୧୫ ଘଣ୍ଟାରେ ୧୫୦ କୋଟିର କାରବାର

ଭୁବନେଶ୍ୱର,୨୪।୧୦: ଗତ ୨ବର୍ଷ ପରେ ଚଳିତ ବର୍ଷ ଧନତେରସର ଉତ୍ସାହ ଏକ ପ୍ରକାର ପରିବେଶ ଓ ପରିସ୍ଥିତି ସବୁ ଦୃଷ୍ଟିକୋଣରୁ ଭଲ ରହିଛି, ଯାହାର ପ୍ରଭାବ ଅଳଙ୍କାର ବ୍ୟବସାୟ ଉପରେ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ବର୍ଷର ଧନତେରସ ପାଇଁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ରହିଛି। ବିଶେଷକରି ଓଡ଼ିଶା ସୁନା ବଜାର ଗତ ତିନି ଦିନ ହେବ ଚଳଚଞ୍ଚଳ ହୋଇଉଠିଛି। ଆଜି (ରବିବାର) ରାଜଧାନୀ ଭୁବନେଶ୍ବରରୁ ନେଇ ରାଉରକେଲା ଏବଂ ବ୍ରହ୍ମପୁରରୁ ବାଲେଶ୍ବର ଏବଂ କଟକରୁ କୋରାପୁଟ ପର୍ଯ୍ୟନ୍ତ ସବୁବର୍ଗର ଅଳଙ୍କାର ପ୍ରତିଷ୍ଠାନ ପ୍ରାୟ ସକାଳ ୮ ଘଟିକାରୁ ରାତି ୧୧ ଘଟିକା ପର୍ଯ୍ୟନ୍ତ କାରବାର ଜମି ଥିଲା ବୋଲି ବିଭିନ୍ନ ସ୍ଥାନରେ ଥିବା ଭିନ୍ନ ଭିନ୍ନ ଅଳଙ୍କାର ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି।

ଏପରିକି ଏହି ୧୫ ଘଣ୍ଟା ମଧ୍ୟରେ ଉଭୟ ଭୁବନେଶ୍ୱର ଏବଂ ରାଜ୍ୟର ସମସ୍ତ ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଓ ୩୦ ଜିଲାର ଜଣାଶୁଣା ସୁନା ଦୋକାନଗୁଡ଼ିକ ୧୫୦ କୋଟିରୁ ଅଧିକ ଟଙ୍କାର ଅଳଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି। ସେହିଭଳି ଧନତେରସ ପାଇଁ ଗତ ୩ ଦିନ ହେବ ସାରା ରାଜ୍ୟରେ କାରବାର ଜାରି ରହିଛି। ବିଶେଷକରି ଲୋକମାନେ ଉଭୟ କୋଭିଡ ଓ ୨ ଦିନିଆ ଧନତେରସ ପାଇଁ କିଛି ଲୋକ ଶୁକ୍ରବାରଠାରୁ କିଣାକିଣି ମଧ୍ୟ କରି ସାରିଛନ୍ତି। ଯେଉଁମାନେ ଶନିବାର ଧନତେରସ ବୋଲି ଭାବିଛନ୍ତି ସେମାନେ ଉଭୟ ଶୁକ୍ରବାର ଓ ଶନିବାର କିଣାକିଣି କରିଛନ୍ତି। ହେଲେ ଯେଉଁମାନେ ଧନତେରସ ରବିବାର ପଡୁଛି ବୋଲି ଜାଣିଥିଲେ ସେମାନେ ମଧ୍ୟ ଉଭୟ ଶନିବାର ଓ ରବିବାର କିଣାକିଣି କରିଛନ୍ତି। ଏପରିକି ଗତ ୩ଦିନ ମଧ୍ୟରେ ସାରା ରାଜ୍ୟରେ ୩୦୦ କୋଟିରୁ ଅଧିକ ଟଙ୍କାର ସୁନା,ରୁପା ଓ ହୀରା ଏବଂ ଅନ୍ୟ ମୂଲ୍ୟବାନ ଧାତୁ କିଣିଥିବା ରାଜ୍ୟର ପ୍ରମୁଖ ସୁନା ବ୍ୟବସାୟୀମାନେ ମତବ୍ୟକ୍ତ କରିଛନ୍ତି।

ସେହିପରି ଗତ ଦୁଇ ବର୍ଷ ହେଲା ବ୍ୟବସାୟ ଏକ ପ୍ରକାର ବନ୍ଦ ଓ ମାନ୍ଦା ରହିଥିଲା। ଚଳିତ ବର୍ଷ ସୁନା ମୂଲ୍ୟ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ବହୁତ କମ୍‌ ରହିଛି, ତା’ ସାଙ୍ଗକୁ ସଂକ୍ରମଣ ମଧ୍ୟ ତଳମୁହଁା ରହିଥିବାରୁ ସୁନା ବ୍ୟବସାୟୀମାନେ ସୁନ୍ଦର ସୁନ୍ଦର ଡିଜାଇନ ସାଙ୍ଗଙ୍କୁ ସବୁ ବର୍ଗର ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ମଧ୍ୟ ଆକର୍ଷଣୀୟ ଅଫର ଓ ଉପହାରର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଅପରପକ୍ଷରେ ଧନତେରସ ଓ ଆଗାମୀ ବିବାହ ଋତୁ ପାଇଁ ନୂତନ ଉତ୍ପାଦର ଉନ୍ମୋଚନ ଏବଂ ଆକର୍ଷଣୀୟ ସାଜସଜ୍ଜା ମଧ୍ୟ ଗ୍ରାହକଙ୍କୁ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପ୍ରତି ଆକର୍ଷିତ କରୁଛି ବୋଲି ଲକ୍ଷ୍ୟ କରାଯାଇଛି। ବିଶେଷକରି ରବିବାରର ସକାଳ ଭିଡ଼ଠାରୁ ସନ୍ଧ୍ୟାର ଭିଡ଼ ୪ ଗୁଣା ବଢ଼ିଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକ ସୂଚନା ଦେଇଛନ୍ତି।

ବିଗତ ୨ ବର୍ଷ ପରେ ଚଳିତ ବର୍ଷ ଏକ ସୁସ୍ଥ ବାତାବରଣରେ ଧନତେରସ ପାଳନ କରାଯାଇଛି। ଏପରିକି ଚଳିତ ବର୍ଷ ଉଭୟ ସୁନା ଦର ଓ ସଂକ୍ରମଣ ତଳମୁହଁା ରହିଥିବାରୁ ବ୍ୟବସାୟ ମଧ୍ୟ ୨୦୧୯-୨୦ ଅପେକ୍ଷା ୨୦% ରୁ ଅଧିକ ବୃଦ୍ଧି ପାଇଛି ବୋଲି ଇଣ୍ଡିଆନ ବୁଲିୟନ ଓ ଜ୍ୱେଲର୍ସ ଆସୋସିଏଶନ (ଆଇବିଜେଏ) ପକ୍ଷରୁ ମତପ୍ରକାଶ ପାଇଛି। ଚଳିତ ବର୍ଷର ଧନତେରସ କାରବାର ୩୦୦ କୋଟିରୁ ଅଧିକ ହୋଇଥିବ ବୋଲି ଆଇବିଜେଏ ପକ୍ଷରୁ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri