ନିୟମ ମାନୁନାହାନ୍ତି ବ୍ୟବସାୟୀ, ସ୍କୁଲ ପାଖରେ ପୋଡ଼ା ହେଉଛି ଇଟାଭାଟି

ନାଉଗାଁ,୬।୧ (ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ପୋଡ଼ାହେଉଛି। ସରକାରୀ ନିୟମକୁ ବେଖାତିର କରି ବ୍ୟବସାୟୀମାନେ ସ୍କୁଲ ଓ ଜନଗହଳି ସ୍ଥାନ ଆଦିରେ ଇଟାଭାଟିରେ ନିଆଁ ଲଗାଉଛନ୍ତି। ଏ ନେଇ ତହସିଲ ବା ରାଜସ୍ବ କାର୍ଯ୍ୟାଳରେ ବାରମ୍ବାର ଅଭିଯୋଗ କରାଯିବା ପରେ ବି କିଛି ସୁଫଳ ମିଳୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବ୍ଲକ ଅଧୀନ କୋରୁଅ ପଞ୍ଚାୟତସ୍ଥିତ ଡାହାଣିଖିଆ ପ୍ରାଥମିକ ବିଦ୍ୟାଳୟ ପଛ ପାର୍ଶ୍ୱରେ ଜଣେ ବ୍ୟବସାୟୀ ଲକ୍ଷ ଲକ୍ଷ ଇଟା ପକାଉଥିବା ବେଳେ ଏକାଧିକ ଭାଟି କରି ନିଆଁ ଲଗାଉଛନ୍ତି। ଇଟାଭାଟିରୁ ବାହାରୁଥିବା ଧୂଆଁ ସ୍କୁଲ ପିଲା ଓ ଆଖପାଖ ଗ୍ରାମର ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହା ପିଲାଙ୍କ ପାଠ ପଢ଼ାରେ ବ୍ୟାହତ ସୃଷ୍ଟି କରୁଛି। ଇଟାଭାଟି ଧୂଆଁରେ ଫୁସ୍‌ଫୁସ୍‌ ଓ ଶ୍ୱାସ ରୋଗ ହେବାର ଆଶଙ୍କା ଅଧିକ ଥିବାରୁ ଏହାକୁ ଜନବସତିଠାରୁ ଦୂରରେ ଲଗାଇବା ପାଇଁ ନିୟମ ରହିଛି। ହେଲେ ବ୍ୟବସାୟୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି, ଯାହାଫଳରେ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ଗାଁର ବୟସ୍କମାନେ ବହୁ ଅସୁବିଧା ଭୋଗୁଛନ୍ତି। ଇଟା ପକାଇବା ପୂର୍ବରୁ ସ୍ଥାନୀୟ ରାଜସ୍ବ କାର୍ଯ୍ୟାଳୟ କିମ୍ବା ତହସିଲ କାର୍ଯ୍ୟାଳୟରୁ ରସିଦ କାଟି ଅନୁମତି ଆଣିବାର ନିୟମ ରହିଛି। କିନ୍ତୁ ଅଧିକାଂଶ ବ୍ୟବସାୟୀ ଏହାକୁ ମାନୁ ନାହାନ୍ତି। ତେବେ ରାଜସ୍ବ ବିଭାଗ କିମ୍ବା ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଉ ନ ଥିବାରୁ ଇଟା ବ୍ୟବସାୟୀମାନେ ମନଇଚ୍ଛା ଇଟା ପକାଉଛନ୍ତି। ବ୍ଲକ ଦେଇ ପ୍ରବାହିତ ଦେବୀ ନଦୀ ପଠାର ବିଭିନ୍ନ ସ୍ଥାନରେ ମଧ୍ୟ ବେଆଇନ ଇଟା ପକାଯାଉଛି। ବେଆଇନ ଇଟାଭାଟି ହେବା ଦ୍ୱାରା ଇଟା ବ୍ୟବସାୟୀ ରାଜସ୍ବ ଫାଙ୍କି ଟଙ୍କା ରୋଜଗାର କରୁଥିବା ବେଳେ ପ୍ରଶାସନ ସ୍ଥାଣୁତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନାଉଗାଁ ତହସିଲଦାର ଜେ. କଳ୍ପାନଙ୍କୁ ପଚାରିବାରେ, ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରାଯିବ। ଏବଂ ରିପୋର୍ଟ ଆସିବା ପରେ ବେଆଇନ ଭାବେ ଇଟା ବ୍ୟବସାୟ ଚଳାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri