ଭୋକ ଉପାସରେ ୧୫୭୯ କଳାକାର

କେନ୍ଦ୍ରାପଡ଼ା ଅଫିସ, ୧୧ା୧: ଗାଁରେ ଆଉ କେନ୍ଦରା  ସ୍ବର ଶୁଭୁନାହିଁ। ପାଲା, ଦାସକାଠିଆରେ ଲୋକଙ୍କ ରାତି ଆଉ ପାଉ ନାହିଁ। କଣ୍ଢେଇ ଲୋକ କଳା ବିଲୁପ୍ତ ହେବକୁ ବସିଲାଣି। କାଇଁଚ କଳା ସାମଗ୍ରୀ ବିକ୍ରି ହେଉନି। କରୋନା ଜୀବିକା ଉପରେ ପ୍ରହାର କରିଚାଲିଛି। ଏହି ସମୟରେ ଜିଲାର ୭ ମାସ ଧରି ୧୫୭୯ କଳାକାରଙ୍କୁ ମାସିକ ଭତ୍ତା ମିଳିନାହିଁ। ଫଳରେ ଏହି ପରିବାର ଭୋକ ଉପାସରେ ଚଳୁଛନ୍ତି। ଲୋକକଳା ଜିଲାର ବିଭବ ହୋଇଥିଲେ ମଧ୍ୟ ଏହାର ପ୍ରୋତ୍ସାହନ ନାହିଁ ବୋଲି ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ କଳାକାର ତଥା ଜିଲା କଳା ସଂସ୍କୃତି ସଂଘର ଉପସଭାପତି ଗଗନ ବିହାରୀ ସିଂହ ସୋମବାର ଅଭିଯୋଗ ଆଣିଛନ୍ତି। କେବଳ ଗଗନ ନୁହନ୍ତି, ଜିଲାର ଶତାଧିକ କଳାକାର ମାସିକ ଭତ୍ତା ସମ୍ପର୍କରେ ବୁଝିବା ପାଇଁ ପ୍ରତିଦିନ ଜିଲା ସଂସ୍କୃତି ବିଭାଗରେ ଭିଡ ଲଗାଇଛନ୍ତି।
ଏ ସମ୍ପର୍କରେ ଗଗନ କୁହନ୍ତି, କେନ୍ଦ୍ରାପଡ଼ା ଜିଲାରେ ୧୨ ପ୍ରକାର ଲୋକକଳା ଅଛି। ପାଲା, ଦାସକାଠିଆ, କଣ୍ଢେଇ ନାଚ, ରାମଲୀଳାଠାରୁ ଆରମ୍ଭ କରି କାଇଁଚ କଳା ପର୍ଯ୍ୟନ୍ତ ଜିଲାରେ ସୁନାମ ଅଛି। କେନ୍ଦ୍ରାପଡ଼ାର କେନ୍ଦରା ସ୍ବର ଜିଲା ଓ ଜିଲା ବାହାରେ ସ୍ବତନ୍ତ୍ରତା ଦେଖାଇଛି। ତେବେ କଳାକାରମାନେ କରୋନା ପାଇଁ ଏବେ ନିଜସ୍ବ ପରିଚୟ ଭୁଲିବାକୁ ବସିଛନ୍ତି। ପ୍ରତିବର୍ଷ ଜିଲା ଯୋଜନା ବୋର୍ଡରେ ବିଭିନ୍ନ ବିଭାଗର ଉନ୍ନତି ପାଇଁ ବ୍ୟୟ ବରାଦ କରୁଥିଲେ ମଧ୍ୟ ଲୋକକଳାର ପ୍ରୋତ୍ସାହନ ପାଇଁ କିଛି ବ୍ୟବସ୍ଥା ହେଉନାହିଁ। ଏହାଦ୍ୱାରା ଜୀବନ ଓ ଜୀବିକା ପ୍ରଭାବିତ ହେଉଛି। ପାଲା ଗାୟକ କ୍ଷୀରୋଦ କୁମାର ନାଥ କହିଛନ୍ତି, କରୋନା ସଂକ୍ରମଣ ଜୀବିକାକୁ ଛଡାଇ ନେଇଛି। ୨୦୨୦ ମାର୍ଚ୍ଚରୁ ପାଲା ପରିବେଷଣ ବନ୍ଦ ରହିଛି। ଏହି ସମୟରେ କଳାକାର ଭତ୍ତା ପରିବାର ପ୍ରତିପୋଷଣ ଓ ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ ବହୁତ କାମ ଦେଉଥିଲା। ମାତ୍ର ଗତ ୭ ମାସ ହେବ କୌଣସି କଳାକାରଙ୍କୁ ଭତ୍ତା ମିଳିନାହିଁ। ଫଳରେ ଦୁର୍ଦ୍ଦିନରେ ଗତି କରୁଥିବା କଳାକାରଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରହାର ହୋଇଛି। ଲୋକକଳା ବଞ୍ଚତ୍ ରହିଲେ ଜିଲାର ପରିଚୟ ପରିବ୍ୟାପ୍ତ ହୋଇପାରିବ। ବିଭିନ୍ନ ଜିଲାରେ ନିଜସ୍ବ ଲୋକକଳା ଅଛି। କେନ୍ଦ୍ରାପଡ଼ା ଜିଲାର ପାଲା ଓ ଦାସକାଠିଆ ପରିବେଷଣର ସ୍ବତନ୍ତ୍ରତା ଅଛି। ସେହିପରି ରାମଲୀଳା ଜିଲାରୁ ଆରମ୍ଭ ହୋଇ ସାରା ରାଜ୍ୟକୁ ବିସ୍ତାର କରିଛି। ଏସବୁ ଲୋକକଳା ପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ। ସଚେତନତା କାର୍ଯ୍ୟକ୍ରମରେ କଳାକାରଙ୍କୁ କାର୍ଯ୍ୟରେ ଲଗାଇଲେ ବିଭିନ୍ନ ସରକାରୀ ଯୋଜନା ପ୍ରତି ସାଧାରଣ ଜନତା ଆକୃଷ୍ଟ ହୋଇପାରିବେ। କଳାକାର ଗୋବିନ୍ଦ ଚନ୍ଦ୍ର ବାରିକ କହିଛନ୍ତି, କେନ୍ଦ୍ରାପଡ଼ା ଅଞ୍ଚଳର ବହୁ ଲୋକକଳା ଏବେ ଶ୍ରୀଲଙ୍କା, ଜାଭା, ସୁମିତ୍ରା, ଇଣ୍ଡୋନେସିଆ ଆଦି ଦେଶରେ ଦେଖିବାକୁ ମିଳୁଛି। ତେବେ ନୌବାଣିଜ୍ୟ ପରମ୍ପରା ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ବେଳେ ଜିଲା ଲୋକକଳାର ଅଧପତ୍ତନ ଘଟୁଛି। ଅର୍ଥନୈତିକ ଉଦାରୀକରଣ ଯୁଗରେ ଲୋକକଳାକୁ ନେଇ ସାଧାରଣ ଜନତା ଆର୍ଥିକ ବିକାଶ କରିବା ସମ୍ଭବ ନୁହେଁ। ଏଥିପାଇଁ କଳାକାର, ଏଥିରେ ନିୟୋଜିତ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ଓ ତାଲିମ ବ୍ୟବସ୍ଥା ଆବଶ୍ୟକ। ୧୯୯୫ରୁ ଜିଲାରେ କାମଚଳା ଜିଲା ସଂସ୍କୃତି ଅଧିକାରୀ ଥିବାରୁ ଏପରି ଅବ୍ୟବସ୍ଥା ଦେଖାଦେଇଛି। ଜିଲା ସଂସ୍କୃତି ବିଭାଗ ଅଧିକାରୀ ଅଶୋକ ଚନ୍ଦ୍ର ବଳିଆରସିଂହ କହିଛନ୍ତି, ବକେୟା ଭତ୍ତା ଚଳିତ ମାସରେ ମିଳିବ। ଲୋକକଳାର ପ୍ରୋତ୍ସାହନ ପାଇଁ କଳାକାରଙ୍କୁ ବିଭିନ୍ନ ସରକାରୀ ଯୋଜନାର ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ କରାଯାଉଛି। କେନ୍ଦ୍ରାପଡ଼ା ଜିଲାର ଲୋକକଳାକୁ ଉତ୍କର୍ଷ କରିବାକୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri