ନିୟମ ମାନୁନାହାନ୍ତି ବ୍ୟବସାୟୀ, ସ୍କୁଲ ପାଖରେ ପୋଡ଼ା ହେଉଛି ଇଟାଭାଟି

ନାଉଗାଁ,୬।୧ (ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ପୋଡ଼ାହେଉଛି। ସରକାରୀ ନିୟମକୁ ବେଖାତିର କରି ବ୍ୟବସାୟୀମାନେ ସ୍କୁଲ ଓ ଜନଗହଳି ସ୍ଥାନ ଆଦିରେ ଇଟାଭାଟିରେ ନିଆଁ ଲଗାଉଛନ୍ତି। ଏ ନେଇ ତହସିଲ ବା ରାଜସ୍ବ କାର୍ଯ୍ୟାଳରେ ବାରମ୍ବାର ଅଭିଯୋଗ କରାଯିବା ପରେ ବି କିଛି ସୁଫଳ ମିଳୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବ୍ଲକ ଅଧୀନ କୋରୁଅ ପଞ୍ଚାୟତସ୍ଥିତ ଡାହାଣିଖିଆ ପ୍ରାଥମିକ ବିଦ୍ୟାଳୟ ପଛ ପାର୍ଶ୍ୱରେ ଜଣେ ବ୍ୟବସାୟୀ ଲକ୍ଷ ଲକ୍ଷ ଇଟା ପକାଉଥିବା ବେଳେ ଏକାଧିକ ଭାଟି କରି ନିଆଁ ଲଗାଉଛନ୍ତି। ଇଟାଭାଟିରୁ ବାହାରୁଥିବା ଧୂଆଁ ସ୍କୁଲ ପିଲା ଓ ଆଖପାଖ ଗ୍ରାମର ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଏହା ପିଲାଙ୍କ ପାଠ ପଢ଼ାରେ ବ୍ୟାହତ ସୃଷ୍ଟି କରୁଛି। ଇଟାଭାଟି ଧୂଆଁରେ ଫୁସ୍‌ଫୁସ୍‌ ଓ ଶ୍ୱାସ ରୋଗ ହେବାର ଆଶଙ୍କା ଅଧିକ ଥିବାରୁ ଏହାକୁ ଜନବସତିଠାରୁ ଦୂରରେ ଲଗାଇବା ପାଇଁ ନିୟମ ରହିଛି। ହେଲେ ବ୍ୟବସାୟୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି, ଯାହାଫଳରେ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ଗାଁର ବୟସ୍କମାନେ ବହୁ ଅସୁବିଧା ଭୋଗୁଛନ୍ତି। ଇଟା ପକାଇବା ପୂର୍ବରୁ ସ୍ଥାନୀୟ ରାଜସ୍ବ କାର୍ଯ୍ୟାଳୟ କିମ୍ବା ତହସିଲ କାର୍ଯ୍ୟାଳୟରୁ ରସିଦ କାଟି ଅନୁମତି ଆଣିବାର ନିୟମ ରହିଛି। କିନ୍ତୁ ଅଧିକାଂଶ ବ୍ୟବସାୟୀ ଏହାକୁ ମାନୁ ନାହାନ୍ତି। ତେବେ ରାଜସ୍ବ ବିଭାଗ କିମ୍ବା ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଉ ନ ଥିବାରୁ ଇଟା ବ୍ୟବସାୟୀମାନେ ମନଇଚ୍ଛା ଇଟା ପକାଉଛନ୍ତି। ବ୍ଲକ ଦେଇ ପ୍ରବାହିତ ଦେବୀ ନଦୀ ପଠାର ବିଭିନ୍ନ ସ୍ଥାନରେ ମଧ୍ୟ ବେଆଇନ ଇଟା ପକାଯାଉଛି। ବେଆଇନ ଇଟାଭାଟି ହେବା ଦ୍ୱାରା ଇଟା ବ୍ୟବସାୟୀ ରାଜସ୍ବ ଫାଙ୍କି ଟଙ୍କା ରୋଜଗାର କରୁଥିବା ବେଳେ ପ୍ରଶାସନ ସ୍ଥାଣୁତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନାଉଗାଁ ତହସିଲଦାର ଜେ. କଳ୍ପାନଙ୍କୁ ପଚାରିବାରେ, ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରାଯିବ। ଏବଂ ରିପୋର୍ଟ ଆସିବା ପରେ ବେଆଇନ ଭାବେ ଇଟା ବ୍ୟବସାୟ ଚଳାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri