ଇଏସ୍‌ଆଇସିରେ ୧୬.୪୭ଲକ୍ଷ ନୂଆ ସଦସ୍ୟ

ଭୁବନେଶ୍ୱର,୨୦।୬ (ଅନୁରାଧା ମହାରଣା): ଚଳିତବର୍ଷ ଏପ୍ରିଲରେ ୧୬.୪୭ ଲକ୍ଷ ନୂତନ ସଦସ୍ୟ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି)ରେ ଯୋଡ଼ିହୋଇଛନ୍ତି। ବୁଧବାର ପ୍ରକାଶିତ ନିୟମିତ ବେତନ ସ୍କେଲ୍‌ରେ ରଖାଯାଇଥିବା କର୍ମଚାରୀଙ୍କ ତଥ୍ୟରେ ଏହି ସୂଚନା ଦିଆଯାଇଛି। ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ତଥ୍ୟକୁ ଆଧାରକରି ଦେଶର ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏପ୍ରିଲରେ ଯୋଡ଼ିହୋଇଥିବା ମୋଟ ୧୬.୪୭ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୭.୮୪ ଲକ୍ଷ କର୍ମଚାରୀ ଅର୍ଥାତ୍‌ ମୋଟ ନାମଲେଖାର ପ୍ରାୟ ୪୭.୬୦ ପ୍ରତିଶତ ୨୫ ବର୍ଷ ବୟସ ବର୍ଗରେ ଅଛନ୍ତି। ବିବୃତି ଅନୁଯାୟୀ, ଇଏସ୍‌ଆଇସିର ଅସ୍ଥାୟୀ ବେତନ ତଥ୍ୟ ଦର୍ଶାଉଛି ଯେ ଏପ୍ରିଲ ୨୦୨୪ ରେ ୧୬.୪୭ ଲକ୍ଷ ନୂତନ କର୍ମଚାରୀ ଯୋଗ କରାଯାଇଛି। ଏଥିସହ ତଥ୍ୟର ଲିଙ୍ଗଗତ ବିଶ୍ଳେଷଣରୁ ଜଣାପଡିଛି ଯେ ଏପ୍ରିଲରେ ମହିଳା ସଦସ୍ୟଙ୍କ ନିଟ୍‌ ସଂଯୋଗୀକରଣ ୩.୩୮ ଲକ୍ଷ ଥିଲା। ଏପ୍ରିଲରେ ଇଏସ୍‌ଆଇ ଯୋଜନାର ସାମାଜିକ ସୁରକ୍ଷା ଆଭିମୁଖ୍ୟରେ ପ୍ରାୟ ୧୮,୪୯୦ ନୂତନ ପ୍ରତିଷ୍ଠାନ ଯୋଡ଼ାଯାଇଛି। ଏହାଦ୍ୱାରା ଅଧିକ ସଂଖ୍ୟାରେ ଶ୍ରମିକଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଏହି ବର୍ଷ ଭାରତ ହେବ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି: ମୁଡିଜ୍

ନୂଆଦିଲ୍ଲୀ,୯।୨: ବିଶ୍ୱ ଅର୍ଥନୀତିରେ ଭାରତ ନିଜର ଦବଦବା ବଜାୟ ରଖିବାକୁ ଯାଉଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ୬.୪% ହାରରେ ବୃଦ୍ଧି ପାଇବ…

ଲଗାତାର ଖସୁଛି ସୁନା-ଚାନ୍ଦିର ଦାମ୍‌, ଜାଣନ୍ତୁ ଏବେ କେତେ ହେଲାଣି

ନୂଆଦିଲ୍ଲୀ,୯।୨: ସୁନା ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ନୂତନ ସପ୍ତାହର ପ୍ରଥମ ଦିନ, ଫେବୃଆରୀ ୯ ତାରିଖ ସୋମବାର ସକାଳେ, ରାଜଧାନୀ ଦିଲ୍ଲୀରେ ୨୪କ୍ୟାରେଟ ସୁନାର…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିପଦରେ ୧୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍; ହ୍ୟାକିଂ ଆଶଙ୍କାରେ ଗୁଗଲ୍ ଦେଲା ଚେତାବନୀ

ନୂଆଦିଲ୍ଲୀ,୮ା୨: ଯଦି ଆପଣ ଏକ ପୁରୁଣା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଗୁଗଲ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରାୟ ୧୦୦ କୋଟିରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri