ପୁରୀ ରଥଯାତ୍ରାରେ ଯୋଗ ଦେଇ ଫେରିଲେ ୧୬ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ

ଭଞ୍ଜନଗର,୨୦ା୭(ବାବୁଲା ପ୍ରଧାନ): ପୁରୀ ରଥଯାତ୍ରାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ୧୧୦ ଜଣ ସ୍ବେଚ୍ଛାସେବୀ ଯୋଗଦେଇ ସଫେଇ ସମେତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେଥିମଧ୍ୟରୁ ବ୍ରହ୍ମପୁର ବିଶବିଦ୍ୟାଳୟରୁ ୧୬ ଜଣ ସ୍ବେଚ୍ଛାସେବୀ ଏବଂ ଜଣେ କାର୍ଯ୍ୟକ୍ରମ ଅଧିକାରିଣୀ ଯୋଗ ଦେଇଥିଲେ। ରବିବାର ସମସ୍ତ ସ୍ବେଚ୍ଛାସେବୀ ଇତିମଧ୍ୟରେ ସେବାକାର୍ଯ୍ୟ ସାରି ନିଜ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟକୁ ଫେରି ଆସିଛନ୍ତି। ଫୁଲବାଣୀ ସରକାରୀ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରିଣୀ ଡ. ତପସ୍ବିନୀ ଗୌଡ଼ଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀମାନେ ଯାଇଥିଲେ। ସେମାନେ ହେଲେ ନୂଆପଡ଼ା କଲେଜର ତୁଷାରକାନ୍ତ ଗୌଡ଼, ବ୍ରହ୍ମପୁର ବିଶବିଦ୍ୟାଳୟରୁ ଆଶିଷ ସାହୁ, ଗୋନ୍ତଲା ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟର ରାଜେଶ ମହାକୁଡ଼, କଙ୍କରଡ଼ା କଲେଜର ପ୍ରିୟାଂଶୁ ରାଉତ, ଅଙ୍କୁଶପୁର ଆୟୁର୍ବେଦିକ ମହାବିଦ୍ୟାଳୟର ଅର୍ଚ୍ଚନା ମିଶ୍ର, ଶୀତଳପଲ୍ଲୀ ଇଞ୍ଜିନିୟର କଲେଜର ଜୀବନଜ୍ୟୋତି ସେନାପତି, ନରେନ୍ଦ୍ରପୁର କଲେଜର ପ୍ରୀତମ ସାହୁ, ପୁରୁଷୋତ୍ତମପୁର କଲେଜର ରାଜେଶ୍ୱରୀ ପଣ୍ତା, ଛତ୍ରପୁର ମହିଳା ମହାବିଦ୍ୟାଳୟର ରେସ୍ମା ସ୍ବାଇଁ, ଆସିକା ମହିଳା ମହାବିଦ୍ୟାଳୟର ଝରଣା ନାହାକ, କାଶୀନଗରର ଶାନ୍ତନୁ ସାହୁ, ଗୁରାଣ୍ଡି କଲେଜର ବିଜୟଲକ୍ଷ୍ମୀ ଶବର, ଜି.ଉଦୟଗିରି କଲେଜର ଫେମସ ବଳିଆରସିଂ, ଫୁଲବାଣୀ ମହିଳା କଲେଜର ପ୍ରଭାତୀ ବିଶ୍ୱାଳ, ଟିକାବାଲି କଲେଜର ଆର୍ଯ୍ୟଦେବ ପ୍ରଧାନ ଓ ବିଶ୍ୱବିଦ୍ୟାଳୟର ସୁବ୍ରତ ମୁଦୁଲି। ସ୍ବେଚ୍ଛାସେବୀମାନେ ଗତ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁରୀରେ ସେବାକାର୍ଯ୍ୟ କରିବା ସହ ସେବାର ମହତ୍ତ୍ୱ କ’ଣ ଜାଣିଥିଲେ।

Dharitri – Odisha’s No.1 Odia Daily