ମାଈ ହାତୀର ଗଳିତ ମୃତଦେହ ଜବତ ଘଟଣା: ତଦନ୍ତ କଲା ମିଳିତ ଟାସ୍କଫୋର୍ସ

ଚମ୍ପୁଆ,୬।୧୨(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ କାଳିକାପ୍ରସାଦ ରିଜର୍ଭ ଫରେଷ୍ଟରେ ୩୦ ବର୍ଷୀୟ ମାଈ ହାତୀର ଗଳିତ ମୃତଦେହ ଜବତ ଘଟଣାରେ ମଙ୍ଗଳବାର ଜଏଣ୍ଟ୍‌ ଟାସ୍କ ଫୋର୍ସ(ଜେଟିଏଫ୍‌) ଟିମ୍‌ ତଦନ୍ତ କରିଛି। ଟିମ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ଘଟଣାରେ ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀମାନେ ମଧ୍ୟ ନିରୀକ୍ଷଣ କରିଛନ୍ତି।
ଯେ, ରିଜର୍ଭ ଫରେଷ୍ଟ ଚେଙ୍ଗଯୋଡ଼ାଠାରେ ହାତୀ ମୃତ୍ୟୁର କାରଣ ବିଦ୍ୟୁତ୍‌ ଜନିତ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି। ମାତ୍ର ବିଦ୍ୟୁତ୍‌ ବିଭାଗ ଏହାକୁ ଖଣ୍ଡନ କରୁଛି। ଏହାକୁ ନେଇ ବନ ବିଭାଗ ତଦନ୍ତକାରୀ ଟିମ୍‌ ନମୁନା ସଂଗ୍ରହ କରିବା ସହ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ରଖିଛି। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ମଧ୍ୟ ହାତୀ ମରିପଡ଼ିଥିବା ସ୍ଥାନରୁ ୩୩ କେଭି ଖୁଣ୍ଟ୍‌କୁ ମାପଚୁପ କରାଯାଇଥିଲା। ପରେ ବନ ବିଭାଗ ପକ୍ଷରୁ ନମୁନା ସଂଗ୍ରହ କରାଯାଇ ଉକ୍ତ ଜଙ୍ଗଲରେ ଗାତ ଖୋଳାଯାଇ ଗଳିତ ହାତୀ ମୃତଦେହକୁ ପୋତାଯାଇଥିଲା। ତଦନ୍ତ ବେଳେ ଜେଟିଏଫ୍‌ ସଦସ୍ୟ ଶ୍ରୀରାମପଦ ଅରୋବିନ୍ଦ ମିଶ୍ର, ଆର୍‌ସିସିଏଫ୍‌ ଅରୁଣ ମିଶ୍ର, ସହକାରୀ ବନ ସଂରକ୍ଷକ ଅଶୋକ ଦାସ, କେନ୍ଦୁଝର ବନଖଣ୍ଡ ଅଧିକାରୀ ଡିଡି ହନୁମନ୍ତ, ଚମ୍ପୁଆ ବନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟୁତ୍‌ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ବେହେରା, ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ଜେନା, ଚମ୍ପୁଆ ବିଦ୍ୟୁତ୍‌ ବିଭାଗ ଅଧିକାରୀ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ମୃତ ହାତୀଟିର ନମୁନା ଓୟୁଏଟି ପଠାଯିବା ସହ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗ ସୂଚନା ଦେଇଛି। ଏ ନେଇ ବନଖଣ୍ଡ ଅଧିକାରୀ ହନୁମନ୍ତ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ତଦନ୍ତ ଚାଲିଛି, ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri