ସୁନ୍ଦର ଦିଶିବ ଓଠ

ମାସ୍କ ଲଗାଇବା ଫଳରେ ଏବେ ଅନେକଙ୍କର ଲିପ୍‌ଷ୍ଟିକ୍‌ ଖରାପ ହୋଇଯାଉଛି। ତେଣୁ ଅନେକ ସମୟରେ ଲିପଷ୍ଟିକ୍‌ ମୁହଁରେ ମଧ୍ୟ ଲାଗିଯାଉଛି। ଏହି ସମସ୍ୟାର ସମାଧାନ କରି ଓଠକୁ ସୁନ୍ଦର କରିବା ନିମନ୍ତେ ଲିପଷ୍ଟିକ୍‌ ଲଗାଇବା ସମୟରେ କ’ଣ କରିବେ ଜାଣି ରଖନ୍ତୁ…

ଲିପ୍‌ଷ୍ଟିକ୍‌କୁ ଲଗାଇବା ପୂର୍ବରୁ ପ୍ରଥମେ ଓଠରେ ଲିପ୍‌ ପଲିସ୍‌ ଲଗାଇ ସୁନ୍ଦର ଶେପ୍‌ ଦିଅନ୍ତୁ। ଲିପ୍‌ ପଲିସ୍‌ ନିମନ୍ତେ ନ୍ୟୁଡ୍‌ ଲିପ୍‌ କଲର୍‌ ବ୍ୟବହାର କରନ୍ତୁ।
ମେଟ୍‌ ଲିପ୍‌ଷ୍ଟିକ୍‌ ବ୍ୟବହାର କରନ୍ତୁ ଏବଂ ବ୍ରଶ୍‌ରେ ଲଗାଇବା ବଦଳରେ ସିଧାସଳଖ ଏହାକୁ ଟ୍ୟୁବରେ ଲଗାନ୍ତୁ। ଫଳରେ ଲିପ୍‌ଷ୍ଟିକ୍‌ ଲଗାଇବା ସୁବିଧା ହେବ ଏବଂ ଠିକ୍‌ ଭାବରେ ଲାଗିବ।
ମେଟ୍‌ ଲିପ୍‌ଷ୍ଟିକ୍‌ ଅଧିକ ଡ୍ରାଏ ହୋଇଥିଲେ ଲଗାଇବା ପୂର୍ବରୁ ଓଠରେ ହାଲ୍‌କାଭାବେ ଲିପ୍‌ବାମ୍‌ ଲଗାନ୍ତୁ।
ଲିପ୍‌ଷ୍ଟିକ୍‌ ଲଗାଇବା ପରେ ଟିସୁ ପେପରକୁ ହାଲ୍‌କାଭାବେ ଦବାଇ ଓଠରେ ଅଧିକ ଲାଗିଥିବା ଲିପ୍‌ଷ୍ଟିକ୍‌କୁ ବାହାର କରିଦିଅନ୍ତୁ।
ଲିପ୍‌ଷ୍ଟିକ୍‌କୁ ଓଠରେ ଠିକ୍‌ଭାବେ ରଖିବା ନିମନ୍ତେ ଟ୍ରାନ୍‌ସୁଏଣ୍ଟ ପାଉଡରକୁ ଓଠରେ ଲଗାନ୍ତୁ। ଏହି ପାଉଡର ଓଠରେ ଲିପ୍‌ଷ୍ଟିକ୍‌ ରଙ୍ଗକୁ ସେଟ୍‌ କରିଦେବ ଏବଂ ତାହା ମୁହଁରେ ଲାଗିବ ନାହିଁ। ପାଉଡର ଲଗାଇବା ପରେ ଯଦି ଲିପ୍‌ଷ୍ଟିକ୍‌ ରଙ୍ଗ ହାଲ୍‌କା ମନେହୁଏ ତେବେ ଆଉ ଏକ ପରସ୍ତ ଲିପ୍‌ଷ୍ଟିକ୍‌ ଲଗାଇପାରିବେ।