ଭଦ୍ରକରେ ପୁଣି ୧୬ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୬୨ରେ ପହଞ୍ଚଲା

ଭଦ୍ରକ ଅଫିସ,୫ା୭: ଭଦ୍ରକ ଜିଲାରେ ରବିବାର ୧୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୬୨ରେ ପହଞ୍ଚିଛି। ସମସ୍ତେ କ୍ୱାରାଣ୍ଟାଇନ୍‌ରେ ଥିଲେ। ଭଦ୍ରକ, ଧାମନଗର ଓ ତିହିଡି ବ୍ଲକରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ଏମାନେ ଦିଲ୍ଲୀ, କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ ଫେରନ୍ତା ବୋଲି କୁହାଯାଇଛି।