ଭଞ୍ଜନଗର ମ୍ୟୁନିସିପାଲିଟିରେ ୧୫ ଗ୍ରାମ ମିଶିବ: ବିଧାୟକ ମିଠା ବାଣ୍ଟିଲେ, ବାଣ ଫୁଟାଇଲେ ଲୋକେ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ରାଜ୍ୟ ସରକାର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି। ଏଥିସହ ଜଗନ୍ନାଥପ୍ରସାଦକୁ ଏନଏସି ଘୋଷଣା କରିଛନ୍ତି। ଏହି ଖବର ଜଣାପଡିବା ପରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ଲୋକଙ୍କୁ ଭିଡ ଜମିଛି। ଏହାପରେ ଲୋକଙ୍କୁ ବିଧାୟକ ମିଠା ବାଣ୍ଟିଥିଲେ। ଅନ୍ୟପକ୍ଷରେ ଲୋକେ ମଧ୍ୟ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଇଥିଲେ।

ମ୍ୟୁନିସିପାଲିଟିରେ ଭଞ୍ଜନଗର ସହର ତଳି ୫ଟି ପଞ୍ଚାୟତର ୧୫ଟି ଗ୍ରାମ ମିଶିବା ପାଇଁ ପ୍ରସ୍ତାବ ଯାଇଛି। ସେଗୁଡ଼ିକ ହେଲା ଜିଲୁଣ୍ଡି ପଞ୍ଚାୟତର ଜିଲୁଣ୍ଡି ଏବଂ ଅଗଝୋଳ। ବାଉଁଶଲୁଣ୍ଡି ପଞ୍ଚାୟତର ବାଉଁଶଲୁଣ୍ଡୀ, ଗାମୁଣ୍ଡି, ଧୂମୁଛାଇ,ଢୁଢ଼ୁଆ, ଡିହପଢାଲ ପଞ୍ଚାୟତର ଡିହପଢ଼ାଲ, ତୁଳସିପଲ୍ଲି, ବେଣାକୁଣ୍ଡା, ଲାଲସିଂ ପଂଚାୟତର ଲାଲସିଂ, ଛେଦାଭୂମି, ରାଜକୁଣ୍ଡୁ ବଡ଼କୋଦଣ୍ଡା ପଞ୍ଚାୟତର ବଡ଼କୋଦଣ୍ଡା ଓ ପଥରା ପ୍ରମୁଖ। ଏନେଇ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଠ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶ ଆସିଲେ ଜଣାପଡ଼ିବ କେତେ ଗ୍ରାମ ଯୋଡ଼ିହେଲା। ୧୫ଟି ଗ୍ରାମ ବର୍ତ୍ତମାନ ପ୍ରସ୍ତାବ ଯାଇଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ପାଇଁ ବହୁବର୍ଷ ହେବ ଭାଜପା, କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ପକ୍ଷରୁ ଦାବି ହୋଇଆସୁଥିଲା। କଥା ଯାଇ କୋର୍ଟରେ ମଧ୍ୟ ପହଞ୍ଚିଥିଲା। ତଥାପି ବିଜେଡି ସରକାର ଲୋକଙ୍କ ଦାବିକୁ ଗୁରୁତ୍ୱ ଦେଇ ନ ଥିଲେ। ଶେଷରେ ଗତ ସଧାରଣ ନିର୍ବାଚନ ପୁର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ନୂତନ ଏନଏସି ଏବଂ ମ୍ୟୁନିସିପାଲଟି ଘୋଷଣା କରିଥିଲେ। ତତ୍କାଳୀନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଞ୍ଜନଗରକୁ ମ୍ୟୁନିସିପାଲିଟି ଘୋଷଣା କରିଥିଲେ। କିନ୍ତୁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ହୋଇ ନ ଥିବା ଯୋଗୁ ବିଜ୍ଞପ୍ତି ପ୍ରକାଶ ପାଇପାରି ନ ଥିଲା। ଏହାପରେ ସଧାରଣ ନିର୍ବାଚନ ଘୋଷଣା ହୋଇଯାଇଥିଲା । ଫଳରେ ଉକ୍ତ ଫାଇଲ ସେଠି ଅଟକି ରହିଯାଇଥିଲା। ଭାଜପା ପକ୍ଷରୁ ଏହା ମିଥ୍ୟା ଘୋଷଣା ବୋଲି ଅଭିଯୋଗ କରାଯାଇଥିଲା। ନିର୍ବାଚନରେ ବିଜେଡ଼ିର ପରାଜୟ ସହ ଭାଜପା କ୍ଷମତାକୁ ଆସିଥିଲା। ଭଞ୍ଜନଗରରୁ ଭାଜପାରୁ ପ୍ରଦ୍ୟୁମ୍ନ କୁମାର ନାୟକ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ସହ ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନଏସି ମାନ୍ୟତା କିଭଳି ମିଳିବ ସେଥିପାଇଁ ଯୋଜନା ଆରମ୍ଭ କରିଥିଲେ। ଏହି ସମୟରେ କେତେକ କ୍ଷେତ୍ରରେ କିଛି ବିରୋଧି ମ୍ୟୁନିସିପାଲିଟି କିଭଳି ନହେବ ସେଥିପାଇଁ ଚକ୍ରାନ୍ତ କରିଥିଲେ। କିନ୍ତୁ ବିଧାୟକ ନାୟକ ବିରୋଧୀଙ୍କ ଉକ୍ତ ଚକ୍ରାନ୍ତକୁ ବୁଝିପାରି ବିକଳ୍ପ ରାସ୍ତା ବାହାର କରିବା ପରେ ମ୍ୟୁନିସିପାଲିଟି ହେବା ରାସ୍ତା ସହଜ ହୋଇଥିଲା। ଏନେଇ ବିଧାୟକ ନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ସ୍ବାୟତ୍ତ ଶାସନ ଦିବସ ଦିନ ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ଏବଂ ଜଗନ୍ନାଥପ୍ରସାଦକୁ ଏନଏସି ମାନ୍ୟତା ଦିଆଯିବ ବୋଲି ବିଧାୟକ ନାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ବିଧାୟକ ନାୟକଙ୍କ ଅନୁରୋଧକୁ ରକ୍ଷା କରି ସରକାର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

୪ ମନ୍ଦିରରୁ ଏକାବେଳକେ ଚୋରି କଲେ ଦୁର୍ବୃତ୍ତ: ନେଇଗଲେ …

ଆନନ୍ଦପୁର,୩୦।୧(ସୁଶାନ୍ତ କୁମାର ସାହୁ): ଏକ ସାଙ୍ଗରେ ଚାରୋଟି ମନ୍ଦିରର ଚୋରି। ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ ଦେବା ଦେବୀଙ୍କ ସୁନା ରୁପା ଅଳଙ୍କାର। ସହ ଦାନ ବାକ୍ସ।…

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ଧାର ଟଙ୍କା ମାଗିବାରୁ ଗୁଳିମାଡ଼, ନଷ୍ଟ ହେଲା ବ୍ୟକ୍ତିଙ୍କ ଆଖି

ଭୁବନ,୩୦ା୧(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ବାରୁଆ (ଖ) ଗ୍ରାମର ପଞ୍ଚାନନ ରାଉତ ଧାନ କିଣିବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଗୁରୁବାର ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri