କିଟ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
– ଆଇଆଇଟି, ଭୁବନେଶ୍ୱର
– ନାଇଜର, ଜଟଣୀ
– ଭିମ୍‌ସାର, ବୁର୍ଲା
– ଜାତୀୟ ଆଇନ ବିଶ୍ୱବିଶ୍ୱବିଦ୍ୟାଳୟ, କଟକ
– ଏମ୍ସ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri