ଅଗଷ୍ଟ ୧୫ରେ ରିଲିଜ ହୋଇଥିଲା ଏସବୁ ଫିଲ୍ମ, ବକ୍ସ ଅଫିସରେ ଭାଙ୍ଗିଥିଲା ରେକର୍ଡ

ମୁମ୍ବାଇ: ଅଗଷ୍ଟ ୧୫ ସମଗ୍ର ଦେଶ ପାଇଁ ଏକ ସ୍ବତନ୍ତ୍ର ତଥା ବିଶେଷ ଦିନ। ଏହିଦିନ ଲୋକମାନେ ସ୍ବାଧୀନତାକୁ ମହାନ ପର୍ବ ବୋଲି ପାଳନ କରିଥାନ୍ତି। ସମସ୍ତେ ନିଜ ନିଜ ଢଙ୍ଗରେ ସ୍ବାଧୀନତା ଦିବସ ମନାଇଥାନ୍ତି। ସେହିପରି ମନୋରଞ୍ଜନ ଦୁନିଆକୁ ଭଲପାଉଥିବା ଲୋକଙ୍କ ପାଇଁ ଫିଲ୍ମ ନିର୍ମାତାମାନେ ଫିଲ୍ମ ରିଲିଜ କରନ୍ତି। ସେଥିମଧ୍ୟରୁ କିଛି ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିବା ବେଳେ କିଛି ଫ୍ଲପ୍‌ ପ୍ରମାଣିତ ହୋଇଥିଲା। ଆଜି ଆମେ ଆପଣଙ୍କୁ ସେହି ବଲିଉଡ୍‌ ଫିଲ୍ମ ବିଷୟରେ କହିବୁ ଯାହା ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା।
ଶୋଲେ:
ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ହେମା ମାଳିନୀଙ୍କ ଫିଲ୍ମ ଶୋଲେ ୧୫ ଅଗଷ୍ଟ ୧୯୭୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରମେଶ ସିପି। ୨-୩ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଫିଲ୍ମରୁ ୩୫ କୋଟି ଟଙ୍କା ଆୟ ହୋଇଥିଲା। ବିଶେଷ କଥା ହେଉଛି ଏହି ଫିଲ୍ମଟି ପ୍ରେକ୍ଷାଳୟରେ ଗୋଟିଏ ବର୍ଷ ଚାଲିଥିଲା। କେବଳ ଏତିକି ନୁହେଁ, ଏହି ଫିଲ୍ମଟି ମୁମ୍ବାଇର ଏକ ସିନେମା ହଲ୍‌ରେ ୫ ବର୍ଷ ପାଇଁ ପ୍ରଦର୍ଶିତ ହୋଇଥିଲା।

ତେରେ ନାମ୍‌:
ଦବଙ୍ଗ ଖାନ୍‌ ସଲମାନ ଖାନ୍‌ଙ୍କ ତେରେ ନାମ୍‌ ୧୫ ଅଗଷ୍ଟ ୨୦୦୩ରେ ମୁକ୍ତିଲାଭ କରିଥିଲା। ସତୀଶ କୌଶିକଙ୍କ ନିର୍ଦ୍ଦେଶିତ ତେରେ ନାମ ସେହି ବର୍ଷ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା। ସଲମାନ ଏହି ଫିଲ୍ମରେ ଅଭିନୟ କରି ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲେ। ସଲମାନଙ୍କ ଏପରି ଅବତାର ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଥିଲା। ସଲମାନଙ୍କ ସହ ଭୂମିକା ଚାଓ୍ବଲା ଅଭିନୟ କରିଥିଲେ। ସେତେବେଳେ ଏହି ଫିଲ୍ମ ଭାରତରେ ୧୫.୧୪ କୋଟି ଟଙ୍କା ସଂଗ୍ରହ କରିଥିଲା।

ଏକ୍‌୍‌ ଥା ଟାଇଗର:
ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଫିଲ୍ମ ଏକ୍‌ ଥା ଟାଇଗର ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ୧୫ ଅଗଷ୍ଟ ୨୦୧୨ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ୧୯୮.୭୮ କୋଟି ଟଙ୍କା ସଂଗ୍ରହ କରିଥିଲା। ବିଶ୍ୱ ବ୍ୟାପୀ ସଂଗ୍ରହ ବିଷୟରେ କହିବାକୁ ଗଲେ ଏହା ୩୨୦ କୋଟି ଟଙ୍କା ଆୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri