୧୫୦ ପରିବାର ପିଇବା ପାଣିରୁ ବଞ୍ଚିତ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ବର୍ତ୍ତମାନ ବିଭିନ୍ନ ୱାର୍ଡରେ ଡ୍ରେନ କାର୍ଯ୍ୟ ଜାରି ରହିଛି। ପ୍ରତି ୱାର୍ଡରେ ସାହି ଗୁଡିକରେ ଘର ସମ୍ମୁଖରେ ଡ୍ରେନ କାର୍ଯ୍ୟ ନିମନ୍ତେ ରାସ୍ତା ଖୋଳାଯାଉଛି। ସହରର ଅନେକ ସାହିରେ ଡ୍ରେନ କାର୍ଯ୍ୟ ମଧ୍ୟ କିଛିଟା ସରିଥିବା ଦେଖିବାକୁ ମିିଳିଛି। କିନ୍ତୁ କେତେକ ସ୍ଥାନରେ ରାସ୍ତା ଖୋଳିବା ସମୟରେ ପିଇବା ପାଣି ପାଇପ ଲାଇନ ବିଚ୍ଛିନ୍ନ କରାଯାଉଛି। ଯାହାଦ୍ୱାରା ବହୁ ଅଞ୍ଚଳରେ ଯାତାୟତ ସମସ୍ୟା ସାଙ୍ଗକୁ ଲୋକେ ପିଇବା ପାଣିରୁ ବଞ୍ଚତ୍ତ ହେଉଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ ଅଭିଯୋଗ କରିଛନ୍ତି। ମହାନଗର ନିଗମର ୭ ନଂ ୱାର୍ଡ ଅନ୍ତର୍ଗତ ବାଲାଜୀପେଣ୍ଠ ୨ୟ ଗୌଡ ସାହିରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଆଜକୁ ୫ ଦିନ ହେଲା ଉକ୍ତ ସାହିରେ ଡ୍ରେନ କାର୍ଯ୍ୟ ପାଇଁ ଘର ସମ୍ମୁଖ ରାସ୍ତାକୁ ଜେସିବି ମାଧ୍ୟମରେ ସଂପୂର୍ଣ୍ଣ ଖୋଳାଯାଇଛି। ଯନ୍ତ୍ରୀଙ୍କ ଅବହେଳା କାରଣରୁ ସାହି ମଧ୍ୟରେ ରହିଥିବା ପିଇବା ପାଣି ପାଇପ ଲାଇନ ଗୁଡିକ ବିଚ୍ଛିନ୍ନ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ସାହି ବାସିନ୍ଦା ପିଇବା ପାଣ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଉକ୍ତ ଅଞ୍ଚଳର ପ୍ରାୟ ୧୫୦ ପରିବାର ବର୍ତ୍ତମାନ ପିଇବା ପାଣି ପାଉନାହାନ୍ତି। ଏପରିକି ପାଇପ ଲାଇନ ଫାଟି ଯାଇଥିବା କାରଣରୁ ପାଣି ଆସିବା ସମୟରେ ରାସ୍ତା ମଝିରେ ଶତାଧିକ ଲିଟର ପାଣି ନଷ୍ଟ ହେଉଛି। ଅନ୍ୟପଟେ ରାସ୍ତା ଖୋଳା ଯାଇ ଘର ସମ୍ମୁଖରେ ମାଟି ପଡି ରହିଥିବା କାରଣରୁ ସ୍ଥାନୀୟ ବାସିନ୍ଦା ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଜରୁରୀ ପଡ଼ିଲେଧdଧ୍ୟ ଲୋକେ ଘର ବାହାରକୁ ଆସିପାରୁ ନାହାନ୍ତି। ରାସ୍ତା ଖୋଳାଯାଇଥିବା କାରଣରୁ ଛୋଟ ଶିଶୁମାନେ ଡ୍ରେନରେ ପଡିଯିବା ଆଶଙ୍କା ଦେଖାଦେଇଛି। ପୂର୍ବରୁ ସାହି କମିଟି ପକ୍ଷରୁ ଘର ସମ୍ମୁଖରେ ଡ୍ରେନର ଆବଶ୍ୟକତା ନ ଥିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏ ବାବଦରେ ବିଇଏମସିକୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ପୁଣି ଥରେ କେଉଁ କାରଣରୁ ଡ୍ରେନ ପାଇଁ ରାସ୍ତା ଖୋଳାଗଲା ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ବିଧାୟକ, ଏମପି ଓ ମେୟରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସ୍ଥାନୀୟ କର୍ପୋରେଟର ଟି. କିଶୋର ପାତ୍ର କହିଛନ୍ତି ଯେ, ବିଚ୍ଛିନ୍ନ ହୋଇଥିବା ପିଇବା ପାଣି ପାଇପ ଲାଇନଗୁଡିକୁ ପୁନଃ ସଂଯୋଗ କରାଯାଉଛି। ଖୁବଶୀଘ୍ର ରାସ୍ତା ଉପରୁ ମାଟି ଉଠାଯାଇ ଡ୍ରେନ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri