୧୫୦ ପରିବାର ପିଇବା ପାଣିରୁ ବଞ୍ଚିତ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ବର୍ତ୍ତମାନ ବିଭିନ୍ନ ୱାର୍ଡରେ ଡ୍ରେନ କାର୍ଯ୍ୟ ଜାରି ରହିଛି। ପ୍ରତି ୱାର୍ଡରେ ସାହି ଗୁଡିକରେ ଘର ସମ୍ମୁଖରେ ଡ୍ରେନ କାର୍ଯ୍ୟ ନିମନ୍ତେ ରାସ୍ତା ଖୋଳାଯାଉଛି। ସହରର ଅନେକ ସାହିରେ ଡ୍ରେନ କାର୍ଯ୍ୟ ମଧ୍ୟ କିଛିଟା ସରିଥିବା ଦେଖିବାକୁ ମିିଳିଛି। କିନ୍ତୁ କେତେକ ସ୍ଥାନରେ ରାସ୍ତା ଖୋଳିବା ସମୟରେ ପିଇବା ପାଣି ପାଇପ ଲାଇନ ବିଚ୍ଛିନ୍ନ କରାଯାଉଛି। ଯାହାଦ୍ୱାରା ବହୁ ଅଞ୍ଚଳରେ ଯାତାୟତ ସମସ୍ୟା ସାଙ୍ଗକୁ ଲୋକେ ପିଇବା ପାଣିରୁ ବଞ୍ଚତ୍ତ ହେଉଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ ଅଭିଯୋଗ କରିଛନ୍ତି। ମହାନଗର ନିଗମର ୭ ନଂ ୱାର୍ଡ ଅନ୍ତର୍ଗତ ବାଲାଜୀପେଣ୍ଠ ୨ୟ ଗୌଡ ସାହିରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଆଜକୁ ୫ ଦିନ ହେଲା ଉକ୍ତ ସାହିରେ ଡ୍ରେନ କାର୍ଯ୍ୟ ପାଇଁ ଘର ସମ୍ମୁଖ ରାସ୍ତାକୁ ଜେସିବି ମାଧ୍ୟମରେ ସଂପୂର୍ଣ୍ଣ ଖୋଳାଯାଇଛି। ଯନ୍ତ୍ରୀଙ୍କ ଅବହେଳା କାରଣରୁ ସାହି ମଧ୍ୟରେ ରହିଥିବା ପିଇବା ପାଣି ପାଇପ ଲାଇନ ଗୁଡିକ ବିଚ୍ଛିନ୍ନ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ସାହି ବାସିନ୍ଦା ପିଇବା ପାଣ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଉକ୍ତ ଅଞ୍ଚଳର ପ୍ରାୟ ୧୫୦ ପରିବାର ବର୍ତ୍ତମାନ ପିଇବା ପାଣି ପାଉନାହାନ୍ତି। ଏପରିକି ପାଇପ ଲାଇନ ଫାଟି ଯାଇଥିବା କାରଣରୁ ପାଣି ଆସିବା ସମୟରେ ରାସ୍ତା ମଝିରେ ଶତାଧିକ ଲିଟର ପାଣି ନଷ୍ଟ ହେଉଛି। ଅନ୍ୟପଟେ ରାସ୍ତା ଖୋଳା ଯାଇ ଘର ସମ୍ମୁଖରେ ମାଟି ପଡି ରହିଥିବା କାରଣରୁ ସ୍ଥାନୀୟ ବାସିନ୍ଦା ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଜରୁରୀ ପଡ଼ିଲେଧdଧ୍ୟ ଲୋକେ ଘର ବାହାରକୁ ଆସିପାରୁ ନାହାନ୍ତି। ରାସ୍ତା ଖୋଳାଯାଇଥିବା କାରଣରୁ ଛୋଟ ଶିଶୁମାନେ ଡ୍ରେନରେ ପଡିଯିବା ଆଶଙ୍କା ଦେଖାଦେଇଛି। ପୂର୍ବରୁ ସାହି କମିଟି ପକ୍ଷରୁ ଘର ସମ୍ମୁଖରେ ଡ୍ରେନର ଆବଶ୍ୟକତା ନ ଥିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏ ବାବଦରେ ବିଇଏମସିକୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ପୁଣି ଥରେ କେଉଁ କାରଣରୁ ଡ୍ରେନ ପାଇଁ ରାସ୍ତା ଖୋଳାଗଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ବିଧାୟକ, ଏମପି ଓ ମେୟରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସ୍ଥାନୀୟ କର୍ପୋରେଟର ଟି. କିଶୋର ପାତ୍ର କହିଛନ୍ତି ଯେ, ବିଚ୍ଛିନ୍ନ ହୋଇଥିବା ପିଇବା ପାଣି ପାଇପ ଲାଇନଗୁଡିକୁ ପୁନଃ ସଂଯୋଗ କରାଯାଉଛି। ଖୁବଶୀଘ୍ର ରାସ୍ତା ଉପରୁ ମାଟି ଉଠାଯାଇ ଡ୍ରେନ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।