Posted inଜାତୀୟ

୨ ବର୍ଷରେ ୧,୫୦୦ କୋଟି ଲୁଟ୍‌

ନୂଆଦିଲ୍ଲୀ, ୨୦।୨: ‘ପ୍ରିୟ ଏସ୍‌ବିଆଇ ୟୁଜର୍‌, ଆପଣଙ୍କ ଆକାଉଣ୍ଟ ଆଜି ବ୍ଲକ୍‌ ହୋଇଯିବ। ଦୟାକରି ଆପଣଙ୍କ ପାନ୍‌ କାର୍ଡ ତୁରନ୍ତ ଅପ୍‌ଡେଟ୍‌ କରନ୍ତୁ। ଏଠାରେ କ୍ଲିକ୍‌ କରନ୍ତୁ।’ ସାଇବର ଅପରାଧର ଶିକାର ହୋଇଥିବା ଅନେକଙ୍କ ଭଳି ଦିଲ୍ଲୀର କୋମଲ (ଛଦ୍ମନାମ) ମଧ୍ୟ ନିଜ ମୋବାଇଲ୍‌ରେ ଏଭଳି ଚେତାବନୀପୂର୍ଣ୍ଣ ମେସେଜ୍‌ ପାଇ ଚକିତ ହୋଇଯାଇଥିଲେ। କୋମଲ ଉକ୍ତ ଲଙ୍କ୍‌କୁ କ୍ଲିକ୍‌ କରିବାମାତ୍ରେ ଏକ ଓ୍ବେବ୍‌ ପେଜ୍‌ରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ନିଜ ସବିଶେଷ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଥିଲା। ସେହି ପ୍ରୋସେସ୍‌କୁ ଫଲୋ କରିବା ପରେ ପାନ୍‌ ଏବଂ ମୋବାଇଲ୍‌ ସଂଯୋଗ ପାଇଁ କୋମଲ ତାଙ୍କ ଫୋନ୍‌କୁ ଆସିଥିବା ଓଟିପି ଏଣ୍ଟର କରିଥିଲେ। ଚାହୁଁ ଚାହୁଁ କୋମଲଙ୍କ ଆକାଉଣ୍ଟରୁ ୪୦,୦୦୦ ଟଙ୍କା କଟିଯାଇଥିଲା। ସେ ଠକାମିର ଶିକାର ହୋଇଥିବା ଜାଣିପାରିଥିଲେ।

ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟରତ କୋମଲ ଥାନାରେ ଏ ନେଇ ଏତଲା ଦେଇଥିଲେ ମଧ୍ୟ ନିଜ କଷ୍ଟ ଉପାର୍ଜିତ ଟଙ୍କା ଫେରି ପାଇନାହାନ୍ତି। ଭାରତର ଡିଜିଟାଲ୍‌ ଅଗ୍ରଗତି ସହ ତାଳ ଦେଇ ଚାଲିଥିବା ସାଇବର ଅପରାଧୀମାନେ ବ୍ୟାଙ୍କ ଆକାଉଣ୍ଟ ବ୍ଲକ୍‌ ହୋଇଯିବାର ମେସେଜ୍‌ ଦେଇ ଲୋକଙ୍କୁ ନିଜ ଜାଲରେ ଫସାଇଥାନ୍ତି। ସେହିପରି ଅଧିକ ଆୟ କରିବା କିମ୍ବା ଅନ୍‌ଲାଇନ୍‌ ସପିଂରେ ଡିସ୍‌କାଉଣ୍ଟ ପାଇବା ଲୋଭରେ ମଧ୍ୟ ଅନେକ ୟୁଜର୍ସ ଖାଲରେ ପଡ଼ିଥାନ୍ତି। ଏଭଳି ସାଇବର ଆକ୍ରମଣକୁ ଫିଶିଂ/ ସ୍ମାଇଶିଂ ଆଟାକ୍‌ କୁହାଯାଏ। କେବଳ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ (ଏସ୍‌ବିଆଇ) ନୁହେଁ, ଅନ୍ୟ ବ୍ୟାଙ୍କିଂ, ଫଇନାନ୍ସିଆଲ୍‌ ଆପ୍ଲିକେଶନ୍‌ କଷ୍ଟମରମାନେ ମଧ୍ୟ ସାଇବର ଆକ୍ରମଣର ଶିକାର ହୋଇଥାନ୍ତି।

ସରକାରୀ ତଥ୍ୟାନୁସାରେ ଗତ ଦୁଇବର୍ଷ ମଧ୍ୟରେ ଏଭଳି ୯ ଲକ୍ଷ ଘଟଣା ସାମ୍ନାକୁ ଆସିଛି। ୨୦୨୦ ଏପ୍ରିଲ୍‌ ୧ରୁ ୨୦୨୨ ମାର୍ଚ୍ଚ ୩୧ ମଧ୍ୟରେ ସାଇବର ଅପରାଧୀମାନେ କଷ୍ଟମରମାନଙ୍କୁ ଜାଲରେ ଫସାଇ ୧,୫୦୦ କୋଟି ଟଙ୍କା ସେମାନଙ୍କ ଆକାଉଣ୍ଟରୁ ହଡ଼ପ କରି ନେଇଛନ୍ତି। ଦିଲ୍ଲୀ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାଇବର ଅପରାଧ ଜଗତରେ ଠକେଇର ଏକ ନୂଆ ଧାରା ଦେଖିବାକୁ ମିଳୁଛି। ଠକମାନେ ରାଣ୍ଡମ୍‌ ଭାବେ ଲୋକଙ୍କୁ ‘ବ୍ୟାଙ୍କ ଖାତା ସହ ପାନ୍‌ କାର୍ଡ ନ ଯୋଡ଼ିଲେ ଆକାଉଣ୍ଟ ବ୍ଲକ୍‌ ହୋଇଯିବ’ ଭଳି ଭୟ ଦେଖାଇ ଲୁଟୁଛନ୍ତି।

ସେହିପରି ‘ଘରର ଇଲେକ୍ଟ୍ରି ବିଲ୍‌ ପଇଠ ନ କଲେ ଆଜି ରାତିରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯିବ’ ମେସେଜ୍‌ ପଠାଉଛନ୍ତି। କୌଣସି ୟୁଜର୍ସ ଠକଙ୍କ କଥାରେ ପଡ଼ି ଲିଙ୍କ୍‌କୁ କ୍ଲିକ୍‌ କଲେ ସଙ୍ଗେ ସଙ୍ଗେ ମୋବାଇଲ୍‌କୁ ଓଟିପି ଆସୁଛି। ସେହି ଓଟିପିକୁ ମେସେଜ୍‌ ବକ୍ସରେ ଫିଲ-ଅପ୍‌ କଲେ ତତ୍‌କ୍ଷଣାତ୍‌ ମୋଟା ଅଙ୍କର ଅର୍ଥ ଉଭାନ୍‌ ହୋଇଯାଉଛି। ଏଭଳି ମେସେଜ୍‌ ପ୍ରତି ସାବଧାନ ହେବା ଜରୁରୀ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri