ଭୋକ ଉପାସରେ ୧୫୭୯ କଳାକାର

କେନ୍ଦ୍ରାପଡ଼ା ଅଫିସ, ୧୧ା୧: ଗାଁରେ ଆଉ କେନ୍ଦରା  ସ୍ବର ଶୁଭୁନାହିଁ। ପାଲା, ଦାସକାଠିଆରେ ଲୋକଙ୍କ ରାତି ଆଉ ପାଉ ନାହିଁ। କଣ୍ଢେଇ ଲୋକ କଳା ବିଲୁପ୍ତ ହେବକୁ ବସିଲାଣି। କାଇଁଚ କଳା ସାମଗ୍ରୀ ବିକ୍ରି ହେଉନି। କରୋନା ଜୀବିକା ଉପରେ ପ୍ରହାର କରିଚାଲିଛି। ଏହି ସମୟରେ ଜିଲାର ୭ ମାସ ଧରି ୧୫୭୯ କଳାକାରଙ୍କୁ ମାସିକ ଭତ୍ତା ମିଳିନାହିଁ। ଫଳରେ ଏହି ପରିବାର ଭୋକ ଉପାସରେ ଚଳୁଛନ୍ତି। ଲୋକକଳା ଜିଲାର ବିଭବ ହୋଇଥିଲେ ମଧ୍ୟ ଏହାର ପ୍ରୋତ୍ସାହନ ନାହିଁ ବୋଲି ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ କଳାକାର ତଥା ଜିଲା କଳା ସଂସ୍କୃତି ସଂଘର ଉପସଭାପତି ଗଗନ ବିହାରୀ ସିଂହ ସୋମବାର ଅଭିଯୋଗ ଆଣିଛନ୍ତି। କେବଳ ଗଗନ ନୁହନ୍ତି, ଜିଲାର ଶତାଧିକ କଳାକାର ମାସିକ ଭତ୍ତା ସମ୍ପର୍କରେ ବୁଝିବା ପାଇଁ ପ୍ରତିଦିନ ଜିଲା ସଂସ୍କୃତି ବିଭାଗରେ ଭିଡ ଲଗାଇଛନ୍ତି।
ଏ ସମ୍ପର୍କରେ ଗଗନ କୁହନ୍ତି, କେନ୍ଦ୍ରାପଡ଼ା ଜିଲାରେ ୧୨ ପ୍ରକାର ଲୋକକଳା ଅଛି। ପାଲା, ଦାସକାଠିଆ, କଣ୍ଢେଇ ନାଚ, ରାମଲୀଳାଠାରୁ ଆରମ୍ଭ କରି କାଇଁଚ କଳା ପର୍ଯ୍ୟନ୍ତ ଜିଲାରେ ସୁନାମ ଅଛି। କେନ୍ଦ୍ରାପଡ଼ାର କେନ୍ଦରା ସ୍ବର ଜିଲା ଓ ଜିଲା ବାହାରେ ସ୍ବତନ୍ତ୍ରତା ଦେଖାଇଛି। ତେବେ କଳାକାରମାନେ କରୋନା ପାଇଁ ଏବେ ନିଜସ୍ବ ପରିଚୟ ଭୁଲିବାକୁ ବସିଛନ୍ତି। ପ୍ରତିବର୍ଷ ଜିଲା ଯୋଜନା ବୋର୍ଡରେ ବିଭିନ୍ନ ବିଭାଗର ଉନ୍ନତି ପାଇଁ ବ୍ୟୟ ବରାଦ କରୁଥିଲେ ମଧ୍ୟ ଲୋକକଳାର ପ୍ରୋତ୍ସାହନ ପାଇଁ କିଛି ବ୍ୟବସ୍ଥା ହେଉନାହିଁ। ଏହାଦ୍ୱାରା ଜୀବନ ଓ ଜୀବିକା ପ୍ରଭାବିତ ହେଉଛି। ପାଲା ଗାୟକ କ୍ଷୀରୋଦ କୁମାର ନାଥ କହିଛନ୍ତି, କରୋନା ସଂକ୍ରମଣ ଜୀବିକାକୁ ଛଡାଇ ନେଇଛି। ୨୦୨୦ ମାର୍ଚ୍ଚରୁ ପାଲା ପରିବେଷଣ ବନ୍ଦ ରହିଛି। ଏହି ସମୟରେ କଳାକାର ଭତ୍ତା ପରିବାର ପ୍ରତିପୋଷଣ ଓ ସ୍ବାସ୍ଥ୍ୟରକ୍ଷା କ୍ଷେତ୍ରରେ ବହୁତ କାମ ଦେଉଥିଲା। ମାତ୍ର ଗତ ୭ ମାସ ହେବ କୌଣସି କଳାକାରଙ୍କୁ ଭତ୍ତା ମିଳିନାହିଁ। ଫଳରେ ଦୁର୍ଦ୍ଦିନରେ ଗତି କରୁଥିବା କଳାକାରଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରହାର ହୋଇଛି। ଲୋକକଳା ବଞ୍ଚତ୍ ରହିଲେ ଜିଲାର ପରିଚୟ ପରିବ୍ୟାପ୍ତ ହୋଇପାରିବ। ବିଭିନ୍ନ ଜିଲାରେ ନିଜସ୍ବ ଲୋକକଳା ଅଛି। କେନ୍ଦ୍ରାପଡ଼ା ଜିଲାର ପାଲା ଓ ଦାସକାଠିଆ ପରିବେଷଣର ସ୍ବତନ୍ତ୍ରତା ଅଛି। ସେହିପରି ରାମଲୀଳା ଜିଲାରୁ ଆରମ୍ଭ ହୋଇ ସାରା ରାଜ୍ୟକୁ ବିସ୍ତାର କରିଛି। ଏସବୁ ଲୋକକଳା ପାଇଁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ। ସଚେତନତା କାର୍ଯ୍ୟକ୍ରମରେ କଳାକାରଙ୍କୁ କାର୍ଯ୍ୟରେ ଲଗାଇଲେ ବିଭିନ୍ନ ସରକାରୀ ଯୋଜନା ପ୍ରତି ସାଧାରଣ ଜନତା ଆକୃଷ୍ଟ ହୋଇପାରିବେ। କଳାକାର ଗୋବିନ୍ଦ ଚନ୍ଦ୍ର ବାରିକ କହିଛନ୍ତି, କେନ୍ଦ୍ରାପଡ଼ା ଅଞ୍ଚଳର ବହୁ ଲୋକକଳା ଏବେ ଶ୍ରୀଲଙ୍କା, ଜାଭା, ସୁମିତ୍ରା, ଇଣ୍ଡୋନେସିଆ ଆଦି ଦେଶରେ ଦେଖିବାକୁ ମିଳୁଛି। ତେବେ ନୌବାଣିଜ୍ୟ ପରମ୍ପରା ବିଭିନ୍ନ କାରଣରୁ ବନ୍ଦ ହୋଇଥିବା ବେଳେ ଜିଲା ଲୋକକଳାର ଅଧପତ୍ତନ ଘଟୁଛି। ଅର୍ଥନୈତିକ ଉଦାରୀକରଣ ଯୁଗରେ ଲୋକକଳାକୁ ନେଇ ସାଧାରଣ ଜନତା ଆର୍ଥିକ ବିକାଶ କରିବା ସମ୍ଭବ ନୁହେଁ। ଏଥିପାଇଁ କଳାକାର, ଏଥିରେ ନିୟୋଜିତ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ଓ ତାଲିମ ବ୍ୟବସ୍ଥା ଆବଶ୍ୟକ। ୧୯୯୫ରୁ ଜିଲାରେ କାମଚଳା ଜିଲା ସଂସ୍କୃତି ଅଧିକାରୀ ଥିବାରୁ ଏପରି ଅବ୍ୟବସ୍ଥା ଦେଖାଦେଇଛି। ଜିଲା ସଂସ୍କୃତି ବିଭାଗ ଅଧିକାରୀ ଅଶୋକ ଚନ୍ଦ୍ର ବଳିଆରସିଂହ କହିଛନ୍ତି, ବକେୟା ଭତ୍ତା ଚଳିତ ମାସରେ ମିଳିବ। ଲୋକକଳାର ପ୍ରୋତ୍ସାହନ ପାଇଁ କଳାକାରଙ୍କୁ ବିଭିନ୍ନ ସରକାରୀ ଯୋଜନାର ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ କରାଯାଉଛି। କେନ୍ଦ୍ରାପଡ଼ା ଜିଲାର ଲୋକକଳାକୁ ଉତ୍କର୍ଷ କରିବାକୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri