Posted inଖେଳ

ପ୍ୟାରିସ୍‌ ଗଲେ ୧୬ ଭାରତୀୟ ଆଥ୍‌ଲେଟ୍‌

ନୂଆଦିଲ୍ଲୀ,୨୨ା୮(ପି.ଟି.): ପାରାଲିମ୍ପିକ୍ସ ୨୦୨୪ ପୂର୍ବରୁ ଭାରତୀୟ ଆଥଲେଟିକ୍ସ ଦଳ ବୁଧବାର ପ୍ୟାରିସ୍‌କୁ ଆଗୁଆ ଯାତ୍ରା କରିଛି। ସ୍ଥାନୀୟ ପରିବେଶ ସହ ନିଜକୁ ଖାପ ଖୁଆଇବା ପାଇଁ ଭାରତୀୟ ଆଥଲେଟିକ୍ସ ଦଳ ପ୍ରଥମ ବ୍ୟାଚର ଖେଳାଳି ଭାବରେ ଯାତ୍ରା କରିଛନ୍ତି। ଜାଭେଲିନ୍‌ ଥ୍ରୋୟର ସୁମିତ ଆଣ୍ଟିଲଙ୍କ ନେତୃତ୍ୱରେ ୧୬ ଜଣ ଭାରତୀୟ ଆଥଲେଟ ଯାତ୍ରା କରିଛନ୍ତି। ୧୬ ଜଣ ପାରା ଆଥଲେଟ ପ୍ରଥମ କିଛି ଦିନ ହୋଟେଲରେ ଅବସ୍ଥାନ କରିବେ। ଅଗଷ୍ଟ ୨୫ ତାରିଖରୁ ଗେମ୍ସ ଭିଲେଜ ଖୋଲିବା ପରେ ଖେଳାଳିମାନେ ସେଠାକୁ ଯାତ୍ରା କରିବେ। ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ମଧ୍ୟରେ ପାରାଲିମ୍ପିକ୍ସ ଅନୁଷ୍ଠିତ ହେବ। ଆଥଲେଟିକ୍ସର ପ୍ରତିଯୋଗିତା ଅଗଷ୍ଟ ୩୦ରୁ ଆରମ୍ଭ ହୋଇ ଉଦ୍‌ଯାପନୀ ସମାରୋହ ପର୍ଯ୍ୟନ୍ତ ଚାଲିବ। ସ୍ଥାନୀୟ ପରିବେଶ ସହିତ ଖାପଖୁଆଇବା ପାଇଁ ସୁମିତଙ୍କ ସମେତ ଅନ୍ୟ ଆଥଲେଟମାନେ ନେଲସନ୍‌ ମଣ୍ଡେଲା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅଭ୍ୟାସ କରିବେ ବୋଲି କୋଚ୍‌ ସତ୍ୟନାରାୟଣ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଭାରତ ଏହାର ଆଥଲେଟିକ୍ସ ଦଳ ନିକଟରୁ ୫ ସ୍ବର୍ଣ୍ଣ ସହ ୧୨ଟି ପଦକ ଆଶା କରୁଛି ବୋଲି ସତ୍ୟନାରାୟଣ କହିଛନ୍ତି। ଜାପାନର କୋବରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ସମାନ ଖେଳାଳିମାନେ ୧୭ ପଦକ ହାସଲ କରିଥିଲେ। ଆଥଲେଟିକ୍ସରେ ୬ଟି ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ସହିତ ୫ ରୌପ୍ୟ ପଦକ ଭାରତ ହାତକୁ ଆସିଥିଲା। ସୁମିତ ଆଣ୍ଟିଲ, ଦୀପ୍ତି ଜୀବନଜୀ, ସଚିନ୍‌ ଖିଲାରୀ, ଏକତା ଭ୍ୟାନ୍‌, ସିମରନ୍‌ ଶର୍ମା ଓ ମରିୟାପ୍ପାନ ଥଙ୍ଗାଭେଲୁ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଦଳ ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ ବ୍ରୋଞ୍ଜ ସହିତ ମୋଟ ୧୯ ପଦକ ଜିତିଥିଲା। ଚଳିତ ବର୍ଷ ଭାରତ ଏହାର ପାରାଲିମ୍ପିକ୍ସ ଇତିହାସର ସର୍ବବୃହତ ୮୪ ଜଣିଆ ଦଳ ପ୍ରେରଣ କରିଛି। ଏହା ମଧ୍ୟରୁ ୩୮ ଜଣ ପାରା ଆଥଲେଟ ରହିଛନ୍ତି। ପୂର୍ବରୁ ପାରାଲିମ୍ପିକ୍ସ କମିଟି ସଭାପତି ଦେବେନ୍ଦ୍ର ଝାଝରିଆ ଭାରତ ସମୁଦାୟ ୨୫ ପଦକ ଜିତିବାର ସମ୍ଭାବନା ଥିବା ମତ ଦେଇଥିଲେ। ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସ ପରି ପାରାଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହ ମଧ୍ୟ ଷ୍ଟାଡିୟମ ବାହାରେ ଅନୁଷ୍ଠିତ ହେବ। ଚାମ୍ପ ଡି ଏଲିସ୍‌ରୁ ପ୍ଲେସ୍‌ ଡି ଲା କନକର୍ଡ ଯାଏ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଜାଭେଲିନ୍‌ ତାରକା ସୁମିତ ଆଣ୍ଟିଲ ଓ ଶଟ୍‌ପୁଟର ଭାଗ୍ୟଶ୍ରୀ ଯାଦବ ଭାରତର ପତାକା ବାହକ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri