Posted inଖେଳ

ପ୍ୟାରିସ୍‌ ଗଲେ ୧୬ ଭାରତୀୟ ଆଥ୍‌ଲେଟ୍‌

ନୂଆଦିଲ୍ଲୀ,୨୨ା୮(ପି.ଟି.): ପାରାଲିମ୍ପିକ୍ସ ୨୦୨୪ ପୂର୍ବରୁ ଭାରତୀୟ ଆଥଲେଟିକ୍ସ ଦଳ ବୁଧବାର ପ୍ୟାରିସ୍‌କୁ ଆଗୁଆ ଯାତ୍ରା କରିଛି। ସ୍ଥାନୀୟ ପରିବେଶ ସହ ନିଜକୁ ଖାପ ଖୁଆଇବା ପାଇଁ ଭାରତୀୟ ଆଥଲେଟିକ୍ସ ଦଳ ପ୍ରଥମ ବ୍ୟାଚର ଖେଳାଳି ଭାବରେ ଯାତ୍ରା କରିଛନ୍ତି। ଜାଭେଲିନ୍‌ ଥ୍ରୋୟର ସୁମିତ ଆଣ୍ଟିଲଙ୍କ ନେତୃତ୍ୱରେ ୧୬ ଜଣ ଭାରତୀୟ ଆଥଲେଟ ଯାତ୍ରା କରିଛନ୍ତି। ୧୬ ଜଣ ପାରା ଆଥଲେଟ ପ୍ରଥମ କିଛି ଦିନ ହୋଟେଲରେ ଅବସ୍ଥାନ କରିବେ। ଅଗଷ୍ଟ ୨୫ ତାରିଖରୁ ଗେମ୍ସ ଭିଲେଜ ଖୋଲିବା ପରେ ଖେଳାଳିମାନେ ସେଠାକୁ ଯାତ୍ରା କରିବେ। ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ମଧ୍ୟରେ ପାରାଲିମ୍ପିକ୍ସ ଅନୁଷ୍ଠିତ ହେବ। ଆଥଲେଟିକ୍ସର ପ୍ରତିଯୋଗିତା ଅଗଷ୍ଟ ୩୦ରୁ ଆରମ୍ଭ ହୋଇ ଉଦ୍‌ଯାପନୀ ସମାରୋହ ପର୍ଯ୍ୟନ୍ତ ଚାଲିବ। ସ୍ଥାନୀୟ ପରିବେଶ ସହିତ ଖାପଖୁଆଇବା ପାଇଁ ସୁମିତଙ୍କ ସମେତ ଅନ୍ୟ ଆଥଲେଟମାନେ ନେଲସନ୍‌ ମଣ୍ଡେଲା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅଭ୍ୟାସ କରିବେ ବୋଲି କୋଚ୍‌ ସତ୍ୟନାରାୟଣ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଭାରତ ଏହାର ଆଥଲେଟିକ୍ସ ଦଳ ନିକଟରୁ ୫ ସ୍ବର୍ଣ୍ଣ ସହ ୧୨ଟି ପଦକ ଆଶା କରୁଛି ବୋଲି ସତ୍ୟନାରାୟଣ କହିଛନ୍ତି। ଜାପାନର କୋବରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ସମାନ ଖେଳାଳିମାନେ ୧୭ ପଦକ ହାସଲ କରିଥିଲେ। ଆଥଲେଟିକ୍ସରେ ୬ଟି ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ସହିତ ୫ ରୌପ୍ୟ ପଦକ ଭାରତ ହାତକୁ ଆସିଥିଲା। ସୁମିତ ଆଣ୍ଟିଲ, ଦୀପ୍ତି ଜୀବନଜୀ, ସଚିନ୍‌ ଖିଲାରୀ, ଏକତା ଭ୍ୟାନ୍‌, ସିମରନ୍‌ ଶର୍ମା ଓ ମରିୟାପ୍ପାନ ଥଙ୍ଗାଭେଲୁ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଦଳ ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ ବ୍ରୋଞ୍ଜ ସହିତ ମୋଟ ୧୯ ପଦକ ଜିତିଥିଲା। ଚଳିତ ବର୍ଷ ଭାରତ ଏହାର ପାରାଲିମ୍ପିକ୍ସ ଇତିହାସର ସର୍ବବୃହତ ୮୪ ଜଣିଆ ଦଳ ପ୍ରେରଣ କରିଛି। ଏହା ମଧ୍ୟରୁ ୩୮ ଜଣ ପାରା ଆଥଲେଟ ରହିଛନ୍ତି। ପୂର୍ବରୁ ପାରାଲିମ୍ପିକ୍ସ କମିଟି ସଭାପତି ଦେବେନ୍ଦ୍ର ଝାଝରିଆ ଭାରତ ସମୁଦାୟ ୨୫ ପଦକ ଜିତିବାର ସମ୍ଭାବନା ଥିବା ମତ ଦେଇଥିଲେ। ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସ ପରି ପାରାଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହ ମଧ୍ୟ ଷ୍ଟାଡିୟମ ବାହାରେ ଅନୁଷ୍ଠିତ ହେବ। ଚାମ୍ପ ଡି ଏଲିସ୍‌ରୁ ପ୍ଲେସ୍‌ ଡି ଲା କନକର୍ଡ ଯାଏ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଜାଭେଲିନ୍‌ ତାରକା ସୁମିତ ଆଣ୍ଟିଲ ଓ ଶଟ୍‌ପୁଟର ଭାଗ୍ୟଶ୍ରୀ ଯାଦବ ଭାରତର ପତାକା ବାହକ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri